Posted inଫୁରସତ

ପ୍ରଥମ ରୋଜଗାରରେ ଭଉଣୀ ହାତରେ ପିନ୍ଧାଇଥିଲି…

ମୋ ଗାଁ ହେଉଛି ଢେଙ୍କାନାଳ ଜିଲାର ନିହଲପ୍ରସାଦ। ଗାଁ ସ୍କୁଲରେ ନବମ ପଢିଲା ପରେ କଟକ ଚୌଦ୍ୱାରରେ ଥିବା ମୋ ଭଉଣୀ ଘରେ ରହି ଚୌଦ୍ୱାର ମ୍ୟୁନିସିପାଲଟି ହାଇସ୍କୁଲ୍‌ରେ ମାଟ୍ରିକ୍‌ ପଢିଥିଲି। ତା’ପରେ ରେଭେନ୍ସା କଲେଜରେ ଆଇ.ଏସ୍‌ସି, ବିଜେବି କଲେଜରେ ବି.ଏ. ଓ ବାଣୀବିହାରରେ ଅର୍ଥନୀତିରେ ଏମ୍‌.ଏ. ପଢିଲି। ବାଣୀବିହାରରେ ପଢ଼ିବାବେଳେ ହିଁ ଚାକିରି କରିବାର ଇଚ୍ଛା ମୋ ମନ ଭିତରେ ଆସିଲା। ଏମ୍‌.ଏ. ପାସ୍‌ ପରେ ଯଦି ସଙ୍ଗେ ସଙ୍ଗେ ଚାକିରି ନ ମିଳେ, ତେବେ ବାହାରେ ରହି ଚାକିରି ପାଇଁ ପ୍ରସ୍ତୁତ ହେବା କଷ୍ଟସାଧ୍ୟ। ବାପା ଥାଆନ୍ତି ଗାଁ ମାଇନର୍‌ ସ୍କୁଲ୍‌ରେ ହେଡ୍‌ମାଷ୍ଟର। ମନ ଖୁସିରେ ରହି ମନଇଚ୍ଛା ଖର୍ଚ୍ଚକରି ପଢାପଢି କରିବାକୁ ସେ ଉତ୍ସାହିତ କରୁଥିଲେ ହେଁ ବାପାଙ୍କ ଉପରେ ବୋଝ ହୋଇରହିବା ପାଇଁ ଚାହୁଁ ନ ଥିଲି। ଯଥାଶୀଘ୍ର ଚାକିରି କରି ମା’ବାପାଙ୍କ ମୁହଁରେ ଚେନାଏ ହସ ଖେଳାଇବା ଥିଲା ମୋ ମନର ଏକମାତ୍ର ଇଚ୍ଛା। ଆମେ ତିନି ଭାଇ ଓ ଚାରି ଭଉଣୀ। ତିନି ଭଉଣୀ ବିବାହ କରିସାରିଥିଲେ। ଚତୁର୍ଥ ଭଉଣୀ ଅବିବାହିତ ଥିଲା। ତା’ ବାହାଘର କରିଦେଲେ ମା’ବାପା ଶାନ୍ତିରେ ନିଃଶ୍ୱାସ ନେବେ ବୋଲି ଭାବୁଥାନ୍ତି। ସେମାନଙ୍କର କଥା ଓ ବ୍ୟଥା ମୋ ହୃଦୟକୁ ଉଦ୍‌ବେଳିତ କରୁଥାଏ। ଜୀବନରେ ବ୍ୟକ୍ତିଗତ ସଫଳତା ଅପେକ୍ଷା ମା’ବାପାଙ୍କୁ ଚିନ୍ତା ମୁକ୍ତ କରିବାକୁ ମୁଁ ବେଶି ପ୍ରାଧାନ୍ୟ ଦେଉଥିଲି। ସେଥିପାଇଁ ଏମ୍‌.ଏ. ପଢିଲାବେଳେ ଯେଉଁ ଚାକିରି ବିଷୟରେ ଖବରକାଗଜରେ ବାହାରେ, ମୁଁ ସଙ୍ଗେସଙ୍ଗେ ଆପ୍ଲାଏ କରେ। ଦିନେ ଏଜି ଅଫିସରେ ଅଡିଟର୍‌ ଚାକିରି କରିବା ପାଇଁ ପୁରୀରେ ଲିଖିତ ପରୀକ୍ଷା ଦେବାକୁ ଚିଠି ପାଇଲି। ସେତେବେଳ ପର୍ଯ୍ୟନ୍ତ ମୁଁ ପୁରୀ ଦେଖି ନ ଥିଲି। ବଡ଼ଦାଣ୍ଡରେ ପହଞ୍ଚତ୍ ଶ୍ରୀମନ୍ଦିରର ନୀଳଚକ୍ର ଓ ପତିତପାବନ ବାନା ଦେଖି ଆନନ୍ଦରେ ବିଭୋର ହୋଇଗଲି। ୧୯୭୮ ମସିହା ମାର୍ଚ୍ଚ ୩ରେ ଏଜି ଅଫିସରେ ଅଡିଟର୍‌ ଭାବରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଥିବା ଚିଠି ପାଇ ଆନନ୍ଦରେ ଅଧୀର ହେଲି। ମୋର ଶୁଭାକାଂକ୍ଷୀମାନେ ଚାକିରିରେ ଯୋଗ ନ ଦେଇ ଯୋଗଦାନ ତାରିଖ ଏମ୍‌.ଏ. ପରୀକ୍ଷା ସରିବା ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଦରଖାସ୍ତ ଦେବାକୁ ପରାମର୍ଶ ଦେଲେ। ସେତେବେଳକୁ ଏମ୍‌.ଏ. ପରୀକ୍ଷା ପ୍ରାୟ ୯/୧୦ ମାସ ବାକି ଥାଏ। କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ଚାକିରି କରି ରୋଜଗାର କରିବାକୁ ମୁଁ ଶ୍ରେୟସ୍କର ଭାବିଲି। ଯୋଗଦାନ କଲାଦିନ ଏଜି ଅଫିସ୍‌ର ବରିଷ୍ଠ ଅଧିକାରୀ ମୋତେ କହିଲେ-‘ଆଜି ତୁମର ଜନ୍ମଦିନ। ତୁମର ୨୧ ବର୍ଷ ଆଜି ସମ୍ପୂର୍ଣ୍ଣ ହେଲା’। ତାଙ୍କଠାରୁ ଏହା ଶୁଣି ମୁଁ ଅତି ଖୁସି ହୋଇଯାଇଥିଲି। ମାର୍ଚ୍ଚ ୩୧ ତାରିଖରେ ଅଫିସ୍‌ରେ କାମ କରୁଥିବା ସମୟରେ ମୋର ଜଣେ ବରିଷ୍ଠ ସହକର୍ମୀ ୩୩୦ ଟଙ୍କା ମୋ ହାତରେ ଧରାଇ ଦେଇ କହିଲେ-‘ଏହା ତୁମର ପ୍ରଥମ ଦରମା’। ମୁଁ ଆନନ୍ଦରେ ବିଭୋର ହୋଇ ସେ ଟଙ୍କାକୁ ଆବେଗର ସହ ଜାବୁଡ଼ି ଧରିଲି। ସନ୍ଧ୍ୟାରେ ରାଜମହଲ ଛକ ସନ୍ନିକଟସ୍ଥ ଖାନ୍‌ ଓ୍ବାଚ୍‌ କମ୍ପାନୀକୁ ଯାଇ ନୂଆ ଆକର୍ଷଣୀୟ ଲେଡିଜ୍‌ ଓ୍ବାଚ୍‌ଟିଏ କିଣି ବସ୍‌ରେ ଯାଇ ରାତିରେ ଗାଁରେ ପହଞ୍ଚତ୍ଲି। ଭଉଣୀ ହାତରେ ସେ ଲେଡିଜ୍‌ ଓ୍ବାଚ୍‌ଟି ପିନ୍ଧାଇଦେଲି। ମା’ବାପାଙ୍କ ମୁହଁରେ ଖେଳୁଥିଲା ପୋଷେ ତାଜା ହସ ଓ ଆତ୍ମସନ୍ତୋଷ। ଭଉଣୀର ବାହାଘର ପାଇଁ ଏହା ଥିଲା ମୋର ଗୁଣ୍ଡୁଚିମୂଷା ଅବଦାନ ଭଳି। ଏଜି ଅଫିସ୍‌ରେ ୩ ମାସ ଚାକିରି କଲି। ତା’ପରେ ଓଡ଼ିଶା ଅର୍ଥ କର୍ପୋରେଶନରେ ଆସିଷ୍ଟାଣ୍ଟ ଫାଇନାନ୍‌ସିଆଲ ମ୍ୟାନେଜର୍‌ ଭାବେ ୨ବର୍ଷ ଅତିବାହିତ କରି ଇଣ୍ଡିଆନ୍‌ ଓଭର୍‌ସିଜ୍‌ ବ୍ୟାଙ୍କରେ ଅଫିସର୍‌ ଭାବରେ ଯୋଗଦେଲି। କିନ୍ତୁ ପ୍ରଥମ ଚାକିରିର ପ୍ରଥମ ଦରମାର ଅନୁଭବ ଓ ଅନୁଭୂତି ସବୁବେଳେ ସ୍ମୃତିପଟରେ ଝଲସି ଉଠେ। ଏହା ଭିତରେ ଅନେକ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କର ପ୍ରାକ୍ତନ ଚିଫ୍‌ ରିଜିଓନାଲ ମ୍ୟାନେଜର ଭାବେ ଅବସର ବି ନେଇସାରିଛି। ବ୍ୟାଙ୍କ ଚାକିରି ମୋର ବୃତ୍ତି ହେଲେ ସାହିତ୍ୟ ମୋର ପ୍ରବୃତ୍ତି। ଅବସର ପରେ ଗଳ୍ପ, କବିତା, ପ୍ରବନ୍ଧ ଲେଖିବାରେ ମନୋନିବେଶ କରିଛି। ବର୍ତ୍ତମାନ ସୁଦ୍ଧା ୪ଟି ଗଳ୍ପ ସଙ୍କଳନ, ୨ଟି କବିତା ସଙ୍କଳନ ଓ ୨ଟି ପ୍ରବନ୍ଧ ସଙ୍କଳନ ମୋର ପ୍ରକାଶ ପାଇସାରିଛି। ଅନେକ ଅଗ୍ରଣୀ ପତ୍ରପତ୍ରିକାରେ ବି ମୋ ଗଳ୍ପ, କବିତା, ପ୍ରବନ୍ଧ ପ୍ରକାଶିତ ହୋଇଛି। ସମ୍ପ୍ରତି ମୁଁ ‘ଝରଣା’ ପତ୍ରିକାର ସମ୍ପାଦକ ଓ ‘ଚିରସମର୍ଥା’ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଦାୟିତ୍ୱ ତୁଲାଉଅଛି। ତା’ସହିତ ଲାୟନ୍ସ କ୍ଲବ୍‌ ଅଫ୍‌ ଭୁବନେଶ୍ୱର ବ୍ୟାଙ୍କର୍ସର ଡାଇରେକ୍ଟର ଭାବେ ସମାଜସେବା ପାଇଁ ମଧ୍ୟ ସହଯୋଗର ହାତ ବଢାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri