ସତୀତ୍ୱର ବହ୍ନି

ରୋପରେ ଖ୍ରୀଷ୍ଟିଆନ ଧର୍ମଯାଜକ ସଇତାନଙ୍କୁ ପୂଜାକରୁଥିବା ଡାହାଣୀ ସନ୍ଦେହରେ ମହିଳାମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିଦେବା ପରିବର୍ତ୍ତେ ମୃତ୍ୟୁକୁ ପସନ୍ଦ କରୁଥିଲେ ଓ ଶହୀଦ ହେଉଥିଲେ। ସେମାନଙ୍କୁ ଏକ ଖାଇରେ ପକାଇ ଦିଆଯାଇ ନିଆଁ ଲଗାଇ ଦିଆଯାଉଥିଲା। ଧର୍ମୀୟ ବିବାଦକୁ ଦେଖିଲେ ମୃତ୍ୟୁର ରଙ୍ଗମଞ୍ଚ ମାନବ ସଂସ୍କୃତିର ଏକ ବଡ଼ ଅଂଶ ହୋଇ ରହିଛି। ଏହି ପରିପ୍ରେକ୍ଷୀରେ ଯେଉଁଥିରେ ହିନ୍ଦୁ ବିଧବାଙ୍କୁ ଜଳିଦିଆଯାଉଥିବା ସତୀପ୍ରଥାକୁ ଦେଖାଯାଉ। ୧୮୯୨ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସତୀପ୍ରଥାକୁ ବନ୍ଦକରିବାକୁ ଏକ ଆଇନ ଆଣିଥିଲେ। ଖ୍ରୀଷ୍ଟଧର୍ମ ପ୍ରଚାରକମାନେ ବହୁ ଦିନ ଧରି ୟୁରୋପୀୟ ଦେଶଗୁଡ଼ିକରେ ଏହି ପ୍ରଥାକୁ ସାମ୍ନାକୁ ଆଣି ବିରୋଧ କରିଥିଲେ। ସେମାନେ ଯୁକ୍ତି ବାଢ଼ିଥିଲେ, ଭାରତ ଏହାର ଉଚ୍ଚ ଦର୍ଶନ ପରିବର୍ତ୍ତେ ଏକ ବର୍ବର ଭୂମି ଥିଲା ଯାହାର ସଭ୍ୟତାକୁ ବଞ୍ଚାଇବାର ଆବଶ୍ୟକତା ଥିଲା। ଏହି ପ୍ରତିବନ୍ଧକକୁ ଅସ୍ବୀକାର କରି ୧ ଦଶନ୍ଧି ପରେ ଶିଖ୍‌ ସାମ୍ରାଜ୍ୟରେ ୪ ଜଣ ରାଜପୁତ ରାଣୀ ଏବଂ ୭ ଜଣ ଦାସୀ ରାଜା ରଣଜିତ ସିଂହଙ୍କ ଚିତାଗ୍ନିରେ ଝାସ ଦେଇଥିଲେ। ଏକ କଙ୍ଗଡ଼ା ଚିତ୍ରକଳାରେ ଏହି ଘଟଣାକୁ ଦର୍ଶାଯାଇଥିଲା। ୧୮୬୧ରେ ମାଇକେଲ ମଧୁସୂଦନ ଦତ୍ତ ମେଘନାଦ ବଧ ଗୀତିନାଟ୍ୟ ଲେଖିଥିଲେ। ଏଥିରେ ରାବଣର ପୁତ୍ରବଧୂ ତଥା ଇନ୍ଦ୍ରଜିତଙ୍କ ବିଧବା ରାଣୀ ପ୍ରମିଳାଙ୍କ ସତୀତ୍ୱର କାହାଣୀକୁ ଏହା ସାମ୍ନାକୁ ଆଣିଥିଲେ। ଏହାର ମୂଳ କାହାଣୀ ୭୦୦ ବର୍ଷ ପୁରୁଣା ତେଲଗୁ ରଙ୍ଗନାଥ ରାମାୟଣରେ ରହିଛି। ଏପରିକି ସତୀପ୍ରଥା ବନ୍ଦକୁ ସମର୍ଥନ କରୁଥିବା ହିନ୍ଦୁ ସମାଜ ସଂସ୍କାରକମାନେ ମଧ୍ୟ ଏହି ବେଙ୍ଗଲୀ ଗୀତିନାଟ୍ୟକୁ ପ୍ରଶଂସାକରିବା ତାହାକୁ ସାହିତ୍ୟର ଉତ୍କୃଷ୍ଟ କୃତି ବୋଲି କହିଥିଲେ।
ବୀରାଙ୍ଗନାମାନେ ସେମାନଙ୍କ ସ୍ବାମୀଙ୍କ ମୃତଦେହ ସହ କିମ୍ବା ବିନା ମୃତଦେଦରେ ନିଜକୁ ଅଗ୍ନିରେ ଝାସଦେଇ ‘ସତୀ’ ହେବା ପରମ୍ପରା କେବେଠୁ ଭାରତରେ ରହିଥିଲା ତାହା କେହି ଠିକ୍‌ ଭାବେ ଜାଣନ୍ତିନାହିଁ। ସତୀ ଶବ୍ଦର ଅର୍ଥ ପତିବ୍ରତା ନାରୀ। ଏହି ଅମାନବୀୟ ସତୀ ପରମ୍ପରାର ବିଶ୍ୱସ୍ତତା ସିଦ୍ଧାନ୍ତ ସହ ସମ୍ପର୍କ ରହିଛି। ସତୀ ସିଦ୍ଧାନ୍ତରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବ୍ୟତୀତ ଅନ୍ୟ କାହା କଥା ଚିନ୍ତାକରେ ନାହିଁ। ତାଙ୍କ ପତିଙ୍କର ଅଲୌକିକ ଶକ୍ତି ଥିଲା। ସେହି ପତିବ୍ରତା ନାରୀ ଅଧାଗଢ଼ା ମାଠିଆରେ ପାଣି କାଢ଼ି ପାରୁଥିଲେ, ଯାହା ସତୀ ରେଣୁକାଙ୍କ କାହାଣୀରେ ବର୍ଣ୍ଣନା କରାଯାଇଛି। ସତୀ ନାରୀ ସୂର୍ଯ୍ୟ ଉଦୟକୁ ଅଟକାଇ ଦେଇପାରୁଥିବା କଥା ସତୀ ଶୀଳାବତୀ କାହାଣୀରେ ଉଲ୍ଲେଖ ରହିଛି। ସତୀ ନାରୀ ମଧ୍ୟ ହିନ୍ଦୁଧର୍ମର ତ୍ରିମୂର୍ତ୍ତିଙ୍କୁ ତାଙ୍କ ସନ୍ତାନରେ ପରିଣତ କରିଦେଇପାରନ୍ତି, ଯାହା ସତୀ ଅନସୂୟା କାହାଣୀରେ ବର୍ଣ୍ଣନା କରାଯାଇଛି। ସତୀ ସାବିତ୍ରୀ ଯମ କବଳରୁ ତାଙ୍କ ସ୍ବାମୀଙ୍କୁ ରକ୍ଷା କରିପାରିଥିଲେ। ଏଣୁ ଏହା ଗ୍ରହଣକରି ନିଆଗଲା ଯେ, ଜଣେ ସତୀ ନାରୀ ତାଙ୍କ ବୀର ସ୍ବାମୀଙ୍କୁ ମୃତ୍ୟୁରୁ ରକ୍ଷା କରିପାରିବେ।
6ବୈଦିକ ସାହିତ୍ୟରେ ଏହି ପ୍ରଥା ସମ୍ପର୍କରେ କିଛି କୁହାଯାଇନାହିଁ। ଋଗ୍‌ବେଦରେ କେବଳ ଉଲ୍ଲେଖ ରହିଛି, ଜଣେ ବିଧବା ତାଙ୍କ ସ୍ବାମୀଙ୍କ ମୃତଦେହ କଡ଼ରେ ଶୋଇ ରହନ୍ତି ଓ ପରେ ଅନ୍ୟ ଜଣେ ପୁରୁଷଙ୍କ ହାତ ଧରି ପୁଣି ନୂଆ ଜୀବନକୁ ଫେରନ୍ତି। ଏହା ଉତ୍ତର ଭାରତର ପଶୁପାଳକ ଗୋଷ୍ଠୀର ‘ଚାଦର ଚନ୍ଦନ’ ପରମ୍ପରାକୁ ଉତ୍ସାହିତ କରିଛି , ଯେଉଁଥିରେ ଜଣେ ବିଧବା ତାଙ୍କ ସ୍ବାମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରିଥାନ୍ତି। ଏହି ପ୍ରକାର ପରମ୍ପରା ଇହୁଦୀ ବାଇବେଲରେ ମଧ୍ୟ ଦେଖିବାକୁ ମିଳେ, ଯେଉଁଠି ତମାର(ରାଜା ଡାଭିଡ୍‌ଙ୍କ କନ୍ୟା ତଥା ଜୁଦାଙ୍କ ପୁତ୍ରବଧୂ)ଙ୍କୁ ତାଙ୍କ ଦିଅରକୁ ବିବାହ କରିବାକୁ ବାଧ୍ୟକରାଯାଇଥିଲା। ନାରୀ ଅଧିକାର ପାଇଁ ଲଢୁଥିବା ବ୍ୟକ୍ତିମାନେ ଏହି ପ୍ରକାର ପୁନର୍ବିବାହକୁ ପୁରୁଷପ୍ରଧାନ ସାମାଜିକ ବ୍ୟବସ୍ଥା ଭାବେ ଦେଖିୁଥିଲେ, ଯେହେତୁ ବିଧବାଙ୍କ କୌଣସି ପ୍ରଭାବ ନ ଥିଲା। ବ୍ରାହ୍ମଣ ଓ ରାଜପୁତମାନେ ପୁନର୍ବିବାହକୁ ସ୍ବୀକାର କରୁ ନ ଥିଲେ। କାରଣ ଏହାକୁ ସେମାନେ ନିମ୍ନ ଜାତିର ପରମ୍ପରା ଭାବେ ଦେଖୁଥିଲେ, ଯାହା ରାମାୟଣର ରାକ୍ଷସ ଓ ମର୍କଟଙ୍କ ମଧ୍ୟରେ ଦେଖିବାକୁ ମିଳେ। ଜଣେ ଉଚ୍ଚଜାତିର ବିଧବା ଯଦି ତାଙ୍କ ସ୍ବାମୀଙ୍କ ଚିତାରେ ଝାସଦେବାକୁ ମନାକରୁଥିଲେ,ତେବେ ସେ ଲଣ୍ଡାହୋଇ ଶରୀରକୁ ଗହଣାରେ ଢାଙ୍କିହେବା ସହ ବିନା ଲୁଣ କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇଲେ ହିଁ ତାଙ୍କୁ ସମ୍ମାନ ମିଳୁଥିଲା। ସେ ଜଣେ ନନ୍‌ ଭଳି ବଞ୍ଚୁଥିଲେ ଏବଂ ମଥୁରା ଓ ବୃନ୍ଦାବନର ମନ୍ଦିରଗୁଡ଼ିକରେ ଏକୁଟିଆ ରହୁଥିଲେ। ଷୋଡ଼ଶ ଶତାବ୍ଦୀର ରାଜପୁତ ରାଜକୁମାରୀ ମୀରା ସତୀ ହେବା ପାଇଁ ମନା କରିଦେଇ ସର୍ବସାଧାରଣରେ କୃଷ୍ଣ ଭଜନ ଗାଇବାରେ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ। ତାଙ୍କ ପରିବାର ଓ ସମ୍ପକୀୟମାନେ ତାଙ୍କୁ ସମସ୍ୟାରେ ପକାଇବା ଯୋଗୁ ସେ ଅଲୌକିକ ଭାବେ ଦ୍ୱାରକାରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ।
ବିଧବା ନିଆଁରେ ଝାସଦେଇ ମୃତ୍ୟୁବରଣ କରିବାର ପ୍ରମାଣ ନେପାଳ, କେନ୍ଦ୍ର ଓ ପଶ୍ଚିମ ଭାରତରୁ ମିଳିଥିବା ୧୬୦୦ ବର୍ଷ ପୁରୁଣା ପୁରାତନ ପ୍ରତ୍ନତାତ୍ତ୍ୱିକ ଓ ଶିଳାଲେଖରୁ ମିଳେ। ଏହା ହେଉଛି ପାଖାପାଖି ସେହି ସମୟ ଯେତେବେଳେ ରାଜା ସାତବାହାନ ଗୋଦାବରୀ ନଦୀ ଅବବାହିକାକୁ ଅଧିକାର କରିଥିଲେ। ସେହି ସମୟର ଏକ ତାମିଲ ସଙ୍ଗମ କବିତାରେ ଜଣେ ବିଧବା କହିଛନ୍ତି, ”ମୋଟା କାଠଗଣ୍ଡିର ଚିତା ବା ଅଗ୍ନିଶିଖା ତୁମକୁ ଡରାଇଦେବ, କିନ୍ତୁ ତା’ପ୍ରତି ମୋ ମନରେ ଭୟ ନାହିଁ, କାରଣ ମୋ ସହ ବୀର ସ୍ବାମୀ ରହିଛନ୍ତି। ଏକ ପଦ୍ମପୋଖରୀ ଏବଂ ଏକ ଅଗ୍ନିଶିଖାର ବେଦି ଉଭୟ ମୋ ପାଇଁ ସମାନ (ପୁରାଣନୁରୁ, ୨୪୬)।“ ସେହି ସମୟର ପ୍ରକୃତି ସାହିତ୍ୟର ଗହା ସତ୍ତାସି ( କବିତା ୪୦୭)ରେ ନିଜର ପ୍ରିୟ ସ୍ବାମୀ କଡ଼ରେ ରହିଥିବା ଜଣେ ବିଧବା ଶରୀରରୁ ନିଗୁଡ଼ୁଥିବା ବୁନ୍ଦାବୁନ୍ଦା ଜଳ କିଭଳି ଚିତାକୁ ଲିଭାଇଦିଏ ସେ ସମ୍ପର୍କରେ ବର୍ଣ୍ଣନା ରହିଛି।
ପ୍ରାୟ ୧୩୦୦ ବର୍ଷ ପୂର୍ବର ପୁରାତନ ବ୍ରାହ୍ମଣୀୟ ଗ୍ରନ୍ଥ (ପ୍ରସାର ଓ ବିଷ୍ଣୁ ଧର୍ମଶାସ୍ତ୍ର)ରେ ଏହି ପ୍ରଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହାକୁ ସତୀତ୍ୱ ବଜାୟ ରଖିବା ଏବଂ ସ୍ବର୍ଗକୁ ଯିବାର ପଥ ବୋଲି କୁହାଯାଇଛି। କିନ୍ତୁ ଏହା କେବଳ ଯୋଦ୍ଧା ସମୁଦାୟଙ୍କ ମଧ୍ୟରେ ସୀମିତ ଥିଲା। ଏଥିରେ ସମ୍ମାନ ମିଳୁଥିଲା, ବେଶ୍‌ ଲୋକପ୍ରିୟ ଥିଲା। ରାଜସ୍ଥାନଠାରୁ ଆରମ୍ଭକରି କେନ୍ଦ୍ର ଭାରତ, ନର୍ମଦା ଅବବାହିକା ଏବଂ ଓଡ଼ିଶା ପର୍ଯ୍ୟନ୍ତ ସତୀ ପ୍ରଥାର ବ୍ୟାପକ ପ୍ରସାରରୁ ଏହାର ସଙ୍କେତ ମିଳେ। ଚତୁର୍ଦ୍ଦଶ ଶତାବ୍ଦୀରେ ଏହାକୁ ଓପଚାରିକ ଭାବେ ବିରୋଧ କରିବାରେ ପ୍ରଥମ ରାଜା ହେଉଛନ୍ତି ମହମ୍ମଦ ତୋଗଲକ। କିନ୍ତୁ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ବିଶେଷକରି ମରାଠା ଓ ରାଜପୁତମାନେ ସତୀ ଝାସଦେଇଥିବା ସ୍ଥାନରେ ସ୍ମାରକ ନିର୍ମାଣ କରିଥିଲେ। ପାଖାପାଖି ୩୦୦ ବର୍ଷ ପୂର୍ବେ ପଶ୍ଚିମବଙ୍ଗର କୁଳୀନ ବ୍ରାହ୍ମଣମାନେ ଏହି ପ୍ରଥାକୁ ଗ୍ରହଣ କରିଥିଲେ। ତେବେ ଚିନ୍ତାର ବିଷୟ ହେଲା, ଏହା କ’ଣ ବହୁ ବିବାହ ପରମ୍ପରା ସହ ରହିଥିଲା? ଜାତିଶୁଦ୍ଧତାର ସେବାରେ ନିଃସନ୍ତାନ ବାଲ୍ୟ ବିଧବାଙ୍କ ପାଇଁ କୁଳୀନ ପୂଜକ ଗୋଷ୍ଠୀଙ୍କ ଦ୍ୱାରା ଏହା ଯୁକ୍ତିଯୁକ୍ତ ଥିଲା। ସେଥିପାଇଁ ଭାରତକୁ ବଦନାମ କରିବା ଏବଂ ଏହା ଉପରେ ପ୍ରତିବନ୍ଧକ ଲଗାଇବା ସକାଶେ ବ୍ରିଟିଶ ଧର୍ମଯାଜକମାନେ ୟୁରୋପରେ ଜୋର୍‌ସୋର ପ୍ରଚାର କରିଥିଲେ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri