ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ , ଉଦ୍ଧାର ହେଲେ ଫଶି ରହିଥିବା ୨ କର୍ମଚାରୀ

କଟକ ଅଫିସ୍‌,୩୧।୧: କଟକ ହାଇକୋର୍ଟ ନିକଟ ଏସ୍‌ବିଆଇ ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଫସି ରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କରାଯାଇଥିବା ଦୁଇ ଜଣ କର୍ମଚାରୀଙ୍କୁ ଏସସିବିରେ ମେଡିକାଲରେ ଭର୍ତ୍ତି କରାଯାଇଛି ।