ଓଡ଼ିଶାରେ ପ୍ରଥମ ଆର୍ଟିଫିସିଆଲ ରିଫ୍‌, ସାମୁଦ୍ରିକ ଜଙ୍ଗଲ

ଭୁବନେଶ୍ୱର, ୧୮ା୨(ଅସମାପିକା ସାହୁ)ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର ପରିଣାମ ସ୍ବରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ଼, ସମୁଦ୍ରର ଅମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ମତ୍ସ୍ୟ ଉତ୍ପାଦନ ହ୍ରାସ ଏବଂ ଇକୋସିଷ୍ଟମର ଦ୍ରୁତ ଅବନତି ଘଟୁଛି। ଏସବୁ ସମସ୍ୟାର ମୁକାବିଲା ପାଇଁ ସାମୁଦ୍ରିକ ବୈଜ୍ଞାନିକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ଦୀନବନ୍ଧୁ ସାହୁ ସ୍ବତନ୍ତ୍ର ପଦ୍ଧତି ମାଧ୍ୟମରେ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ଏଫ୍‌ଏମ୍‌ ବିଶ୍ୱବିଦ୍ୟାଳୟ କୁଳପତି ଭାବେ କାର୍ଯ୍ୟ କରିଥିବା ପ୍ରଫେସର ସାହୁ କିଟ୍‌ ସିଭିଲ୍‌ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପିକା ଡ. ସଞ୍ଜୁକ୍ତା ସାହୁଙ୍କ ସହଭାଗିତାରେ ଲାବରେଟୋରିରେ ଅନେକ ପ୍ରକାରର ଆର୍ଟିଫିସିଆଲ୍‌ ରିଫ୍‌ ଡିଜାଇନ୍‌ କରିଥିଲେ। ବହୁଦିନର ପରୀକ୍ଷଣ ପରେ ଏହି ଦୁଇ ବୈଜ୍ଞାନିକ ଶେଷରେ ଓଡ଼ିଶା ଉପକୂଳ ସମୁଦ୍ରରେ ଅନେକ ଆର୍ଟିଫିସିଆଲ୍‌ ରିଫ୍‌ ସବୁ ରଖିଥିଲେ, ଯାହା ସାମୁଦ୍ରିକ ଇକୋସିଷ୍ଟମକୁ ସୁହାଉଛି। ଏହାଦ୍ୱାରା ପ୍ରବାଳ ସହ ସାମୁଦ୍ରିକ ଜଙ୍ଗଲ ସୃଷ୍ଟି ହେଉଛି। ଏହା ରାଜ୍ୟରେ ପ୍ରଥମ ବୋଲି ସେମାନେ ଦାବି କରିଛନ୍ତି।
ପ୍ରଫେସର ଦୀନବନ୍ଧୁ ସାହୁ କହିଛନ୍ତି, ଆର୍ଟିଫିସିଆଲ୍‌ ରିଫ୍‌ କେବଳ ମତ୍ସ୍ୟ ଉତ୍ପାଦନରେ ବୃଦ୍ଧି କରିବ ତାହା ନୁହେଁ, ଅବକ୍ଷୟ ହୋଇଥିବା ସାମୁଦ୍ରିକ ଇକୋସିଷ୍ଟମର ପୁନରୁଦ୍ଧାରରେ ମଧ୍ୟ ସହାୟକ ହେବା ସହ ଜୈବ ବିବିଧତା ବୃଦ୍ଧି କରିବ। ଏହାର ନିର୍ମାଣ ଓ ନିୟୋଜନ ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଆମେରିକା, ଫ୍ରାନ୍ସ, ଜାପାନ, ଚାଇନା, କୋରିଆ, ଅଷ୍ଟ୍ରେଲିଆ ଆଦି ଦେଶଗୁଡିକ ସେମାନଙ୍କ ସମୁଦ୍ର ଉପକୂଳରେ ଏପରି ଲକ୍ଷ ଲକ୍ଷ ରିଫ୍‌ ନିୟୋଜିତ କରିଛନ୍ତି, ଯାହା ସେମାନଙ୍କ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରୁଛି। ସାରା ବିଶ୍ୱରେ ପ୍ରାୟ ୭୦ରୁ ଅଧିକ ଦେଶରେ ୩,୪୦୦ ଆର୍ଟିଫିସିଆଲ୍‌ ରିଫ୍‌ ଏବଂ ସମୁଦ୍ରକୂଳ ପୁନରୁଦ୍ଧାର ପ୍ରକଳ୍ପରେ ପ୍ରାୟ ୫୦୦,୦୦୦ ରିଫ୍‌ ବଲ୍‌ ନିୟୋଜିତ କରାଯାଇଛି। ଓଡ଼ିଶାର ପ୍ରାୟ ୪୮୦ କି.ମି. କୋଷ୍ଟାଲ ଲାଇନ ଅଛି। ଏହା ଆର୍ଟିଫିସିଆଲ୍‌ ରିଫ୍‌ର ନିୟୋଜନ ପାଇଁ ଏକ ସମ୍ଭାବ୍ୟ ସ୍ଥାନ ଭାବରେ ଉପଯୋଗ କରାଯାଇପାରିବ। ଠିକ୍‌ ଭାବରେ ଡିଜାଇନ୍‌ ହୋଇଥିବା ଆର୍ଟିଫିସିଆଲ୍‌ ରିଫ୍‌ ଅନେକ ସାମୁଦ୍ରିକ ପ୍ରଜାତିଙ୍କୁ ବାସସ୍ଥାନ ଯୋଗାଇବା ସହିତ ସାମୁଦ୍ରିକ ଢେଉର ପ୍ରକୋପକୁ ହ୍ରାସ କରିବ ଏବଂ ଓଡ଼ିଶା ଉପକୂଳକୁ ସାମୁଦ୍ରିକ ଝଡ଼ରୁ ରକ୍ଷା କରିବ। ଏହାଦ୍ୱାରା ସାମୁଦ୍ରିକ ଇକୋ ଟୁରିଜମ୍‌ର ବିକାଶ ସହ ଉପକୂଳବର୍ତ୍ତୀ ସମ୍ପ୍ରଦାୟ ପାଇଁ ଅଧିକ ନିଯୁକ୍ତି ଏବଂ ଉନ୍ନତ ଜୀବିକା ସୃଷ୍ଟି କରାଯାଇପାରିବ ବୋଲି ଡ. ସଞ୍ଜୁକ୍ତା ସାହୁ କହିଛନ୍ତି।
ଅନ୍ୟପକ୍ଷରେ ଉଦ୍ଭିଦ ଅପେକ୍ଷା ସାମୁଦ୍ରିକ ତୃଣ ହାରାହାରି ୪-୫ଗୁଣ ଅଧିକ ଅଙ୍ଗାରକାମ୍ଳ ଅବଶୋଷଣ କରିଥାଏ। ତେଣୁ ପ୍ରଫେସର ସାହୁ ବଙ୍ଗୋପସାଗରର ଉପକୂଳବର୍ତ୍ତୀ ଜଳରେ ସାମୁଦ୍ରିକ ଦଳ ଚାଷ ମାଧ୍ୟମରେ ସମୁଦ୍ର ଜଙ୍ଗଲ ସୃଷ୍ଟି କରୁଛନ୍ତି। ସେ ୨୪ ଫୁଟ ବ୍ୟାସ ବିଶିଷ୍ଟ ଏକ ‘ଭାରତୀୟ ସାମୁଦ୍ରିକଦଳ ଚକ୍ରି’ ପ୍ରସ୍ତୁତ କରିଛନ୍ତି, ଯାହା ୨୪ଟି ଅକ୍ଷ ସହିତ ଅଶୋକ ଚକ୍ର ସଦୃଶ ନିର୍ମାଣ କରାଯାଇଛି। ଏଥିସହ ଉଭୟ ବୈଜ୍ଞାନିକ ବର୍ତ୍ତମାନ ଅଧିକ ପ୍ରକାରର ରଙ୍ଗିନ କୃତ୍ରିମ ପ୍ରବାଳ ପ୍ରସ୍ତୁତ କରୁଛନ୍ତି, ଯାହା ପ୍ରାକୃତିକ ପ୍ରବାଳର ପରିବେଶ ସୃଷ୍ଟି କରି ସାମୁଦ୍ରିକ ପର୍ଯ୍ୟଟନକୁ ଉନ୍ନତ କରିପାରିବ। ଏହି ପରିପ୍ରେକ୍ଷୀରେ ଶୁକ୍ରବାରଠାରୁ ସାତପଡ଼ା ଚିଲିକା ହ୍ରଦରେ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ଦେଶର ବହୁ ବିଶେଷଜ୍ଞ, ଏନ୍‌ଜିଓ, ସରକାରୀ ଅଧିକାରୀ, ଶିକ୍ଷାନୁଷ୍ଠାନ ଓ ସ୍ଥାନୀୟ ମାଛଚାଷୀ ଅଂଶ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri