Posted inଜାତୀୟ

ଦୁର୍ନୀତି ପ୍ରମାଣ ନଷ୍ଟ ପାଇଁ ନିଆଁ

ଭୋପାଳ,୧୪ା୬: ମଧ୍ୟପ୍ରଦେଶ ସରକାରଙ୍କ ଅନେକ ବିଭାଗର ଅଫିସ ଥିବା ଭୋପାଳସ୍ଥିତ ସାତପୁରା ଭବନରେ ସୋମବାର ଅପରାହ୍ନ ୪ଟାରେ ହଠାତ୍‌ ନିଅଁା ଲାଗିଥିଲା। ତୃତୀୟ ମହଲାର ଆଦିବାସୀ କଲ୍ୟାଣ ବିଭାଗରେ ଲାଗିଥିବା ନିଅଁା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ମହଲାକୁ ବ୍ୟାପିଥିଲା। ଅନେକ ଅଗ୍ନିଶମ ବିଶେଷଜ୍ଞ ଓ ସେନା ଯବାନମାନେ ସେଠାରେ ପହଞ୍ଚତ୍ ପ୍ରାୟ ୧୨ ଘଣ୍ଟା ପରେ ନିଅଁାକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ରାଜ୍ୟ ସରକାରଙ୍କ ୨୫ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଅଗ୍ନିକାଣ୍ଡରେ ୧୨,୦୦୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଫାଇଲ ମଧ୍ୟ ଜଳିଯାଇଛି। ଚତୁର୍ଥ ମହଲାରେ ରଖାଯାଇଥିବା ସର୍ଭିସ୍‌ ରେକଡର୍‌ସ, କମ୍ପ୍ଲେଣ୍ଟ ଦସ୍ତାବିଜ ଓ କର୍ମଚାରୀଙ୍କ ବଜେଟ ଆକାଉଣ୍ଟିଂ ଡକ୍ୟୁମେଣ୍ଟଗୁଡ଼ିକ ପାଉଁଶ ହୋଇଯାଇଛି। କୋଭିଡ୍‌-୧୯ ମହାମାରୀ ସମୟରେ ହସ୍ପିଟାଲଗୁଡ଼ିକୁ ପଇଠ କରାଯାଇଥିବା ଅର୍ଥ ଉପରେ ଅଭିଯୋଗ ସମ୍ପର୍କିତ ଫାଇଲଗୁଡ଼ିକ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କମଲ ନାଥ କହିଛନ୍ତି, ନିଅଁା ଆପେ ଲାଗିଲା ନା କିଏ ଲଗାଇଦେଲା? ୧୨,୦୦୦ ଫାଇଲ ଜଳିଯାଇଥିବା କୁହାଯାଉଛି। କିନ୍ତୁ ପ୍ରକୃତ ସଂଖ୍ୟା କେତେ ତାହା ଜଣାପଡ଼ିନାହିଁ। ଏହା ହେଉଛି ଦୁର୍ନୀତିର ଆଉ ଏକ ଉଦାହରଣ। ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି କମଲନାଥ ଦାବି କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଅଗ୍ନିକାଣ୍ଡର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ରାଜୌରା, ପିଏସ୍‌ ଅର୍ବାନ ନୀରଜ ମଣ୍ଡଲୋଇ, ପିଏସ୍‌ ପିଡବ୍ଲ୍ୟୁଡି ସୁଖବୀର ସିଂ ଏବଂ ଅଗ୍ନିଶମ ଏଡିଜିଙ୍କୁ ରଖାଯାଇଛି। କମିଟି ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବ।
ମହଲା ବିଶିଷ୍ଟ ସାତପୁରା ଭବନ ଜଳୁଥିବାବେଳେ ସେଠାରୁ ମାତ୍ର ୪୦ ମିଟର ଦୂରରେ ଥିବା ନିଅଁାଲିଭା ହାଇଡ୍ରୋଲିକ୍‌ ଶିଡ଼ି ପଡ଼ିରହିଥିଲା। ୧୮ ମହଲାରେ ନିଅଁା ଲାଗିଲେ ବି ଏହି ଶିଡ଼ି ସାହାଯ୍ୟରେ ଲିଭାଯାଇପାରିବ। ତେବେ ୯ ମାସ ତଳେ ୫.୫ କୋଟି ଟଙ୍କାରେ କିଣାଯାଇଥିବା ଏହି ଶିଡ଼ିକୁ ସୋମବାର ବ୍ୟବହାର କରାଯାଇ ନ ଥିଲା। ଏନେଇ ପ୍ରଶ୍ନ ଉଠିବାରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ବିଲ୍ଡିଂ କମ୍ପାଉଣ୍ଡରେ ହାଇଡ୍ରୋଲିକ୍‌ ଲାଡର ଅପରେଟ୍‌ ପାଇଁ ସ୍ଥାନ ନାହିଁ। ସେଠାରେ ରାସ୍ତା ବନ୍ଦ କରି ଏକ ପାର୍କିଂ ଏରିଆ ପ୍ରତିଷ୍ଠା କରାଯାଇଛି। ନିଅଁାଲିଭା ଗାଡ଼ି ପ୍ରବେଶ କରିବା ଲାଗି ପର୍ଯ୍ୟାପ୍ତ ସ୍ଥାନ ଖାଲି କରିବାକୁ ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ। ତେବେ ଏକ ଏୟାର କଣ୍ଡିଶନର୍‌(ଏସି)ରେ ବିସ୍ଫୋରଣ ଘଟିବାରୁ ନିଅଁା ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri