ମଲାଡ଼ରେ ଅଗ୍ନିକାଣ୍ଡ: ଜଳିଗଲା ଦୁଇ ଘର

ଗଞ୍ଜାମ,୨୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତର ମଲାଡ଼ ଗ୍ରାମରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ଟି ଚାଳଛପର ଘର ଜଳିପୋଡି ପାଉଁଶ ହୋଇଯାଇଛି। ଏହାପରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସଙ୍ଗେ ସଙ୍ଗେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟାରେ ଉକ୍ତ ଗ୍ରାମର ଡି.ଭାଗିରଥି ଓ ଡି.ରଘୁଙ୍କର ଘରର ସମସ୍ତ ଆସବାବପତ୍ର, ଧାନ ବସ୍ତା, ଚାଉଳ ଆଦି ପୋଡ଼ିଯାଇଥିବା ଜଣାପଡ଼ିଛି l ଦୁଇ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ହୋଇଥିବା ଯୋଗୁ ପ୍ରଶାସନ ପକ୍ଷରୁ କ୍ଷତି ପୂରଣ ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ମମତା ବେହେରା ଅନୁରୋଧ କରିଛନ୍ତି l