Posted inଜାତୀୟ

ଦୁର୍ନୀତି ପ୍ରମାଣ ନଷ୍ଟ ପାଇଁ ନିଆଁ

ଭୋପାଳ,୧୪ା୬: ମଧ୍ୟପ୍ରଦେଶ ସରକାରଙ୍କ ଅନେକ ବିଭାଗର ଅଫିସ ଥିବା ଭୋପାଳସ୍ଥିତ ସାତପୁରା ଭବନରେ ସୋମବାର ଅପରାହ୍ନ ୪ଟାରେ ହଠାତ୍‌ ନିଅଁା ଲାଗିଥିଲା। ତୃତୀୟ ମହଲାର ଆଦିବାସୀ କଲ୍ୟାଣ ବିଭାଗରେ ଲାଗିଥିବା ନିଅଁା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାକୁ ବ୍ୟାପିଥିଲା। ଅନେକ ଅଗ୍ନିଶମ ବିଶେଷଜ୍ଞ ଓ ସେନା ଯବାନମାନେ ସେଠାରେ ପହଞ୍ଚତ୍ ପ୍ରାୟ ୧୨ ଘଣ୍ଟା ପରେ ନିଅଁାକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ରାଜ୍ୟ ସରକାରଙ୍କ ୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଅଗ୍ନିକାଣ୍ଡରେ ୧୨,୦୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଫାଇଲ ମଧ୍ୟ ଜଳିଯାଇଛି। ଚତୁର୍ଥ ମହଲାରେ ରଖାଯାଇଥିବା ସର୍ଭିସ୍‌ ରେକଡର୍‌ସ, କମ୍ପ୍ଲେଣ୍ଟ ଦସ୍ତାବିଜ ଓ କର୍ମଚାରୀଙ୍କ ବଜେଟ ଆକାଉଣ୍ଟିଂ ଡକ୍ୟୁମେଣ୍ଟଗୁଡ଼ିକ ପାଉଁଶ ହୋଇଯାଇଛି। କୋଭିଡ୍‌-୧୯ ମହାମାରୀ ସମୟରେ ହସ୍ପିଟାଲଗୁଡ଼ିକୁ ପଇଠ କରାଯାଇଥିବା ଅର୍ଥ ଉପରେ ଅଭିଯୋଗ ସମ୍ପର୍କିତ ଫାଇଲଗୁଡ଼ିକ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କମଲ ନାଥ କହିଛନ୍ତି, ନିଅଁା ଆପେ ଲାଗିଲା ନା କିଏ ଲଗାଇଦେଲା? ୧୨,୦୦୦ ଫାଇଲ ଜଳିଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତ ସଂଖ୍ୟା କେତେ ତାହା ଜଣାପଡ଼ିନାହିଁ। ଏହା ହେଉଛି ଦୁର୍ନୀତିର ଆଉ ଏକ ଉଦାହରଣ। ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କମଲନାଥ ଦାବି କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଅଗ୍ନିକାଣ୍ଡର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ରାଜୌରା, ପିଏସ୍‌ ଅର୍ବାନ ନୀରଜ ମଣ୍ଡଲୋଇ, ପିଏସ୍‌ ପିଡବ୍ଲ୍ୟୁଡି ସୁଖବୀର ସିଂ ଏବଂ ଅଗ୍ନିଶମ ଏଡିଜିଙ୍କୁ ରଖାଯାଇଛି। କମିଟି ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବ।
ମହଲା ବିଶିଷ୍ଟ ସାତପୁରା ଭବନ ଜଳୁଥିବାବେଳେ ସେଠାରୁ ମାତ୍ର ୪୦ ମିଟର ଦୂରରେ ଥିବା ନିଅଁାଲିଭା ହାଇଡ୍ରୋଲିକ୍‌ ଶିଡ଼ି ପଡ଼ିରହିଥିଲା। ୧୮ ମହଲାରେ ନିଅଁା ଲାଗିଲେ ବି ଏହି ଶିଡ଼ି ସାହାଯ୍ୟରେ ଲିଭାଯାଇପାରିବ। ତେବେ ୯ ମାସ ତଳେ ୫.୫ କୋଟି ଟଙ୍କାରେ କିଣାଯାଇଥିବା ଏହି ଶିଡ଼ିକୁ ସୋମବାର ବ୍ୟବହାର କରାଯାଇ ନ ଥିଲା। ଏନେଇ ପ୍ରଶ୍ନ ଉଠିବାରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ବିଲ୍ଡିଂ କମ୍ପାଉଣ୍ଡରେ ହାଇଡ୍ରୋଲିକ୍‌ ଲାଡର ଅପରେଟ୍‌ ପାଇଁ ସ୍ଥାନ ନାହିଁ। ସେଠାରେ ରାସ୍ତା ବନ୍ଦ କରି ଏକ ପାର୍କିଂ ଏରିଆ ପ୍ରତିଷ୍ଠା କରାଯାଇଛି। ନିଅଁାଲିଭା ଗାଡ଼ି ପ୍ରବେଶ କରିବା ଲାଗି ପର୍ଯ୍ୟାପ୍ତ ସ୍ଥାନ ଖାଲି କରିବାକୁ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ଏକ ଏୟାର କଣ୍ଡିଶନର୍‌(ଏସି)ରେ ବିସ୍ଫୋରଣ ଘଟିବାରୁ ନିଅଁା ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri