ଅଙ୍କୁରାରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର,୩୧।୭: ଦେଶର ପ୍ରମୁଖ ଘରୋଇ ମେଡିକାଲ ଚେନ୍‌ (ଓମେନ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ) ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ଏବଂ ଭାରତୀୟ ଏଣ୍ଡୋମେଟ୍ରିଓସିସ୍‌ ଫାଉଣ୍ଡେଶନର ମିଳିତ ସହଯୋଗରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌ ଆୟୋଜିତ ହୋଇଯାଇଛି। ଏପରିକି ଏହି ସମସ୍ୟା ପାଇଁ ରହିଥିବା ଆହ୍ବାନ ଉପରେ ଚିକିତ୍ସା ବିଶେଷଜ୍ଞମାନେ ନିକଟରେ ଏକତ୍ରିତ ହୋଇଥିଲେ। ଏହି ସମସ୍ୟାର ନିରାକରଣ ଓ ଚିକିତ୍ସା ବିକଳ୍ପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷ କରି ମହିଳାଙ୍କ ଜୀବନରେ ଏଣ୍ଡୋମେଟ୍ରିଓସିସ୍‌ ଏକ ଜଟିଳ ତଥା ଆହ୍ବାନମୂଳକ ସମସ୍ୟା ହୋଇଥିଲାବେଳେ ଏଣ୍ଡୋମେଟ୍ରିଓସିସ୍‌ ଥିବା ମହିଳାମାନେ ଅନେକ ସମୟରେ ନୀରବତାର ସହ ଯନ୍ତ୍ରଣା ସହିଥାନ୍ତି, ଯଥା ପେଲ୍‌ଭିକ ଯନ୍ତ୍ରଣା,ଅତ୍ୟଧିକ ରକ୍ତସ୍ରାବ ଓ ସଂସର୍ଗକାଳୀନ ସମସ୍ୟା ଇତ୍ୟାଦି। ସେହିଭଳି ମହିଳାମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଅଙ୍କୁରା ହସ୍ପିଟାଲ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସ୍ତ୍ରୀରୋଗ ବିଶେଷଜ୍ଞ ଭାବେ ଏହି କ୍ରୋନିକ୍‌ ରୋଗକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ଲାଗି ମେଡିକାଲର ସର୍ଜିକାଲ ଦକ୍ଷତାକୁ କ୍ରମାଗତ ଭାବେ ନବୀକରଣ କରିବା ଅତ୍ୟନ୍ତ ଜରୁରି ହୋଇପଡିଛି। ଏପରିକି ଆମର ରୋଗୀମାନଙ୍କ ଯତ୍ନ ପାଇଁ ୟୁରେଟର, ବ୍ଲାଡର ଓ ଅନ୍ତନଳୀକୁ ପରିଚାଳନା କରିବା ଲାଗି ପାରଦର୍ଶିତା ଆବଶ୍ୟକ ରହିଛି। ସେହିପରି ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଥର ଓଡ଼ିଶାର ଅଙ୍କୁରା ହସ୍ପିଟାଲ ଏଣ୍ଡୋମେଟ୍ରିଓସିସ୍‌ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପରିଚାଳନା କରିଥିଲା ଓ ଏହା ସଫଳ ହୋଇଥିବା ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ବରିଷ୍ଠ ପରାମର୍ଶଦାତା ଡା. ଜିଏସ୍‌ଏସ୍‌ ମହାପାତ୍ର କହିଛନ୍ତି। ଅପରପକ୍ଷରେ ଡା. ମହାପାତ୍ର କହିଛନ୍ତି, ଅଙ୍କୁରା ହସ୍ପିଟାଲର ଏଣ୍ଡୋମେଟ୍ରିଓସିସ୍‌ ରିଜେକ୍ସନ ଉପରେ ଧ୍ୟାନ ଦିଆଯାଇଥିବା ବିଷୟ ଉପରେ ଏକ ମାଷ୍ଟରକ୍ଲାସ୍‌, ଅନ୍ତନଳୀରେ ପ୍ରୟୋଗ ଲାଗି ଓଦା ଟିସ୍ୟୁ ସହ ଏକ ହ୍ୟାଣ୍ଡ ଅନ୍‌ ଅଧିବେଶନ ଜରିଆରେ ଆଲୋକପାତ କରାଯାଇଥଲା। ଏପରିକି ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌ରେ ଅଂଶଗ୍ରହଣକାରୀମାନେ ଅପରେଟିଂ ଥିଏଟରରେ ଉପସ୍ଥିତ ରହିଥିଲେ ଓ ଅପରେଟିଂ ଅଧ୍ୟାପକଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri