Posted inଖେଳ

ପଶ୍ଚିମାଞ୍ଚଳ ନିୟନ୍ତ୍ରଣରେ ପ୍ରଥମ ଦିନ

ବେଙ୍ଗାଲୁରୁ, ୧୩ା୭ (ପି.ଟି.): ଦୁଲୀପ୍‌ ଟ୍ରଫି ଫାଇନାଲ୍‌ର ପ୍ରଥମ ଦିନର ଖେଳ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ବୋଲରଙ୍କ ସଫଳତା ବଳରେ ପ୍ରଥମ ଦିନର ଖେଳକୁ ନିୟନ୍ତ୍ରଣରେ ରଖିଛି ପଶ୍ଚିମାଞ୍ଚଳ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣାଞ୍ଚଳ ୭ ଉଇକେଟ ହରାଇ ୧୮୨ ରନ୍‌ ସ୍କୋର କରିଛି।
ମେଘୁଆ ପାଗ କାରଣରୁ ପଶ୍ଚିମାଞ୍ଚଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବୋଲିଂ ସହାୟକ ପରିବେଶରେ ପଶ୍ଚିମାଞ୍ଚଳ ବୋଲର ସମଗ୍ର ଦିନର ଖେଳକୁ ନିୟନ୍ତ୍ରଣ କରିଥିଲେ। ଦକ୍ଷିଣାଞ୍ଚଳ ଅଧିନାୟକ ହନୁମା ବିହାରୀ ସର୍ବାଧିକ ୬୩ ରନ୍‌ ସ୍କୋର କରିଥିଲେ ମଧ୍ୟ ଦଳ ବଡ ସ୍କୋର କରି ପାରି ନ ଥିଲା। ରବି କୁମାର ସମର୍ଥ(୭) ଓ ମୟଙ୍କ ଅଗ୍ରଓ୍ବାଲ(୨୮) ଓପନ କରିଥିବା ବେଳେ ପ୍ରଥମ ଉଇକେଟରେ ମାତ୍ର ୧୫ ରନ୍‌ ଯୋଡିଥିଲେ। ତିଳକ ବର୍ମା ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଗୁରୁତ୍ୱପୂର୍ଣ୍ଣ ୪୦ ରନ୍‌ କରିଥିଲେ। ଦଳୀୟ ସ୍କୋର ୪୨ ରନ୍‌ରେ ମୟଙ୍କ ଆଉଟ ହେବା ପରେ ହନୁମା ବିହାରୀଙ୍କ ସହିତ ୬୯ ରନ୍‌ର ପାର୍ଟନରଶିପ୍‌ କରିଥିଲେ ତିଳକ। ୮୭ ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିବା ତିଳକଙ୍କୁ ଆଉଟ କରି ଅର୍ଜନ ନାଗ୍ବସ୍ବଲା ପଶ୍ଚିମାଞ୍ଚଳକୁ ବଡ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୧୨୧ରେ ତିଲକ ଆଉଟ ହେବା ପରେ ପରବର୍ତ୍ତୀ ବ୍ୟାଟର ରିକି ଭୂଇ(୯), ସଚିନ୍‌ ବେବି(୭) ଓ ଆର୍‌. ସାଇ କିଶୋର(୫) ବିଫଳ ହେବାରୁ ଦଳ ୫୬ ରନ୍‌ରେ ପରବର୍ତ୍ତୀ ୪ ଉଇକେଟ ହରାଇଥିଲା। ଅଧିନାୟକ ବିହାରୀ ୧୩୦ ବଲ୍‌ ଖେଳି ୯ ଚୌକା ସହିତ ସର୍ବାଧିକ ୬୩ ରନ୍‌ ସ୍କୋର କରିଥିଲେ। ପ୍ରଥମ ଦିନରେ ମାତ୍ର ୬୫ ଓଭର ଖେଳ ସମ୍ଭବ ହୋଇଥିବା ବେଳେ ଷ୍ଟମ୍ପସ୍‌ ଅପସାରଣ ବେଳକୁ ଓ୍ବାଶିଂଟନ୍‌ ସୁନ୍ଦର ୯ ରନ୍‌ରେ ଓ ବିଜୟ କୁମାର ବୈଶାକ ୫ ରନ୍‌ରେ ବ୍ୟାଟିଂ କରୁଛନ୍ତି। ପଶ୍ଚିମାଞ୍ଚଳ ପକ୍ଷରୁ ଚିନ୍ତନ ଗଜା, ଅର୍ଜନ ନାଗ୍ବସ୍ବଲା ଓ ସାମ୍ସ ମୁଲାନୀ ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ଅତୀତ ସେଠ ଗୋଟିଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର
ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ ୬୫ ଓଭରରେ ୧୮୨/୭( ହନୁମା ବିହାରୀ-୬୩, ତିଳକ ବର୍ମା-୪୦, ମୟଙ୍କ ଅଗ୍ରଓ୍ବାଲ-୨୮, ସାମ୍ସ ମୁଲାନୀ-୨/୧୯, ଚିନ୍ତନ ଗଜା-୨/୨୭, ଅର୍ଜନ ନାଗ୍ବସ୍ବଲା-୨/୪୫)।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri