Posted inଜାତୀୟ

ଜେଲରୁ ବାହାରିବା ପରେ ପରେ ହିଁ କାହିଁକି ଇସ୍ତଫା ଦେଲେ କେଜରିଓ୍ବାଲ? ଗୋଟିଏ ଗୁଳିରେ କେମିତି କଲେ ଦୁଇଟି ଶିକାର ଜାଣନ୍ତୁ

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଦୁଇ ଦିନ ପରେ ସେ ନିଜ ଆସନ ଛାଡିବେ ବୋଲି ଏଏପି ସଂଯୋଜକ କହିଛନ୍ତି। ଅରବିନ୍ଦ କେଜରିୱାଲ ପ୍ରାୟ ୬ମାସ ଜେଲରେ ରହିଥିଲେ। ସେତେବେଳେ ମଧ୍ୟ ତାଙ୍କ ଇସ୍ତଫା ଦାବି କରାଯାଇଥିଲା। ଭାଜପା ଏହାକୁ ଏକ ସ୍ବତନ୍ତ୍ର ପ୍ରସଙ୍ଗ କରିଛି। ଏପରିକି ସମ୍ବିଧାନରେ ଆବେଦନ କରି ହେମନ୍ତ ସୋରେନଙ୍କ ଉଦାହରଣ ଦେଇଥିଲେ ମଧ୍ୟ କେଜରିୱାଲ ନତମସ୍ତକ ହୋଇନଥିଲେ। ଖାଲି ସେତିକି ନୁହେଁ, ଜେଲରୁ ମୁକୁଳିବା ମାତ୍ରେ ହିଁ କେଜରିୱାଲ କାହିଁକି ଇସ୍ତଫା ଘୋଷଣା କରିଛନ୍ତି ତାକୁ ନେଇ ଏବେ ଚର୍ଚ୍ଚା ହେଉଛି।
ଗୋଟିଏ ପ୍ରକାରେ କେଜରିୱାଲଙ୍କ ଇସ୍ତଫା ଏକ ରାଜନୈତିକ ଜୁଆ ଭଳି। ଯଦିଓ ଲୋକ ସଭା ନିର୍ବାଚନରେ ଏଏପିର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା ଏବଂ ଏହା ଦିଲ୍ଲୀର ସମସ୍ତ ସାତୋଟି ଆସନ ହରାଇଥିଲା, ବିଧାନସଭାରେ ସମୀକରଣ ଭିନ୍ନ ଅଟେ। ସ୍ଥାନୀୟ ରାଜନୀତିରେ ଆମ ଆଦମୀ ପାର୍ଟି ଏବଂ କେଜରିୱାଲଙ୍କ ଦବଦବା ରହିଛି। ଇସ୍ତଫା ଘୋଷଣା କରି କେଜରିୱାଲ ସେହି ଦବଦବାକୁ ବଜାୟ ରଖିବାକୁ ଚାହୁଁଛନ୍ତି।
ବରିଷ୍ଠ ସାମ୍ବାଦିକ ରସିଦ କିଡୱାଇ କହିଛନ୍ତି ଯେ କେଜରିୱାଲଙ୍କ ଭିତରେ ସର୍ବଦା ‘ଶକ ଭାଲ୍ୟୁ’ ରହିଛି। ସେ ପୂର୍ବରୁ ମଧ୍ୟ ଏହିପରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ଇସ୍ତଫା ନ ଦେଇ ସେ ତାଙ୍କର ସମସ୍ତ ଘନିଷ୍ଠ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ଏବଂ ବର୍ତ୍ତମାନ ଇସ୍ତଫା ଘୋଷଣା ମଧ୍ୟ ଚକିତ କରିଛି। ଏହି ଘୋଷଣା ମାଧ୍ୟମରେ କେଜରିୱାଲ ଗୋଟିଏ ତୀରରେ ଦୁଇଟଇ ଶିକାର କରିବାକୁ ଯାଉଛନ୍ତି। ତାଙ୍କ ଇସ୍ତଫା ଦାବି କରୁଥିବା ଏବଂ ତାଙ୍କ ଲୋକପ୍ରିୟତାକୁ ବଜାୟ ରଖିବାକୁ ସେ ଏପରି କରିଛନ୍ତି। ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ତାଙ୍କୁ ଦିଲ୍ଲୀ ରାଜନୀତିରେ ମଧ୍ୟ ଗ୍ରହଣ କରାଯାଇଛି।
ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟଙ୍କ ଜାମିନ ପାଇଥିଲେ ମଧ୍ୟ ତାଙ୍କୁ ଫ୍ରି ହ୍ୟାଣ୍ଡ ମିଳିନଥିଲା। ଏଭଳି ପରିସ୍ଥିତିରେ ରାଜନୈତିକ ଦୃଷ୍ଟିକୋଣରୁ ଜାମିନର ବିଶେଷ ଅର୍ଥ ନଥିଲା। ସେଥିପାଇଁ କେଜରିୱାଲ ବର୍ତ୍ତମାନ ଇସ୍ତଫା ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?