ଜଙ୍ଗଲରେ ନିଆଁ, ରାସ୍ତାରେ ହାତୀପଲ

ସମ୍ବଲପୁର,୨୭ା୩(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ହାତୀ ପଲ ୫୫ନଂ. ଜାତୀୟ ରାଜପଥର ମୁଣ୍ଢେର ଗ୍ରାମ ନିକଟ ରାସ୍ତାରେ ୧୫ ମିନିଟ ଛିଡା ହୋଇଥିବା ଜଣାପଡିଛି। ଏହି ପଲରେ ୩ଟି ଦନ୍ତା, ୮ଟି ମାଈ ହାତୀ ଓ ନବଜାତ ସହିତ ୬ଟି ଛୁଆ ଥିବା ସୂଚନା ମିଳିଛି। ବନ କର୍ମଚାରୀ ହାତୀ ଘଉଡାଇବାକୁ ଯାଇ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିଗୁଡିକୁ ଅଟକାଇଥିଲେ। ହାତୀ ପଲ ମୁଣ୍ଢେର ଗ୍ରାମ ନିକଟରେ ଥିବା ଟ୍ରେନ୍‌ ଲାଇନ ନିକଟତର ହେଉଥିବା ଦେଖି କାର୍ଯ୍ୟରତ ମହିଳା ଫରେଷ୍ଟ ଗାର୍ଡ କ୍ରିଷ୍ଣା ଖୁଣ୍ଟିଆ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଅଧିକାରୀମାନେ ମାନେଶ୍ୱର ଓ ଯୁଯୁମୁରା ଷ୍ଟେଶନ ମାଷ୍ଟରଙ୍କ ସମେତ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ସେ ସମୟରେ ଏକ ମାଲ ଗାଡି ଆସୁଥିବାରୁ ଅଟକାଇବା ପାଇଁ ଗାର୍ଡ କ୍ରିଷ୍ଣା ଲାଇଟ୍‌ ମାରିବା ସହ କପଡ଼ା ଦେଖାଇ ଡ୍ରାଇଭରଙ୍କୁ ସୂଚନା ଦେଇଥିଲେ। ଡ୍ରାଇଭର ଗତି କମାଇ ମାଲଗାଡିକୁ ଧୀରେ ଧୀରେ ପାରି କରିଥିଲେ। ହାତୀ ପଲ ଜାତୀୟ ରାଜପଥ ଏବଂ ରେଳପଥ ମଝିରେ ଥିବା ଜଙ୍ଗଲରେ ରହିଛନ୍ତି। ବନ କର୍ମଚାରୀ, ଅଧିକାରୀ ହାତୀ ପଲଙ୍କ ଗତବିଧି ନିରୀକ୍ଷଣ କରିବା ସହ ଘଉଡାଇବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଣ୍ଢେର ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୩ଦିନ ହେବ ନିଆଁ ଲାଗିଛି। ଚତୁଃପାର୍ଶ୍ୱରେ ନିଆଁ ଲାଗିବାରୁ ବନ୍ୟପ୍ରାଣୀ ଗାଁ ମୁହାଁ ହେଉଛନ୍ତି। ଗୁରୁବାର ଝାଙ୍କରପାଲି ଗ୍ରାମ ନିକଟରେ ହାତୀପଲ ରହିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri