ହାତୀ ରହୁଥିବା ଜଙ୍ଗଲରେ ନିଆଁ

ଯୋଡ଼ା,୬।୩: କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ ଅଧୀନ ଯୋଡ଼ା ଫରେଷ୍ଟ ସେକ୍ସନର ବୈତରଣୀ ସଂରକ୍ଷିତ ଝରଣ ଜଙ୍ଗଲରେ ନିଆଁ ଲାଗି ବନାଞ୍ଚଳ ନଷ୍ଟ ହୋଇଯାଇଛି। ଯୋଡ଼ା ସହରର ଦକ୍ଷିଣ-ପୂର୍ବ ଦିଗରେ ଥିବା ମନମରା-ଝରଣ ଜଙ୍ଗଲରେ ଶନିବାର ଧୂଆଁ ଉଠୁଥିବାର ଦେଖି ସ୍ଥାନୀୟ ଅଞ୍ଚଳବାସୀ ବନ ବିଭାଗକୁ ଖବର କରିଥିଲେ। ବନ ବିଭାଗ ଏକ ଟିମ୍‌ ଫାୟାର୍‌ ବ୍ଲୋୟର ମେଶିନ୍‌ ବ୍ୟବହାର କରି ନିଆଁକୁ ଆୟତ୍ତରେ ଆଣିଥିଲା। ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡାଙ୍କ ସୂଚନା ଅନୁଯାୟୀ ଏହି ଜଙ୍ଗଲରେ ୧୫ଟି ହାତୀ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଜଙ୍ଗଲ ନିଆଁକୁ ଆୟତ୍ତ କରିବାପାଇଁ ଉଦ୍ୟମ କରିଥିଲା। ହାତୀପଲ ଉପରେ ନଜର ରଖିବା ପାଇଁ ୬ ଜଣିଆ ସ୍କ୍ବାଡ ନିୟୋଜିତ କରାଯାଇଥିବା ବେଳେ ନିଆଁକୁ ଲିଭାଇବା ପାଇଁ ୯ ଜଣ ଫରେଷ୍ଟ ସ୍କ୍ବାଡଙ୍କୁ କାର୍ଯ୍ୟରେ ଲଗାଯାଇଛି। ଶୁକ୍ରବାର ରାତିରେ ମଧ୍ୟ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏହାକୁ ରାତିରେ ହିଁ ଆୟତ୍ତ କରାଯାଇଥିଲା। ଜଙ୍ଗଲରେ ନିଆଁ ଲାଗିବା ମନୁଷ୍ୟକୃତ। ଯୋଡା ଅଞ୍ଚଳରୁ ମହୁଲ, ଗିଲିରି ଫୁଲ, ଦାନ୍ତକାଠି, ଶାଳ ପତ୍ର ସମେତ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ବିଶୃଙ୍ଖଳିତ ହୋଇ ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଉଥିବାରୁ ଏହି ନିଆଁ କ୍ରମଶଃ ଜଙ୍ଗଲକୁ ଜଳାଇ ଦେଉଛି। ତେଣେ ହାତୀପଲ ଥିବାରୁ ଜଙ୍ଗଲରେ ନିଆଁ ବ୍ୟାପିଲେ ହାତୀମାନଙ୍କ ପ୍ରତି ବିପଦ ହୋଇଥିବାରୁ ଏହାକୁ ବନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ନିୟନ୍ତ୍ରଣ କରୁଥିବା ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ, ବିଛାକୁଣ୍ଡି, ମହାପର୍ବତ, ଗୁରୁବେଡା, ଜଜାଙ୍ଗ, ଗୁରୁତୁଆଁ, ରୋଇଡା, ଖଣ୍ଡବନ୍ଧ, ଠାକୁରାଣୀ ଆଦି ଜଙ୍ଗଲରେ ନିଆଁ ଲାଗି ବହୁ ପରିମିତ ବନାଞ୍ଚଳ ଧ୍ୱଂସ ପାଇଗଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri