Posted inଖେଳ

ପ୍ରଥମ ନିରପେକ୍ଷ ଟେଷ୍ଟ ଅମ୍ପାୟର

ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ୍‌. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା କରାଯାଏ।…

ନିରପେକ୍ଷ ରାଷ୍ଟ୍ରର ପ୍ରଥମ ଅମ୍ପାୟର ଭାବେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟରିଂ କରି ଇତିହାସ ରଚିଥିଲେ ପିଲୁ ରିପୋର୍ଟର। ଏହି ବିଶିଷ୍ଟ ଅମ୍ପାୟରଙ୍କର ପରଲୋକ ହୋଇଥିଲେ ହେଁ ଅନନ୍ୟ ଅମ୍ପାୟରିଂ ଶୈଳୀ ତାଙ୍କୁ ସର୍ବଦା ଅମର ରଖିବ। ମହାରାଷ୍ଟ୍ରର ଠାଣେ ସହରର ଏକ ହସ୍ପିଟାଲରେ ସେପ୍ଟେମ୍ବର ୩ ତାରିଖରେ ୮୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପିଲୁ ରିପୋର୍ଟରଙ୍କ ଦୀର୍ଘ ୨୮ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ଅମ୍ପାୟରିଂ କରିଥିଲେ। ପିଚ୍‌ରେ ଖେଳାଳିଙ୍କ ସହ ଭଲ ସମ୍ପର୍କ ରକ୍ଷାରେ ସେ ମାହିର ଥିଲେ। ମ୍ୟାଚ୍‌ ବେଳେ ବଲ୍‌ ବାଉଣ୍ଡରି ଲାଇନ ଛୁଇଁଲାକ୍ଷଣି ସେ ଯେଉଁ ଢଙ୍ଗରେ ହାତ ଉଠାଇ ସ୍ବୀକୃତି ଦେଉଥିଲେ ତାହା ଦର୍ଶକଙ୍କ ପାଇଁ ବେଶ୍‌ ଉପଭୋଗ୍ୟ ଥିଲା। ସେ ମୁଖ୍ୟତଃ ମୁମ୍ବାଇ କ୍ରିକେଟ ସଂଘ ଆନୁକୂଲ୍ୟରେ ହେଉଥିବା ଘରୋଇ ଟୁର୍ନାମେଣ୍ଟଗୁଡ଼ିକରେ ମ୍ୟାଚ ଅମ୍ପାୟରିଂ କରୁଥିଲେ। ତାଙ୍କୁ ୧୪ଟି ଅନ୍ତର୍ଜାତୀୟ ଟେଷ୍ଟ ଓ ୨୨ଟି ଦିନିକିଆ ମ୍ୟାଚ୍‌ରେ ଅମ୍ପାୟରିଂ କରିବାର ସୁଯୋଗ ମିଳିଥିଲା। ୧୯୮୬ ମସିହାରେ ପାକିସ୍ତାନର ଲାହୋରରେ ପାକିସ୍ତାନ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦ୍ୱିତୀୟ ଟେଷ୍ଟକୁ ନିରପେକ୍ଷ କରିବାକୁ ଯାଇ ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା କରାଯାଏ। ଏହି ନୂଆ ପଦ୍ଧତି ସଫଳ ହେବାରୁ ଆଇସିସିକୁ ମଧ୍ୟ ନୂତନ ବିକଳ୍ପ ମିଳିଥିଲା। ୧୯୯୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ଗୁଡ଼ିକରେ ଆଇସିସି ନିରପେକ୍ଷ ଦେଶର ଜଣେ ଜଣେ ଅମ୍ପାୟରଙ୍କୁ ନିୟୋଜିତ କରିଆସିଛି। ୧୯୯୨ଦିନିକିଆ ବିଶ୍ୱକପ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହୋଇଥିଲା। ଏଥିରେ ନିରପେକ୍ଷ ଅମ୍ପାୟର ଭାବେ ୭ଟି ମ୍ୟାଚ୍‌ରେ ରିପୋର୍ଟର ଅମ୍ପାୟରିଂ କରିଥିଲେ। ୧୯୮୦ରୁ ୧୯୯୨ ମଧ୍ୟରେ ରିପୋର୍ଟର-ରାମସ୍ବାମୀ ଯୋଡ଼ି ଅନେକ ମ୍ୟାଚ୍‌ ପରିଚାଳନା କରିଥିଲେ। ମୁମ୍ବାଇ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଟାଇମ୍ସ ସିଲ୍ଡ ଟୁର୍ନାମେଣ୍ଟରେ ମଧ୍ୟତାଙ୍କ ଅମ୍ପାୟରିଂ ଦେଖିବାକୁ ମିଳିଥିଲା। ଏହା ସହ ଜଡିତ ଏକ ସ୍ମୃତି ଶେୟାର କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିଲିପ ଭେଙ୍ଗସରକାର। ଏ ଡିଭିଜନରେ ଟାଟା ଓ ମହିନ୍ଦ୍ରା ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ଏହି ମ୍ୟାଚ୍‌ ସହ ଜଡିତ ସ୍ମୃତି ଶେୟାର କରିଥିଲେ ଭେଙ୍ଗସରକାର। ଏହି ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ଭେଙ୍ଗସରକାର ଲୟରେ ନ ଥିବା ପରି ମନେ ହୋଇଥିଲା। ଏହା ଦେଖି ରିପୋର୍ଟର ତାଙ୍କ ପାଖକୁ ଆସିଥିଲେ ଓ ପୁରସ୍କାର ପାଇବାକୁ ଚାହୁଁ ନ କି ବୋଲି କହିଥିଲେ। ଏହାପରେ ଲୟକୁ ଫେରିବା ସହିତ ଦ୍ୱିଶତକ ହାସଲ କରି ଟାଇମ୍ସ ସିଲ୍ଡ ପୁରସ୍କାର ହାସଲ କରିଥିଲେ ଭେଙ୍ଗସରକାର। ରିପୋର୍ଟର ଜଣେ ଭଦ୍ର ଲୋକ ଓ ନିରପେକ୍ଷ ଅମ୍ପାୟର ବୋଲି କହିଛନ୍ତି ଭେଙ୍ଗସରକାର। ୨୯ବର୍ଷ ବୟସରେ ସେ ଏକ ରଣଜୀ ଟ୍ରଫି ମ୍ୟାଚ୍‌ ପରିଚାଳନା କରି ଅମ୍ପାୟାଅରିଂ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୪ରେ ଦିଲ୍ଲୀରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ରେ ତାଙ୍କ ଅନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟର ଆରମ୍ଭ ହୋଇଥିଲା। ପୂର୍ବତନ ଜିମ୍ବାୱେ କ୍ୟାପଟେନ୍‌ ହିଥ୍‌ ଷ୍ଟ୍ରିକ୍‌ଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପିଲୁ ରିପୋର୍ଟର ଅମ୍ପାୟରିଂ କରିଥିଲେ। ଦୁର୍ଭାଗ୍ୟର ବିଷୟ ଦୁଇଜଣ ଯାକ ଗୋଟିଏ ଦିନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଇଭାନ୍‌ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri