ବୋଉର ପଣତକାନିରେ ପ୍ରଥମ ରୋଜଗାର

ମୋର ଜନ୍ମ ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। ନନା ଆର୍ତ୍ତବନ୍ଧୁ ମିଶ୍ର ଓ ବୋଉ ଶୈଳବାଳା ମିଶ୍ର। ତିନିଭାଇଙ୍କ ମଧ୍ୟରେ ମୁଁ ହେଲି ମଝିଆ। ତା’ସହିତ ଆମର ଗୋଟିଏ ବୋଲି ଭଉଣୀ। ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା ଦେଇ ମୋର କୈଶୋର ଜୀବନ ଅତିବାହିତ। ଜୀବନର ବିଭିନ୍ନ ପର୍ଯ୍ୟାୟରେ ଘାତ ପ୍ରତିଘାତ ଦେଇ ଶେଷରେ ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଅଧ୍ୟୟନ କଲି। ମୋ ପୂର୍ବରୁ ବଡ଼ ଭାଇ ସେହି କଲେଜରେ ପଢୁଥିଲେ। ତେଣୁ ଚଳିବାକୁ ମୋତେ ସେତେ ଅସୁବିଧା ନ ଥିଲା। ନନା ଚଳିବାକୁ ଏବଂ ହଷ୍ଟେଲ ଖର୍ଚ୍ଚ ବାବଦକୁ ମାସକୁ ତିନି ଶହ ଟଙ୍କା ଆମ ଗାଁ ଚପଳା ବସ୍‌ର କଣ୍ଡକ୍ଟର ହାତରେ ପୁରୀ ପଠାଇ ଦେଉଥିଲେ। ସେଥିରେ ଯେନତେନ ପ୍ରକାରେ ମାସିକ ଚଳିବାକୁ ହୁଏ। ତା’ସାଙ୍ଗକୁ କଲେଜରୁ ଛାତ୍ରବୃତ୍ତି ସେତେବେଳେ ପଚାଶ ଟଙ୍କା ମିଳୁଥାଏ। ପୁରୀରେ ଶାସ୍ତ୍ରୀ ଉତ୍ତୀର୍ଣ୍ଣ ପରେ ସାଗର ବିଶ୍ବବିଦ୍ୟାଳୟରେ ଏମ.ଏ ଏବଂ ଏମ୍‌.ଫିଲ୍‌ କଲି। ଆଉ ନନା ସେତେବେଳେ ପ୍ରାଥମିକ ଶିକ୍ଷକରୁ ଅବସର ନେଇଥାନ୍ତି। ଅବସର ପରେ ମଧ୍ୟ ସିଏ ମୋ ପାଖକୁ ମାସିକ ହଜାର ଟଙ୍କା ଲେଖାଏଁ ଡ୍ରାଫ୍ଟ କରି ପଠାଉଥିଲେ। ଏହିପରି ଭାବେ ପଢା ଶେଷ ହୋଇ ମୋତେ ଚାକିରି ମିଳେ। ପ୍ରଥମ ପୋଷ୍ଟିଂ ନବରଙ୍ଗପୁର ଜିଲାର ପାତ୍ରପୁଟରେ ହୁଏ। ନନା ମୋତେ ସାଥିରେ ନେଇ ସେଠାରେ ଜଏନ୍‌ କରାଇ ଦିଅନ୍ତି। ନନା ହିଁ ମୋର ଆଦର୍ଶ। ସେଥିପାଇଁ ଚାକିରିରୁ ଯେଉଁ ପ୍ରଥମ ଦରମା ପାଇଥିଲି ତାକୁ ନେଇ ପ୍ରଥମେ ନନାଙ୍କୁ ଦେଇଥିଲି ଆଉ ସେଥିରୁ ମାତ୍ର ପାଞ୍ଚ ଶହ ଟଙ୍କା କାଢ଼ି ବୋଉକୁ ଅଲଗା ଦେଇଥିଲି। ଚାକିରି ଜୀବନ ବ୍ୟତିତ ନନାଙ୍କ ପ୍ରେରଣା ମୋତେ ସାହିତ୍ୟ ପ୍ରତି ଅଧିକ ରୁଚିଶୀଳ କରାଇଥିଲା। ତେଣୁ ବୃତ୍ତିଗତ ଜୀବନରୁ ଟିକିଏ ସମୟ ପାଇଲେ ସାହିତ୍ୟ ସର୍ଜନାରେ ବସିଯାଏ। ସେତେବେଳେ ଖବରକାଗଜ କିମ୍ବା ପତ୍ରପତ୍ରିକା ସେତେ ଉପଲବ୍ଧ ନଥିଲା। ମୁଁ ନବରଙ୍ଗପୁରରୁ ଗାଁକୁ ଆସିଲାବେଳେ ଭବାନୀପାଟଣା ବସ୍‌ ଷ୍ଟାଣ୍ଡରୁ ପତ୍ରିକା କିଣୁଥିଲି। ଅମୃତାୟନ, ଝଙ୍କାର, ନବନୀତା ଏବଂ କଥା ପତ୍ରିକା ଆଦି ପୂଜା ବିଶେଷାଙ୍କ କିଣି ପଢୁଥିଲି। ତାକୁ ହିଁ ପଢି ପଢି କ୍ରମେ ଗଳ୍ପ ଲେଖିବାର ଶୈଳୀ ଜାଣିଗଲି। କ୍ରମେ ବିଭିନ୍ନ ପତ୍ରିକାକୁ ମୋର ଲେଖା ପଠାଇଲି; କିନ୍ତୁ ତାହା ପ୍ରକାଶିତ ହେଉଥିଲା କି ନାହିଁ ମୋତେ ଜଣା ନଥିଲା। ତେବେ ନବରଙ୍ଗପୁର ଜିଲା ଛାଡିବା ପରେ ଗଜପତି ଜିଲାରେ ସାହିତ୍ୟ ପ୍ରତି ଅଧିକ ମନୋନିବେଶ କଲି। ଏହା ଭିତରେ ମୋର ୯ଟି ପୁସ୍ତକ ପ୍ରକାଶିତ ହୋଇ ପାଠକୀୟତା ହାସଲ କରିସାରିଛି। ଯେମିତିକି ୪ଟି ଗଳ୍ପ ସଙ୍କଳନ ‘ପରିଣୀତା’, ‘ଜୀବନ ଜ୍ୟାମିତି’, ‘ମଧ୍ୟାହ୍ନର ଛାଇ’ ଓ ‘ବିଭାବରୀ କୃଷ୍ଣ ପଣତରେ’ ୧ଟି ଉପନ୍ୟାସ ‘ଅନ୍ଧ ଗଳିର ନାୟିକା’,୨ଟି ଆଧ୍ୟାତ୍ମିକ ସଂକଳନ ‘ଅମୃତ ଗଣ୍ଠିଲି’ ଓ ‘ଚେତନାର ଚଉହଦି’, ୧ଟି ଶିଶୁ ଗଳ୍ପ ସଂକଳନ ‘ମୋତେ ଏତିକି ଶିଖାଅ ସାଇଁ’ ଏବଂ ୧ଟି ପ୍ରବନ୍ଧ ସଙ୍କଳନ ‘ସୃଜନ ବେଣୁର ମେଘମହ୍ଲାର’। ଏଠାରେ କହି ରଖିବାକୁ ଚାହେଁ ଯେ, ମୋ ଧର୍ମପତ୍ନୀ ପ୍ରଣତି ଆଚାର୍ଯ୍ୟ ମିଶ୍ର ବି ଜଣେ ଲେଖିକା। ଆଉ ସେ ହିଁ ମୋ ଲେଖା ସବୁର ପ୍ରଥମ ପାଠିକା ଆଉ ମୋ ପ୍ରେରଣାଦାୟିନୀ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri