ହିମାଂଶୁଙ୍କ ଅଫିସ ଆଗରେ ଗୁଳିମାଡ, ଟାର୍ଗେଟରେ କିଏ?

ଯାଜପୁର,୨୮।୮: ବିଧାୟକଙ୍କ ଅଫିସ ସାମ୍ନାରେ ଗୁଳି ମାଡ । କେହି ଦୁର୍ବୁତ୍ତ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିବା ଜଣାପଡିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କାର୍ଯ୍ୟାଳୟ ଆଗରେ ଫୁଟିଛି ଗୁଳି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀ ସ୍ଥିତ ଅଫିସ ସମୁଖରୁ ଦୁଇଟି ଖୋକା ଜବତ ହୋଇଛି । ଧର୍ମଶାଳା ପୋଲିସ ପହଞ୍ଚି ଦୁଇଟି ଖୋକା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

ଗତ ଅଗଷ୍ଟ ୨୫ ତାରିଖରେ ଧର୍ମଶାଳା ବିଜେଡିର କିଛି ନେତା ତଥା ଜିଲାପରିଷଦ ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ ଅଫିସ ପାଖକୁ ଆସି ବିଧାୟକଙ୍କ ସମର୍ଥକଙ୍କୁ ଧମକ ଚମକ ଦେବା ସହ ଫାଙ୍କା ଗୁଳି ଚାଳନା କରିଥିବା ହିମାଂଶୁଙ୍କ ସମର୍ଥକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମଙ୍ଗଳବାର ବିଧାୟକଙ୍କ ଅଫିସ ସମୁଖରୁ ଦୁଇଟି ଖୋକା ଜବତ କରିଛି ଧର୍ମଶାଳା ପୋଲିସ । ସେପଟେ ଅଭିଯୋଗକୁ ନେଇ ଜିଲାପରିଷଦ ତଥା ଧର୍ମଶାଳା ବ୍ଲକ ବିଜେଡି ସଭାପତି ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ।

ବଡ କଥା ହେଉଛି ପ୍ରକୃତରେ କିଏ ଗୁଳି ମାଡ କରିଛି ଏବଂ ଟାର୍ଗେଟରେ କିଏ ଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଧମକ ମିଳୁଥିବା ଅଭିଯୋଗ କରିଆସୁଥିଲେ । ବିଧାୟକ ହେବା ପୂର୍ବରୁ ବି ଧମକ ମିଳୁଥିବା କହିଛନ୍ତି ହିମାଂଶୁ ଶେଖର ସାହୁ ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri