ଅବ୍ୟବସ୍ଥାରେ ଫାୟାର ଷ୍ଟେଶନ ବାଇପାସ୍‌ ଗୋଲେଇ ଛକ

ଯାଜପୁରରୋଡ୍‌,୯।୮(ପବିତ୍ର ମହାନ୍ତି):୨୦ନଂ. ଜାତୀୟ ରାଜପଥର ଫାୟାର ଷ୍ଟେଶନ ବାଇପାସ୍‌ ଗୋଲେଇ ଛକ ଅବ୍ୟବସ୍ଥା ମଧ୍ୟରେ ରହିଛି। ଏହି ଛକ ବ୍ୟାସନଗର ସହରର ପ୍ରବେଶ ପଥ। ପାଣିକୋଇଲି-ରାଜାମୁଣ୍ଡା ନୂତନ ଭାବେ ଜାତୀୟ ରାଜପଥ ନିର୍ମାଣ ବେଳେ ଏହି ଛକଟି ସୃଷ୍ଟି ହୋଇଥିଲା। ଫଳରେ ବସ୍‌, ଟ୍ରକ ସହ ଅନ୍ୟ ଗାଡ଼ି ବ୍ୟାସନଗର ସହର ମଧ୍ୟରେ ପ୍ରବେଶ ନ କରି ଏହି ଛକ ଦେଇ ପାଣିକୋଇଲିରେ ବାହାରି କଟକ, ଭୁବନେଶ୍ବର ଓ ଅନ୍ୟ ସ୍ଥାନକୁ ଯାଇପାରିବେ। ପାଣିକୋଇଲିପଟୁ ଆସୁଥିବା ଯାନବାହନ ସହର ଭିତରେ ପ୍ରବେଶ ନ କରି ଏହି ଛକଦେଇ କେନ୍ଦୁଝର, ରାଉରକେଲା ଓ ମୟୂରଭଞ୍ଜ ଜିଲାକୁ ଯାଇପାରିବେ। ଏହାବ୍ୟତୀତ ସୁକିନ୍ଦା ଖଣି ଅଞ୍ଚଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଆସୁଥିବା ବିଭିନ୍ନ ଭାରିଯାନ ସହ ଅନ୍ୟ ଗାଡ଼ି ବ୍ୟାସନଗର ସହର ମଧ୍ୟରେ ପ୍ରବେଶ ନ କରି ବିଜୁ ପଟ୍ଟନାୟକ ମାର୍ଗ ମିଲିଟାରି ଛକ ଦେଇ ଏହି ଛକରେ ବାହାରି ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବେ।
ସେହିପରି କେନ୍ଦୁଝର କି କଟକ ଆଡୁ ଆସୁଥିବା ଗାଡି ମଧ୍ୟ ଏହି ବାଟ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଇପାରିବେ। ଫଳରେ ବ୍ୟାସନଗର ସହରରେ ଆଉ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ। ତେଣୁ ଏହି ଛକ ଯାତାୟାତ ଦୃଷ୍ଟିରୁ ଗୁରୁତ୍ୱ ବହନ କରେ। ସବୁଠାରୁ ବଡ କଥା ହେଲା ବିଭିନ୍ନ ସ୍ଥାନକୁ ଯିବା ପାଇଁ ଏଠାରୁ ବସର ସୁବିଧା ଉପଲବ୍ଧ ହୋଇଥାଏ। ତେଣୁ ସକାଳୁ ରାତି ପର୍ଯ୍ୟନ୍ତ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ। ଲୋକେ ଦୂର ସ୍ଥାନକୁ ଯିବା ପାଇଁ ଏଠାରେ ବସକୁ ଅପେକ୍ଷା କରିଥାନ୍ତି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯେତିକି ପରିମାଣର ଆଲୋକ ବ୍ୟବସ୍ଥା ଏଠାରେ ହେବା କଥା ତାହା ହୋଇନାହିଁ। ଯେଉଁ ଆଲୋକୀକରଣ ହୋଇଛି, ତାହା ପୁଣି ବାରମ୍ବାର ଅଚଳ ହୋଇ ପଡୁଥିବା ଅଭିଯୋଗ ହେଉଛି। ଛକ ମଧ୍ୟରେ ଥିବା ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଠିକରେ କାର୍ଯ୍ୟ କରୁନାହିଁ। ଅଧିକାଂଶ ଲାଇଟ ବିଭିନ୍ନ ସମୟରେ ଅଚଳ ରହୁଛି। ଏହାବ୍ୟତୀତ କଳିଙ୍ଗନଗର ମିଲିଟାରି ଛକ ଆଡକୁ ଯାଇଥିବା ରାସ୍ତାରେ ଆଲୋକୀକରଣର ବ୍ୟବସ୍ଥା ଥିଲେ ମଧ୍ୟ ସେ ସବୁ ଠିକରେ କାମ କରୁନାହିଁ। କିଛି ଲାଇଟ ଦିନରେ ଜଳୁଥିବା ଅଭିଯୋଗ ହୁଏ। ଆବଶ୍ୟକ ଆଲୋକ ଅଭାବରୁ ରାତିରେ ଏହି ଅଞ୍ଚଳ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ରାତି ହେଲେ ଲୋକେ ଏହି ବାଟ ଦେଇ ଯିବା ପାଇଁ ଭୟ କରୁଛନ୍ତି। ଅନ୍ଧାର ସୁଯୋଗରେ ନିକଟରେ ଥିବା ମହିମା ମଠ ସମେତ ଅନ୍ୟସ୍ଥାନରୁ ମଧ୍ୟ ଚୋରି ହେଉଛି। ଛକ ନିକଟରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଲୁହାରେ ନିର୍ମାଣ ହୋଇଥିବା ଏକ ରେଷ୍ଟ ଶେଡକୁ କେହି ଓଲଟାଇ ପକାଇ ନେବା ଯୋଜନା କରିଥିବା ଦେଖିବାକୁ ମିଳିଛି। ଏହି ଛକରୁ ପାଣିକୋଇଲିକୁ ଯିବା ରାସ୍ତାର ଉଭୟ ପାର୍ଶ୍ୱରେ ଲାଗି ଥିବା ଲୁହା ରୋଲିଂ ଚୋରି ହେବାରେ ଲାଗିଛି। ବିଭିନ୍ନ ଦୃଷ୍ଟିକୋଣରୁ ଛକଟି ଜନଗହଳି ପୂର୍ଣ୍ଣ ହୋଇଥିବାବେଳେ ଏଠାରେ ବିଶ୍ରାମାଗାର, ପାନୀୟଜଳ କି ଶୌଚାଳୟର ବ୍ୟବସ୍ଥା ନାହିଁ।
ଦୁଇ ବର୍ଷ ତଳେ ଜିଲା ପ୍ରଶାସନ ପକ୍ଷରୁ ଛକର ସୌନ୍ଦର୍ଯ୍ୟକରଣ କରାଯାଇଥିଲେ ହେଁ ଯାତ୍ରୀଙ୍କ ସବୁ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇନାହିଁ। ଛକ ନିକଟରେ ଯାଜପୁର ରୋଡ ଦମକଳ କେନ୍ଦ୍ର, ବିଦ୍ୟୁତ୍‌ ଷ୍ଟେଶନ, ଯାଜପୁର ରୋଡ୍‌ ଥାନା, ଭେଣ୍ଡିଂ ଜୋନ ସହିତ ପୁରାତନ ଐତିହାସିକ ଜୈନ ଗୁମ୍ଫା, ମହିମା ଅଲେଖ ମଠ ଓ ହନୁମାନ ମନ୍ଦିର ଆଦି ଧର୍ମସ୍ଥଳୀ ରହିଛି। ଆଗକୁ ସରକାରୀ ଓ ବେସରକାରୀ ଭାବେ ଏକାଧିକ ପ୍ରକଳ୍ପ ନିର୍ମାଣ ହେବାର ପ୍ରସ୍ତାବ ରହିଛି। ତେଣୁ ଏଠାରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଜିଲା ପ୍ରଶାସନ, ବ୍ୟାସନଗର ପୌର ପ୍ରଶାସନ ଓ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri