କେସିଙ୍ଗା,୧୫ା୧(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ବିଦ୍ୟାଳୟ ସ୍ତରୀୟ ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଉତ୍ସବର ସଭାପତି ଆନନ୍ଦ କୁମାର ବେହେରା ନେତୃତ୍ବରେ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ପ୍ରଥମେ ଶ୍ରୀଜନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ଦୀପ ଧୂପ ପ୍ରଜ୍ବଳନ କରି ପୂଜାର୍ଚ୍ଚନା କରି ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଯୋଗଦେଇ ଥିଲେ।
ଏଥିରେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ସହ ଶିକ୍ଷୟତ୍ରୀ ଜାଜ୍ଞସେନି ସାହା ଯୋଗଦେଇ ତାଙ୍କର ବ୍ୟକ୍ତବରେ କହିଥିଲେ ଯେ, ପ୍ରଥମେ ମାଆ ବାପା ଗୁରୁ ହୋଇ ଭାଗବତ ବିଶ୍ୱାସୀ ଜନ୍ମାଇ ଥିବା ଶିଶୁ ଭବିଷ୍ୟତରେ ଭଲ ମଣିଷଟିଏ ହେବ । ମୁଖ୍ୟ ଅତିଥି ଭାବେ ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଯୋଗଦେଇ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ସମସ୍ତ ଅତିଥିଙ୍କୁ ସମ୍ମାନିତ କରା ଯାଇଥିଲା।ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶଙ୍କର ଭୋଇ, ପ୍ରମୁଖ ଯୋଗଦେଇ ପିଏମ ଶ୍ରିଉତ୍ସବ୍ ବିଷୟରେ ନିଜସ୍ଵ ମତ ପ୍ରକାଶ କରିଥିଲେ।
ସେହିପରି ଏହି ଉତ୍ସବରେ ଦୋକାନ ଯାତ୍ରା, ଆକାଂକ୍ଷା ମେଳା, ଜିଜ୍ଞାସା, କ୍ରିଡାଙ୍ଗନ୍, ସାହିତ୍ୟ ସୃଜନୀ, କୌଶଳୀ ଏଭଳି ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା। ଏହି ଷ୍ଟଲକୁ ଅତିଥିମାନେ ଉଦଘାଟନ କରିଥିଲେ। ଏଥିରେ ବିଚାରକ ଭାବେ ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତାଙ୍କ ସମେତ ୫ ଜଣଙ୍କୁ ମଧ୍ୟ ସମ୍ମାନିତ କରା ଯାଇଥିଲା। ଅତିଥି ମାନେ ୧୦ଟି ଷ୍ଟଲକୁ ଉଦଘାଟନ କରିଥିଲେ।
ଆବାହକ ଭାବେ ସମୀର କୁମାର ବେହେରା ଅଂଶ ଗ୍ରହଣ କରି ସୃଜନତାଶିଲତା, ସମାଲୋଚତ୍ମାକ ଚିନ୍ତନ, ସହଯୋଗ ଓ ସଂଯୋଗ କୌଶଳ ବିକାଶ, ଡିଜିଟାଲ ଶିକ୍ଷା, ବୃତ୍ତି ମୂଳକ ଶିକ୍ଷା ଓ କ୍ରୀଡା, କଳାକୁ ଉତ୍ସାହିତ କରିବା ସହ ପରିବେଶ ସୁରକ୍ଷା, ସ୍ବଚ୍ଛତା,ସ୍ୱାସ୍ଥ୍ୟ ଓ ଛାତ୍ରିଛାତ୍ର ଙ୍କ ସର୍ବାଙ୍ଗିନ ବିକାଶ ପାଇ ସାଂସ୍କୃତିକ, କ୍ରୀଡା, ବିଦ୍ୟାଳୟ ପରିବେଶ ସୁରକ୍ଷିତ ଆଦି ବିଷୟରେ ଆଲୋକପାତ କରିଥିଲେ । କେସିଙ୍ଗା ବ୍ଳକରେ କେସିଙ୍ଗା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାପୀଠ ଓ ତୁଣ୍ଡଳାକୁ କେନ୍ଦ୍ରୀୟ ସ୍ତରୀୟ ମାନ୍ୟତା ପାଇଥିବାରୁ ଜିଲାରେ ଶିକ୍ଷା ବିଭାଗ ପକ୍ଷରୁ ଆନନ୍ଦ ପ୍ରକାଶ ପାଇଛି ।

