ଓଡ଼ିଶାରେ ପ୍ରଥମ ଆର୍ଟିଫିସିଆଲ ରିଫ୍‌, ସାମୁଦ୍ରିକ ଜଙ୍ଗଲ

ଭୁବନେଶ୍ୱର, ୧୮ା୨(ଅସମାପିକା ସାହୁ)ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର ପରିଣାମ ସ୍ବରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ଼, ସମୁଦ୍ରର ଅମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ମତ୍ସ୍ୟ ଉତ୍ପାଦନ ହ୍ରାସ ଏବଂ ଇକୋସିଷ୍ଟମର ଦ୍ରୁତ ଅବନତି ଘଟୁଛି। ଏସବୁ ସମସ୍ୟାର ମୁକାବିଲା ପାଇଁ ସାମୁଦ୍ରିକ ବୈଜ୍ଞାନିକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦୀନବନ୍ଧୁ ସାହୁ ସ୍ବତନ୍ତ୍ର ପଦ୍ଧତି ମାଧ୍ୟମରେ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି ଭାବେ କାର୍ଯ୍ୟ କରିଥିବା ପ୍ରଫେସର ସାହୁ କିଟ୍‌ ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପିକା ଡ. ସଞ୍ଜୁକ୍ତା ସାହୁଙ୍କ ସହଭାଗିତାରେ ଲାବରେଟୋରିରେ ଅନେକ ପ୍ରକାରର ଆର୍ଟିଫିସିଆଲ୍‌ ରିଫ୍‌ ଡିଜାଇନ୍‌ କରିଥିଲେ। ବହୁଦିନର ପରୀକ୍ଷଣ ପରେ ଏହି ଦୁଇ ବୈଜ୍ଞାନିକ ଶେଷରେ ଓଡ଼ିଶା ଉପକୂଳ ସମୁଦ୍ରରେ ଅନେକ ଆର୍ଟିଫିସିଆଲ୍‌ ରିଫ୍‌ ସବୁ ରଖିଥିଲେ, ଯାହା ସାମୁଦ୍ରିକ ଇକୋସିଷ୍ଟମକୁ ସୁହାଉଛି। ଏହାଦ୍ୱାରା ପ୍ରବାଳ ସହ ସାମୁଦ୍ରିକ ଜଙ୍ଗଲ ସୃଷ୍ଟି ହେଉଛି। ଏହା ରାଜ୍ୟରେ ପ୍ରଥମ ବୋଲି ସେମାନେ ଦାବି କରିଛନ୍ତି।
ପ୍ରଫେସର ଦୀନବନ୍ଧୁ ସାହୁ କହିଛନ୍ତି, ଆର୍ଟିଫିସିଆଲ୍‌ ରିଫ୍‌ କେବଳ ମତ୍ସ୍ୟ ଉତ୍ପାଦନରେ ବୃଦ୍ଧି କରିବ ତାହା ନୁହେଁ, ଅବକ୍ଷୟ ହୋଇଥିବା ସାମୁଦ୍ରିକ ଇକୋସିଷ୍ଟମର ପୁନରୁଦ୍ଧାରରେ ମଧ୍ୟ ସହାୟକ ହେବା ସହ ଜୈବ ବିବିଧତା ବୃଦ୍ଧି କରିବ। ଏହାର ନିର୍ମାଣ ଓ ନିୟୋଜନ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଆମେରିକା, ଫ୍ରାନ୍ସ, ଜାପାନ, ଚାଇନା, କୋରିଆ, ଅଷ୍ଟ୍ରେଲିଆ ଆଦି ଦେଶଗୁଡିକ ସେମାନଙ୍କ ସମୁଦ୍ର ଉପକୂଳରେ ଏପରି ଲକ୍ଷ ଲକ୍ଷ ରିଫ୍‌ ନିୟୋଜିତ କରିଛନ୍ତି, ଯାହା ସେମାନଙ୍କ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରୁଛି। ସାରା ବିଶ୍ୱରେ ପ୍ରାୟ ୭୦ରୁ ଅଧିକ ଦେଶରେ ୩,୪୦୦ ଆର୍ଟିଫିସିଆଲ୍‌ ରିଫ୍‌ ଏବଂ ସମୁଦ୍ରକୂଳ ପୁନରୁଦ୍ଧାର ପ୍ରକଳ୍ପରେ ପ୍ରାୟ ୫୦୦,୦୦୦ ରିଫ୍‌ ବଲ୍‌ ନିୟୋଜିତ କରାଯାଇଛି। ଓଡ଼ିଶାର ପ୍ରାୟ ୪୮୦ କି.ମି. କୋଷ୍ଟାଲ ଲାଇନ ଅଛି। ଏହା ଆର୍ଟିଫିସିଆଲ୍‌ ରିଫ୍‌ର ନିୟୋଜନ ପାଇଁ ଏକ ସମ୍ଭାବ୍ୟ ସ୍ଥାନ ଭାବରେ ଉପଯୋଗ କରାଯାଇପାରିବ। ଠିକ୍‌ ଭାବରେ ଡିଜାଇନ୍‌ ହୋଇଥିବା ଆର୍ଟିଫିସିଆଲ୍‌ ରିଫ୍‌ ଅନେକ ସାମୁଦ୍ରିକ ପ୍ରଜାତିଙ୍କୁ ବାସସ୍ଥାନ ଯୋଗାଇବା ସହିତ ସାମୁଦ୍ରିକ ଢେଉର ପ୍ରକୋପକୁ ହ୍ରାସ କରିବ ଏବଂ ଓଡ଼ିଶା ଉପକୂଳକୁ ସାମୁଦ୍ରିକ ଝଡ଼ରୁ ରକ୍ଷା କରିବ। ଏହାଦ୍ୱାରା ସାମୁଦ୍ରିକ ଇକୋ ଟୁରିଜମ୍‌ର ବିକାଶ ସହ ଉପକୂଳବର୍ତ୍ତୀ ସମ୍ପ୍ରଦାୟ ପାଇଁ ଅଧିକ ନିଯୁକ୍ତି ଏବଂ ଉନ୍ନତ ଜୀବିକା ସୃଷ୍ଟି କରାଯାଇପାରିବ ବୋଲି ଡ. ସଞ୍ଜୁକ୍ତା ସାହୁ କହିଛନ୍ତି।
ଅନ୍ୟପକ୍ଷରେ ଉଦ୍ଭିଦ ଅପେକ୍ଷା ସାମୁଦ୍ରିକ ତୃଣ ହାରାହାରି ୪-୫ଗୁଣ ଅଧିକ ଅଙ୍ଗାରକାମ୍ଳ ଅବଶୋଷଣ କରିଥାଏ। ତେଣୁ ପ୍ରଫେସର ସାହୁ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଜଳରେ ସାମୁଦ୍ରିକ ଦଳ ଚାଷ ମାଧ୍ୟମରେ ସମୁଦ୍ର ଜଙ୍ଗଲ ସୃଷ୍ଟି କରୁଛନ୍ତି। ସେ ୨୪ ଫୁଟ ବ୍ୟାସ ବିଶିଷ୍ଟ ଏକ ‘ଭାରତୀୟ ସାମୁଦ୍ରିକଦଳ ଚକ୍ରି’ ପ୍ରସ୍ତୁତ କରିଛନ୍ତି, ଯାହା ୨୪ଟି ଅକ୍ଷ ସହିତ ଅଶୋକ ଚକ୍ର ସଦୃଶ ନିର୍ମାଣ କରାଯାଇଛି। ଏଥିସହ ଉଭୟ ବୈଜ୍ଞାନିକ ବର୍ତ୍ତମାନ ଅଧିକ ପ୍ରକାରର ରଙ୍ଗିନ କୃତ୍ରିମ ପ୍ରବାଳ ପ୍ରସ୍ତୁତ କରୁଛନ୍ତି, ଯାହା ପ୍ରାକୃତିକ ପ୍ରବାଳର ପରିବେଶ ସୃଷ୍ଟି କରି ସାମୁଦ୍ରିକ ପର୍ଯ୍ୟଟନକୁ ଉନ୍ନତ କରିପାରିବ। ଏହି ପରିପ୍ରେକ୍ଷୀରେ ଶୁକ୍ରବାରଠାରୁ ସାତପଡ଼ା ଚିଲିକା ହ୍ରଦରେ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ଦେଶର ବହୁ ବିଶେଷଜ୍ଞ, ଏନ୍‌ଜିଓ, ସରକାରୀ ଅଧିକାରୀ, ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ମାଛଚାଷୀ ଅଂଶ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri