Posted inଫୁରସତ

ପ୍ରଥମ ରଜ

ରଜ ମଉଜ ପାଇଁ କୁଆଁରୀଟିଏ ଯେମିତି ସଜ ହୁଏ ଠିକ୍‌ ସେମିତି ଉଲ୍ଲସିତ ମନରେ ସ୍ବାଗତକରେ ନୂଆ ବୋହୂଟିଏ। କୁଆଁରୀ ସଂଜ୍ଞାକୁ ହରାଇ ନୂଆବୋହୂ ପାଲଟିବା ପରେ ରଜ ପାଳିବାର ଅନୁଭୂତି ତା’ ପାଇଁ ଅଲଗା ନିଶ୍ଚିତ। ଗୋଟିଏ ପଟେ କୁଆଁରୀ ବେଳର ଅନୁଭବ, ଖୁସିମଜାର ସ୍ମୃତି ଆଉ ଅନ୍ୟପଟେ ଶାଶୁଘରେ ଧୀରେ ଧୀରେ ଆପଣାର ହେଉଥିବା ପରିବେଶ। ୟା’ଭିତରେ ତାଳମେଳ ରକ୍ଷାକରି ରଜ ପାଳିବାକୁ ସଜ ହୋଇଥାଏ ସେ। ନିଜ ଖୁସି ସାଙ୍ଗେ ଅନ୍ୟର ଖୁସିକୁ ବେଶି ଗୁରୁତ୍ୱ ଦେଇ ତା’ରି ଭିତରୁ ସାଉଁଟିନିଏ ହସଖୁସିର ପରିବେଶକୁ। ପହିଲି ରଜର ପହିଲି ପୁଲକରେ ମଉଜ କରିବାକୁ ସାଙ୍ଗସାଥୀ ବଦଳରେ ସେ ନଣନ୍ଦ, ଦିଅର ଓ ବନ୍ଧୁବାନ୍ଧବଙ୍କୁ ଆପଣାଇ ନିଏ। ସେମାନଙ୍କ ସହ ନିଜ ଖୁସିକୁ ବାଣ୍ଟି ରଜର ମଉଜକୁ ଢେର ଅଧିକ ଗୁଣ ବଢ଼ାଇ ଦେଇଥାଏ। ।
ଏମାନେ କ’ଣ କହନ୍ତି
ଏଥରର ରଜ ସବୁଠୁ ସ୍ପେଶାଲ: ପର୍ବ ଭିତରେ ରଜା ହେଉଛି ରଜ। ପିଲାଦିନୁ ହିଁ ଏହି ପର୍ବକୁ ନେଇ ମନରେ ଢେର୍‌ ଉତ୍କଣ୍ଠା ରହିଆସିଛି। ନୂଆ ଡ୍ରେସ୍‌ ପିନ୍ଧି, ପୋଡ଼ପିଠା ଖାଇବା ହେଉ ଅବା ସଜବାଜ ହୋଇ ସାଙ୍ଗସାଥୀଙ୍କ ସହ ଦୋଳି ଖେଳିବାରେ ଏକ ଭିନ୍ନ ଆନନ୍ଦ ଥାଏ। ହେଲେ ଏଥରର ରଜ ମୋ ପାଇଁ ସବୁଠୁ ସ୍ପେଶାଲ। କାରଣ ବିବାହ ପରେ ଶାଶୁଘରେ ଏଥର ପ୍ରଥମ ରଜ ପାଳିବି। ଏକ ଯୌଥ ପରିବାରରେ ସାନବୋହୂ ହୋଇଥିବାରୁ ପରିବାରର ସବୁ ସଦସ୍ୟଙ୍କ ଗହଣରେ ରଜ ପାଳିବାର ଅନୁଭୂତି ନିଶ୍ଚୟ ନିଆରା ହେବ। ନଣନ୍ଦମାନେ ଓ ଭଣଜାଭାଣିଜୀ ବୁଲିଆସିବେ ଏବଂ ରଜ ୩ ଦିନ ମଧ୍ୟରୁ ଗୋଟିଏ ଦିନ ସଭିଏଁ ମିଶି ବାହାରକୁ ବୁଲିଯିବାର ବି ପ୍ଲାନିଂ ଅଛି। ତେବେ ବିବାହ ପରେ ପ୍ରଥମ ଥର ପହିଲି ରଜରେ ମା’ ଓ ସାନଭାଇ ଆସିବେ ବୋଲି ବେଶ୍‌ ଏକ୍ସାଇଟେଡ୍‌ ଅଛି।
-ଜୟଶ୍ରୀ ସେନାପତି, କର୍ମଜୀବୀ, ଫୁଲନଖରା, କଟକ
ନୂଆ ନୂଆ ଲାଗୁଛି: ରଜ ପାଳିବାର ସେଇ ଆକର୍ଷଣ ଏବେ ବି ସେମିତି ଅଛି। ହେଲେ ଏଇ ମାତ୍ର କିଛି ଦିନ ହେବ ବିବାହ ହୋଇସାରିଛି ବୋଲି ଟିକେ ଅଲଗା ଅଲଗା ଲାଗୁଛି। ଶାଶୁଘରେ ସବୁ ନୂଆ ନୂଆ ଲାଗୁଛି। ଏଠି ରଜ ପାଇଁ ସେମିତି କିଛି ପ୍ଲାନିଂ କରିନି। କିନ୍ତୁ ରଜରେ ମୋ ଶାଶୁଘରକୁ କେତେକ ବନ୍ଧୁବାନ୍ଧବ ଆସିବେ। ସେମାନଙ୍କ ସହ ସମୟ କଟାଇବି। ଏହାବାଦ ଘରୁ ରଜ ପାଇଁ ଭାର ବି ଆସିଛି। ତେଣୁ ନୂଆ ଲୁଗା ପିନ୍ଧି ଏଠି ନିଜେ ସଜବାଜ ହେବା ସହ ସମସ୍ତଙ୍କୁ ବି ସଜବାଜ କରିଦେବି। ତା’ ଛଡ଼ା ଶେଷ ରଜରେ ଆମ ଘରକୁ ବୁଲିବାକୁ ଯିବି। ବାହାଘର ପରେ ଏତେ ଶୀଘ୍ର ରଜ ଆସିଛି ଯେ ସବୁ ପ୍ଲାନିଂ ଆପେ ଆପେ ହେଇ ଯାଉଛି।
-ପ୍ରିୟଦର୍ଶିନୀ ଜେନା,
କର୍ମଜୀବୀ, ଭୁବନେଶ୍ୱର
ପ୍ଲାନିଂ ନାହିଁ: ବାହାଘର ସରିବାର ଦିନ କେଇଟା ପରେ ରଜ ଆସିଛି। ତେଣୁ ରଜ ପାଳିବା ପାଇଁ ସେମିତି ବିଶେଷ କିଛି ପ୍ଲାନିଂ କରିବାକୁ ପଡ଼ିନି। ନୂଆବୋହୂ ଭାବେ ଯେମିତି ରଜ ପାଳିବାକୁ ହୁଏ ଶାଶୁଘରେ ସେମିତି ଢଙ୍ଗରେ ରଜ ପାଳିବି। ରଜ ତ ସବୁଆଡ଼େ ସେଇ ଏକା ଢଙ୍ଗରେ ପାଳନ ହୁଏ। ଘରୁ ତ ରଜ ପାଇଁ ନୂଆ ଲୁଗାପଟା ଓ ଭାର ଆସିଛି। ଏଠି ବିଭିନ୍ନ ପ୍ରକାର ପିଠା ଓ ଖିରି ତିଆରି କରିବି ବୋଲି ପ୍ରସ୍ତୁତି କରିଛି। ନୂଆ ଏକ ପରିବେଶରେ ରଜର ଆକର୍ଷଣ ଅଲଗା ଅଲଗା ଲାଗୁଛି। ସାହି ପଡ଼ିଶା ବନ୍ଧୁବାନ୍ଧବ ସମସ୍ତେ ଏଠିକି ଆସିବେ। ସେମାନଙ୍କ ଗହଳିରେ ମୋର ଏଥର ରଜ ବେଶ୍‌ ଖୁସିରେ କଟିଯିବ। ତା’ଛଡ଼ା ସମସ୍ତେ ମିଶି ଦୋଳି ଖେଳିବା ପାଇଁ ବାଡ଼ିରେ ଥିବା ଗଛରେ ଦୋଳି ବି ଲଗାହେଇଛି। ଯାହା ହେଲେ ବି ରଜରେ ଖିଆପିଆ, ଦୋଳିଖେଳର ମଜା ତ ଅଲଗା। ତା’ଛଡ଼ା ରଜରେ ସମସ୍ତେ ମିଶି ପାର୍କ ବୁଲିବାକୁ ଯିବାର ଯୋଜନା ହୋଇଛି ବୋଲି ନଣନ୍ଦ କହୁଥିଲେ।
-ମନୀଷା ପଟ୍ଟନାୟକ, ଗୃହିଣୀ, ଗୁଆଳିପୁର, ଜଗତ୍‌ସିଂହପୁର
ବିଚ୍‌ ବୁଲିବାର ପ୍ଲାନିଂ ଅଛି: ପୁରୀର ଝିଅ ହୋଇଥିବାରୁ ପ୍ରତିବର୍ଷ ରଜ ଅବସରରେ ସାଙ୍ଗମାନଙ୍କ ସହ ମିଶି ବିଚ୍‌ ବୁଲିବାକୁ ଯାଏ। କେବେକେବେ ମାର୍କଣ୍ଡେଶ୍ୱର ସାହିରେ ହେଉଥିବା ରଜ ଫେଷ୍ଟିଭାଲକୁ ଯାଇ ସେଠି ଦୋଳି ଖେଳିବା ସାଙ୍ଗକୁ ରଜ ପାନ ଖାଇବାର ମଜା ବି ନିଏ। ଘରେ ବୋଉ ହାତ ତିଆରି ବିଭିନ୍ନ ପ୍ରକାରର ପିଠା ଖାଇ ରଜ ତିନିଦିନ କେମିତି ଆନନ୍ଦରେ କଟିଯାଏ ଆଦୌ ଜଣାପଡେନି। କିନ୍ତୁ ଏବର୍ଷର ରଜ ମୋ ପାଇଁ ଟିକେ ଖାସ୍‌। କାରଣ ଏଥର ବାହାଘର ପରେ ଶାଶୁଘରେ ମୋର ପହିଲି ରଜ। ସୌଭାଗ୍ୟକୁ ଶାଶୁଘର ବି ମୋର ପୁରୀରେ। ତେଣୁ ରଜରେ ଶାଶୁଘର ଲୋକଙ୍କ ସାଙ୍ଗେ ସମୁଦ୍ରକୂଳ ବୁଲିଯିବାକୁ ପ୍ଲାନିଂ କରିଛି। ଗୋଟେ ଦିନ ବାପଘରକୁ ବୁଲିଯିବାର ବି ଯୋଜନା ରହିଛି। ତା’ସହିତ ରଜରେ କିଛି ସ୍ପେଶାଲ୍‌ ଖାଦ୍ୟ ତିଆରି କରି ସମସ୍ତଙ୍କୁ ଖାଇବାକୁ ଦେବି ବୋଲି ମନେ ମନେ ଭାବିଛି।
-ଗୌରୀମଣି ମହାନ୍ତି,
ଗୃହିଣୀ, ଚକ୍ରତୀର୍ଥ ରୋଡ, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri