Posted inଜାତୀୟ

ପ୍ରଥମେ ଲୁଟ କର-ପରେ ନିର୍ଦ୍ଦୋଷରେ ଖଲାସ, ଏହା କେନ୍ଦ୍ର ସରକାରଙ୍କ ମଡେଲ: କଂଗ୍ରେସ…

ନୂଆଦିଲ୍ଲୀ,୨୧।୩ : ବିରୋଧୀଦଳର ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ସେଣ୍ଟ୍ରାଲ ଇନଭେଷ୍ଟିଗେଶନ ବ୍ୟୁରୋ (ସିବିଆଇ) ବ୍ୟବହାର କରାଯାଉଥିବା ବେଳେ ମେହୁଲ ଚୋକସିଙ୍କ ନାମ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସରୁ ହଟାଯିବା ଅତ୍ୟନ୍ତ ଦୁର୍ଭଗା ଜନକ ବୋଲି କଂଗ୍ରେସ ମଙ୍ଗଳବାର ଅଭିଯୋଗ କରଛି।

କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ପ୍ରଥମେ ଲୁଟ କର ଏବଂ ପରେ ନିର୍ଦ୍ଦୋଷରେ ଖଲାସ ହୂଅ। ଏହା ଏବେ ଭାଜପା ସରକାରଙ୍କ ଆଦର୍ଶରେ ପରିଣତ ହୋଇଛି। ଏହା ସରକାରଙ୍କ ନୂଆ ମଡେଲ ପାଲଟିଛି। ସେ ଟୱିଟ କରି ଏହାକୁ ମୋଡାନି ମଡେଲ ବୋଲି କହିଛନ୍ତି। ଯେଉଁମାନେ ବ୍ୟାଙ୍କରୁ ଟଙ୍କା ନେଇ ପଳାଇଛନ୍ତି ସେମାନଙ୍କୁ ସରକାର ସୁରକ୍ଷା ଦେଉଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେଉଁମାନେ ଏହିପରି ଲୋକଙ୍କୁ ସୁରକ୍ଷା ଦିଅନ୍ତି ସେମାନେ ନିଜ ମୁହଁରେ ଦେଶପ୍ରେମ କଥା କହିବା ଏକ ପରିହାସ ଭଳି ମନେ ହେଉଛି। ଆମେ ଏହା ଉପରେ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗୁଛୁ।
ଭାଜପା ସରକାର ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଜଣେ ସର୍ବୋତ୍ତମ ବନ୍ଧୁ ଆଦାନୀଙ୍କ ଲାଗି ସଂସଦକୁ ଅଚଳ କରି ରଖିଛନ୍ତି। ସେହିଭଳି ପାଞ୍ଚ ବର୍ଷ ପୂର୍ବେ ପଳାୟନ କରିଥିବା ପୁରୁଣା ବନ୍ଧୁ ଚୋକସିଙ୍କୁ କିପରି ଭୁଲି ପାରିବେ ସରକାର? ହଜାର ହଜାର କୋଟି ଟଙ୍କା ଚୋକସି ଠକି ନେଇଛନ୍ତି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନା ଖାନେ ଦୁଙ୍ଗା ମନ୍ତବ୍ୟ ଏକ ପରିହାସରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଇଣ୍ଟରପୋଲ ମେହୁଲ ଚୋକସିଙ୍କ ନାମକୁ ରେଡ କର୍ଣ୍ଣର ନୋଟିସ ଡାଟାବେସରୁ ହଟାଇ ଦେଇଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୧୩ ହଜାର କୋଟି ଟଙ୍କା ଠକେଇ ସହ ଜଡିତ ମାମଲା ରହିଛି। ଫ୍ରାନ୍ସର ଲିୟନ ସହରର ଇଣ୍ଟରପୋଲ ମୁଖ୍ୟାଳୟରେ ଚୋକସି ଦାଖଲ କରିଥିବା ଆବେଦନ ଆଧାରରେ ଏହି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri