Categories: ବାଣିଜ୍ୟ

‘ଗୁଣବତ୍ତା ସୁଧାର’ ପାଇଁ ଏମ୍‌ସିଏଲ୍‌କୁ ପ୍ରଥମ ପୁରସ୍କାର

ତାଳଚେର,୨୪ା୮ (ମନୋଜ ନନ୍ଦ): ଗ୍ରୀନଟେକ ଫାଉଣ୍ଡେଶନ ପକ୍ଷରୁ ‘ଗୁଣବତ୍ତା ସୁଧାର’ ନିମନ୍ତେ ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ଏହି ପୁରସ୍କାର ବିତରଣ ଉତ୍ସବରେ ଜେନେରାଲ ମ୍ୟାନେଜର (ଗୁଣବତ୍ତା ନିୟନ୍ତ୍ରଣ) ରବିକେଶ କୁମାର ରାଜୁ ଯୋଗଦେଇ ଏମ୍‌ସିଏଲ୍‌ ତରଫରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

କୋଇଲା ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଥିବାରୁ ଟିମ୍‌ ଏମ୍‌ସିଏଲ୍‌କୁ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି. ସିଂହ ଅଭିନନ୍ଦନ ଜଣାଇଛନ୍ତି। ଗ୍ରାହକଙ୍କ ସନ୍ତୁଷ୍ଟି ନିମନ୍ତେ ସର୍ବୋଚ୍ଚ ଗୁଣର ମାନ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ ବୋଲି ଏମ୍‌ସିଏଲ୍‌ ଅଧ୍ୟକ୍ଷ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ କମ୍ପାନୀ ୨୦୨୨-୨୩ ମସିହାରେ ଗୁଣବତ୍ତା ଆଶ୍ୱାସନା ପାଇଁ କୋଇଲା ମନ୍ତ୍ରୀ ପୁରସ୍କାର ପାଇଥିଲା।

 

Share