Posted inଜାତୀୟ

ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର

ଇମ୍ଫାଲ୍‌, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍‌ର ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣ ଯବାନ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ମଣିପୁରର ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୧୦୦ କିମି ଦୂରରେ ଥିବା ଚନ୍ଦେଲ ଜିଲାରେ ଉଗ୍ରବାଦୀମାନେ ଆଇଇଡି ବିସ୍ଫୋରଣ କରିବା ସହିତ ଯବାନଙ୍କ ଉପରେ ଆଖିବୁଜା ଗୁଳି ବର୍ଷା କରିଥିଲେ। ଯବାନମାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଭାରତ ମ୍ୟାନ୍‌ମାର ସୀମାରେ ଉଗ୍ରବାଦ ବିରୋଧୀ ଅପରେଶନ ଜାରି ରହିଛି। ଅପରେଶନରେ ବାଧା ସୃଷ୍ଟି ପାଇଁ ସ୍ଥାନୀୟ ଉଗ୍ରବାଦୀମାନେ ଏଭଳି କରିଛନ୍ତି। ଉଗ୍ରବାଦୀଙ୍କୁ ଧରିବା ଲାଗି ଅପରେଶନ୍‌କୁ ଜୋର୍‌ଦାର କରାଯିବା ସହିତ ସୀମାରେ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

କେତେ ସମ୍ପତ୍ତିର ମାଲିକାଣୀ ସାୟୋନୀ ଘୋଷ? କେବେ ମମତାଙ୍କ ଅତି ଘନିଷ୍ଠ, ଆଜି NDA ମିଟିଂରେ ଯୋଗଦେବା ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ, ୨୯।୭: କେବେ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିବା ସାୟୋନୀ ଘୋଷଙ୍କ ସ୍ୱର ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି। ଟିଏମସି (TMC) ର ଜଣେ ତେଜସ୍ୱୀ ନେତ୍ରୀ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ, କଲେ ଏହି ୨ ଦାବି; ବଢିଲା ସରକାରଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ, ୨୯।୭: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାରକୃଷକମାନଙ୍କର ପ୍ରଦର୍ଶନ ଜାରି ରହିଛି। ‘କିଷାନ କ୍ରାନ୍ତି ପଦଯାତ୍ରା’ ଭୋପାଳରେ ପହଞ୍ଚିସାରିଛି ଏବଂ ବର୍ତ୍ତମାନ ଆନ୍ଦୋଳନରତ କୃଷକମାନେ ଭୋପାଳରେ ମୁଖ୍ୟମନ୍ତ୍ରୀ…

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri