ଅଖଣ୍ଡ ଦୀପରୁ ବଜାରରେ ଅଗ୍ନିକାଣ୍ଡ

ବୁଗୁଡ଼ା,୬ା୧୦(ଡି.ଏନ୍‌.ଏ.): ବୁଗୁଡ଼ା ତ୍ରିନାଥ ସ୍ବାମୀ ପରିବା ବଜାରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ଦୋକାନ ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ବ୍ୟବସାୟୀ ଧୋବା ପ୍ରଧାନ, ସୀମାଞ୍ଚଳ ପୋଲାଇ ଓ ସନ୍ୟାସୀ ପଣ୍ଡାଙ୍କ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଦଶହରା ପୂଜା ପାଇଁ ଧୋବା ପ୍ରଧାନଙ୍କ ଦୋକାନରେ ଅଖଣ୍ଡ ଦୀପ ଜଳୁଥିଲା। କୌଣସି କାରଣରୁ ସେଥିରୁ ନିଆଁ ଲାଗି ଦେକାନରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁ ପରବର୍ତ୍ତୀ ସମୟରେ ୨ଟି ଦୋକାନକୁ ବ୍ୟାପିଥିଲା। ନିଆଁ ଜଳୁଥିବା ଦେଖି ଲୋକେ ପାଟି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅନ୍ୟପକ୍ଷେ କୌଣସି ସୂତ୍ରରୁ ଖବର ପାଇ ବିଦ୍ୟୁତ୍‌ କର୍ମଚାରୀ ପହଞ୍ଚି ବଜାରରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଥିଲେ। ଏଥିସହ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ମାର୍କେଟ ବର୍ତ୍ତୀ ଯାଇଥିଲା।