ସତୀତ୍ୱର ବହ୍ନି

ରୋପରେ ଖ୍ରୀଷ୍ଟିଆନ ଧର୍ମଯାଜକ ସଇତାନଙ୍କୁ ପୂଜାକରୁଥିବା ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିଦେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରୁଥିଲେ ଓ ଶହୀଦ ହେଉଥିଲେ। ସେମାନଙ୍କୁ ଏକ ଖାଇରେ ପକାଇ ଦିଆଯାଇ ନିଆଁ ଲଗାଇ ଦିଆଯାଉଥିଲା। ଧର୍ମୀୟ ବିବାଦକୁ ଦେଖିଲେ ମୃତ୍ୟୁର ରଙ୍ଗମଞ୍ଚ ମାନବ ସଂସ୍କୃତିର ଏକ ବଡ଼ ଅଂଶ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଯେଉଁଥିରେ ହିନ୍ଦୁ ବିଧବାଙ୍କୁ ଜଳିଦିଆଯାଉଥିବା ସତୀପ୍ରଥାକୁ ଦେଖାଯାଉ। ୧୮୯୨ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସତୀପ୍ରଥାକୁ ବନ୍ଦକରିବାକୁ ଏକ ଆଇନ ଆଣିଥିଲେ। ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ବହୁ ଦିନ ଧରି ୟୁରୋପୀୟ ଦେଶଗୁଡ଼ିକରେ ଏହି ପ୍ରଥାକୁ ସାମ୍ନାକୁ ଆଣି ବିରୋଧ କରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ, ଭାରତ ଏହାର ଉଚ୍ଚ ଦର୍ଶନ ପରିବର୍ତ୍ତେ ଏକ ବର୍ବର ଭୂମି ଥିଲା ଯାହାର ସଭ୍ୟତାକୁ ବଞ୍ଚାଇବାର ଆବଶ୍ୟକତା ଥିଲା। ଏହି ପ୍ରତିବନ୍ଧକକୁ ଅସ୍ବୀକାର କରି ୧ ଦଶନ୍ଧି ପରେ ଶିଖ୍‌ ସାମ୍ରାଜ୍ୟରେ ୪ ଜଣ ରାଜପୁତ ରାଣୀ ଏବଂ ୭ ଜଣ ଦାସୀ ରାଜା ରଣଜିତ ସିଂହଙ୍କ ଚିତାଗ୍ନିରେ ଝାସ ଦେଇଥିଲେ। ଏକ କଙ୍ଗଡ଼ା ଚିତ୍ରକଳାରେ ଏହି ଘଟଣାକୁ ଦର୍ଶାଯାଇଥିଲା। ୧୮୬୧ରେ ମାଇକେଲ ମଧୁସୂଦନ ଦତ୍ତ ମେଘନାଦ ବଧ ଗୀତିନାଟ୍ୟ ଲେଖିଥିଲେ। ଏଥିରେ ରାବଣର ପୁତ୍ରବଧୂ ତଥା ଇନ୍ଦ୍ରଜିତଙ୍କ ବିଧବା ରାଣୀ ପ୍ରମିଳାଙ୍କ ସତୀତ୍ୱର କାହାଣୀକୁ ଏହା ସାମ୍ନାକୁ ଆଣିଥିଲେ। ଏହାର ମୂଳ କାହାଣୀ ୭୦୦ ବର୍ଷ ପୁରୁଣା ତେଲଗୁ ରଙ୍ଗନାଥ ରାମାୟଣରେ ରହିଛି। ଏପରିକି ସତୀପ୍ରଥା ବନ୍ଦକୁ ସମର୍ଥନ କରୁଥିବା ହିନ୍ଦୁ ସମାଜ ସଂସ୍କାରକମାନେ ମଧ୍ୟ ଏହି ବେଙ୍ଗଲୀ ଗୀତିନାଟ୍ୟକୁ ପ୍ରଶଂସାକରିବା ତାହାକୁ ସାହିତ୍ୟର ଉତ୍କୃଷ୍ଟ କୃତି ବୋଲି କହିଥିଲେ।
ବୀରାଙ୍ଗନାମାନେ ସେମାନଙ୍କ ସ୍ବାମୀଙ୍କ ମୃତଦେହ ସହ କିମ୍ବା ବିନା ମୃତଦେଦରେ ନିଜକୁ ଅଗ୍ନିରେ ଝାସଦେଇ ‘ସତୀ’ ହେବା ପରମ୍ପରା କେବେଠୁ ଭାରତରେ ରହିଥିଲା ତାହା କେହି ଠିକ୍‌ ଭାବେ ଜାଣନ୍ତିନାହିଁ। ସତୀ ଶବ୍ଦର ଅର୍ଥ ପତିବ୍ରତା ନାରୀ। ଏହି ଅମାନବୀୟ ସତୀ ପରମ୍ପରାର ବିଶ୍ୱସ୍ତତା ସିଦ୍ଧାନ୍ତ ସହ ସମ୍ପର୍କ ରହିଛି। ସତୀ ସିଦ୍ଧାନ୍ତରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବ୍ୟତୀତ ଅନ୍ୟ କାହା କଥା ଚିନ୍ତାକରେ ନାହିଁ। ତାଙ୍କ ପତିଙ୍କର ଅଲୌକିକ ଶକ୍ତି ଥିଲା। ସେହି ପତିବ୍ରତା ନାରୀ ଅଧାଗଢ଼ା ମାଠିଆରେ ପାଣି କାଢ଼ି ପାରୁଥିଲେ, ଯାହା ସତୀ ରେଣୁକାଙ୍କ କାହାଣୀରେ ବର୍ଣ୍ଣନା କରାଯାଇଛି। ସତୀ ନାରୀ ସୂର୍ଯ୍ୟ ଉଦୟକୁ ଅଟକାଇ ଦେଇପାରୁଥିବା କଥା ସତୀ ଶୀଳାବତୀ କାହାଣୀରେ ଉଲ୍ଲେଖ ରହିଛି। ସତୀ ନାରୀ ମଧ୍ୟ ହିନ୍ଦୁଧର୍ମର ତ୍ରିମୂର୍ତ୍ତିଙ୍କୁ ତାଙ୍କ ସନ୍ତାନରେ ପରିଣତ କରିଦେଇପାରନ୍ତି, ଯାହା ସତୀ ଅନସୂୟା କାହାଣୀରେ ବର୍ଣ୍ଣନା କରାଯାଇଛି। ସତୀ ସାବିତ୍ରୀ ଯମ କବଳରୁ ତାଙ୍କ ସ୍ବାମୀଙ୍କୁ ରକ୍ଷା କରିପାରିଥିଲେ। ଏଣୁ ଏହା ଗ୍ରହଣକରି ନିଆଗଲା ଯେ, ଜଣେ ସତୀ ନାରୀ ତାଙ୍କ ବୀର ସ୍ବାମୀଙ୍କୁ ମୃତ୍ୟୁରୁ ରକ୍ଷା କରିପାରିବେ।
6ବୈଦିକ ସାହିତ୍ୟରେ ଏହି ପ୍ରଥା ସମ୍ପର୍କରେ କିଛି କୁହାଯାଇନାହିଁ। ଋଗ୍‌ବେଦରେ କେବଳ ଉଲ୍ଲେଖ ରହିଛି, ଜଣେ ବିଧବା ତାଙ୍କ ସ୍ବାମୀଙ୍କ ମୃତଦେହ କଡ଼ରେ ଶୋଇ ରହନ୍ତି ଓ ପରେ ଅନ୍ୟ ଜଣେ ପୁରୁଷଙ୍କ ହାତ ଧରି ପୁଣି ନୂଆ ଜୀବନକୁ ଫେରନ୍ତି। ଏହା ଉତ୍ତର ଭାରତର ପଶୁପାଳକ ଗୋଷ୍ଠୀର ‘ଚାଦର ଚନ୍ଦନ’ ପରମ୍ପରାକୁ ଉତ୍ସାହିତ କରିଛି , ଯେଉଁଥିରେ ଜଣେ ବିଧବା ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରିଥାନ୍ତି। ଏହି ପ୍ରକାର ପରମ୍ପରା ଇହୁଦୀ ବାଇବେଲରେ ମଧ୍ୟ ଦେଖିବାକୁ ମିଳେ, ଯେଉଁଠି ତମାର(ରାଜା ଡାଭିଡ୍‌ଙ୍କ କନ୍ୟା ତଥା ଜୁଦାଙ୍କ ପୁତ୍ରବଧୂ)ଙ୍କୁ ତାଙ୍କ ଦିଅରକୁ ବିବାହ କରିବାକୁ ବାଧ୍ୟକରାଯାଇଥିଲା। ନାରୀ ଅଧିକାର ପାଇଁ ଲଢୁଥିବା ବ୍ୟକ୍ତିମାନେ ଏହି ପ୍ରକାର ପୁନର୍ବିବାହକୁ ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା ଭାବେ ଦେଖିୁଥିଲେ, ଯେହେତୁ ବିଧବାଙ୍କ କୌଣସି ପ୍ରଭାବ ନ ଥିଲା। ବ୍ରାହ୍ମଣ ଓ ରାଜପୁତମାନେ ପୁନର୍ବିବାହକୁ ସ୍ବୀକାର କରୁ ନ ଥିଲେ। କାରଣ ଏହାକୁ ସେମାନେ ନିମ୍ନ ଜାତିର ପରମ୍ପରା ଭାବେ ଦେଖୁଥିଲେ, ଯାହା ରାମାୟଣର ରାକ୍ଷସ ଓ ମର୍କଟଙ୍କ ମଧ୍ୟରେ ଦେଖିବାକୁ ମିଳେ। ଜଣେ ଉଚ୍ଚଜାତିର ବିଧବା ଯଦି ତାଙ୍କ ସ୍ବାମୀଙ୍କ ଚିତାରେ ଝାସଦେବାକୁ ମନାକରୁଥିଲେ,ତେବେ ସେ ଲଣ୍ଡାହୋଇ ଶରୀରକୁ ଗହଣାରେ ଢାଙ୍କିହେବା ସହ ବିନା ଲୁଣ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇଲେ ହିଁ ତାଙ୍କୁ ସମ୍ମାନ ମିଳୁଥିଲା। ସେ ଜଣେ ନନ୍‌ ଭଳି ବଞ୍ଚୁଥିଲେ ଏବଂ ମଥୁରା ଓ ବୃନ୍ଦାବନର ମନ୍ଦିରଗୁଡ଼ିକରେ ଏକୁଟିଆ ରହୁଥିଲେ। ଷୋଡ଼ଶ ଶତାବ୍ଦୀର ରାଜପୁତ ରାଜକୁମାରୀ ମୀରା ସତୀ ହେବା ପାଇଁ ମନା କରିଦେଇ ସର୍ବସାଧାରଣରେ କୃଷ୍ଣ ଭଜନ ଗାଇବାରେ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ। ତାଙ୍କ ପରିବାର ଓ ସମ୍ପକୀୟମାନେ ତାଙ୍କୁ ସମସ୍ୟାରେ ପକାଇବା ଯୋଗୁ ସେ ଅଲୌକିକ ଭାବେ ଦ୍ୱାରକାରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।
ବିଧବା ନିଆଁରେ ଝାସଦେଇ ମୃତ୍ୟୁବରଣ କରିବାର ପ୍ରମାଣ ନେପାଳ, କେନ୍ଦ୍ର ଓ ପଶ୍ଚିମ ଭାରତରୁ ମିଳିଥିବା ୧୬୦୦ ବର୍ଷ ପୁରୁଣା ପୁରାତନ ପ୍ରତ୍ନତାତ୍ତ୍ୱିକ ଓ ଶିଳାଲେଖରୁ ମିଳେ। ଏହା ହେଉଛି ପାଖାପାଖି ସେହି ସମୟ ଯେତେବେଳେ ରାଜା ସାତବାହାନ ଗୋଦାବରୀ ନଦୀ ଅବବାହିକାକୁ ଅଧିକାର କରିଥିଲେ। ସେହି ସମୟର ଏକ ତାମିଲ ସଙ୍ଗମ କବିତାରେ ଜଣେ ବିଧବା କହିଛନ୍ତି, ”ମୋଟା କାଠଗଣ୍ଡିର ଚିତା ବା ଅଗ୍ନିଶିଖା ତୁମକୁ ଡରାଇଦେବ, କିନ୍ତୁ ତା’ପ୍ରତି ମୋ ମନରେ ଭୟ ନାହିଁ, କାରଣ ମୋ ସହ ବୀର ସ୍ବାମୀ ରହିଛନ୍ତି। ଏକ ପଦ୍ମପୋଖରୀ ଏବଂ ଏକ ଅଗ୍ନିଶିଖାର ବେଦି ଉଭୟ ମୋ ପାଇଁ ସମାନ (ପୁରାଣନୁରୁ, ୨୪୬)।“ ସେହି ସମୟର ପ୍ରକୃତି ସାହିତ୍ୟର ଗହା ସତ୍ତାସି ( କବିତା ୪୦୭)ରେ ନିଜର ପ୍ରିୟ ସ୍ବାମୀ କଡ଼ରେ ରହିଥିବା ଜଣେ ବିଧବା ଶରୀରରୁ ନିଗୁଡ଼ୁଥିବା ବୁନ୍ଦାବୁନ୍ଦା ଜଳ କିଭଳି ଚିତାକୁ ଲିଭାଇଦିଏ ସେ ସମ୍ପର୍କରେ ବର୍ଣ୍ଣନା ରହିଛି।
ପ୍ରାୟ ୧୩୦୦ ବର୍ଷ ପୂର୍ବର ପୁରାତନ ବ୍ରାହ୍ମଣୀୟ ଗ୍ରନ୍ଥ (ପ୍ରସାର ଓ ବିଷ୍ଣୁ ଧର୍ମଶାସ୍ତ୍ର)ରେ ଏହି ପ୍ରଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହାକୁ ସତୀତ୍ୱ ବଜାୟ ରଖିବା ଏବଂ ସ୍ବର୍ଗକୁ ଯିବାର ପଥ ବୋଲି କୁହାଯାଇଛି। କିନ୍ତୁ ଏହା କେବଳ ଯୋଦ୍ଧା ସମୁଦାୟଙ୍କ ମଧ୍ୟରେ ସୀମିତ ଥିଲା। ଏଥିରେ ସମ୍ମାନ ମିଳୁଥିଲା, ବେଶ୍‌ ଲୋକପ୍ରିୟ ଥିଲା। ରାଜସ୍ଥାନଠାରୁ ଆରମ୍ଭକରି କେନ୍ଦ୍ର ଭାରତ, ନର୍ମଦା ଅବବାହିକା ଏବଂ ଓଡ଼ିଶା ପର୍ଯ୍ୟନ୍ତ ସତୀ ପ୍ରଥାର ବ୍ୟାପକ ପ୍ରସାରରୁ ଏହାର ସଙ୍କେତ ମିଳେ। ଚତୁର୍ଦ୍ଦଶ ଶତାବ୍ଦୀରେ ଏହାକୁ ଓପଚାରିକ ଭାବେ ବିରୋଧ କରିବାରେ ପ୍ରଥମ ରାଜା ହେଉଛନ୍ତି ମହମ୍ମଦ ତୋଗଲକ। କିନ୍ତୁ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ବିଶେଷକରି ମରାଠା ଓ ରାଜପୁତମାନେ ସତୀ ଝାସଦେଇଥିବା ସ୍ଥାନରେ ସ୍ମାରକ ନିର୍ମାଣ କରିଥିଲେ। ପାଖାପାଖି ୩୦୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗର କୁଳୀନ ବ୍ରାହ୍ମଣମାନେ ଏହି ପ୍ରଥାକୁ ଗ୍ରହଣ କରିଥିଲେ। ତେବେ ଚିନ୍ତାର ବିଷୟ ହେଲା, ଏହା କ’ଣ ବହୁ ବିବାହ ପରମ୍ପରା ସହ ରହିଥିଲା? ଜାତିଶୁଦ୍ଧତାର ସେବାରେ ନିଃସନ୍ତାନ ବାଲ୍ୟ ବିଧବାଙ୍କ ପାଇଁ କୁଳୀନ ପୂଜକ ଗୋଷ୍ଠୀଙ୍କ ଦ୍ୱାରା ଏହା ଯୁକ୍ତିଯୁକ୍ତ ଥିଲା। ସେଥିପାଇଁ ଭାରତକୁ ବଦନାମ କରିବା ଏବଂ ଏହା ଉପରେ ପ୍ରତିବନ୍ଧକ ଲଗାଇବା ସକାଶେ ବ୍ରିଟିଶ ଧର୍ମଯାଜକମାନେ ୟୁରୋପରେ ଜୋର୍‌ସୋର ପ୍ରଚାର କରିଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri