ଗୋଦାମରେ ହେଲାଣି ଗଦା

ଅନୁଗୋଳ ଅଫିସ, ୧୩ା୧୦: ଦୀପାବଳି ଆହୁରି ୧୨ ଦିନ ଦୂର। ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦିଆଯିବ କି ନାହିଁ, ଏଯାଏ ନିଷ୍ପତ୍ତି ନେଇନି ଅନୁଗୋଳ ଜିଲା ପ୍ରଶାସନ। ହେଲେ ସହରର ବିଭିନ୍ନ ଗୋଦାମରେ ଗଦା ହେଲାଣି ବାଣ। ଏପରି କି ଗ୍ରାମାଞ୍ଚଳର ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି ଏହି ଆତସବାଜି ସାମଗ୍ରୀ। କେବଳ ପ୍ରଶାସନ ନିକଟରେ ଆବେଦନ କରି ବ୍ୟବସାୟୀମାନେ ଏପରି ବେଆଇନ କାରବାର ଆରମ୍ଭ କରିଦେଇଥିବା ବେଳେ ନୀରବ ବସିଛି ପୋଲିସ ଓ ପ୍ରଶାସନ। ଫଳରେ ଅଘଟଣ ଆଶଙ୍କାରେ ଆତଙ୍କିତ ଅନୁଗୋଳର ସଚେତନ ନାଗରିକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ପ୍ରଦୂଷଣ ତାଲିକାରେ ରହିଛି। କିଛିବର୍ଷ ହେଲା ଏହି ସମସ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗତ ଗଣେଶ ପୂଜା, ଦୁର୍ଗା ପୂଜା ଭସାଣିରେ ବାଣକୁ ବାରଣ କରାଯାଇଥିଲା। ଆସନ୍ତା ଲକ୍ଷ୍ମୀ ପୂଜା ଭସାଣିରେ ବାଣ ନ ଫୁଟାଇବାକୁ ପ୍ରଶାସନ କହିଛି। କିନ୍ତୁ ଆସନ୍ତା ୨୫ ତାରିଖ ଦୀପାବଳି ପାଇଁ ଜିଲାରେ ବାଣ ବିକ୍ରି ଓ ଫୁଟାଯିବ କି ନାହିଁ, ସେ ନେଇ କୌଣସି ନିଷ୍ପତ୍ତି ଏଯାଏ ପ୍ରଶାସନ ନେଇନାହିଁ। ବାଣ ବ୍ୟବସାୟ ପାଇଁ କୌଣସି ବ୍ୟବସାୟୀଙ୍କୁ ଅନୁମତି ମଧ୍ୟ ପ୍ରଦାନ କରାଯାଇ ନାହିଁ। ହେଲେ ସହରରେ ବାଣ ବିକ୍ରି ଆରମ୍ଭ ହୋଇଯାଇଛି। ରାଜ୍ୟ ବାହାରୁ ଟ୍ରକ୍‌ ଟ୍ରକ୍‌ ବାଣ ଅଣାଯାଇ ସହର ଉପକଣ୍ଠର ବିଭିନ୍ନ ଗୋଦାମରେ ଗଚ୍ଛିତ କରାଯାଉଛି। ଏହି ଗୋଦାମକୁ ଆସି ତାଳଚେର, ଆଠମଲ୍ଲିକ, ଛେଣ୍ଡିପଦା, ବଅଁରପାଳ, ଖମାର, ରାସୋଳ, ହିନ୍ଦୋଳ, ସାତମାଇଲ ଆଦି ଅଞ୍ଚଳର ଖୁଚୁରା ବ୍ୟବସାୟୀମାନେ ବାଣ କିଛି ନେଉଛନ୍ତି।

ଗୋଦାମରେ ବାଣ ଗଚ୍ଛିତ କରି ବିକ୍ରି ପାଇଁ କିଏ ଅନୁମତି ଦେଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଣ ଗୋଦାମରେ ଗଚ୍ଛିତ ଥିବାବେଳେ କିମ୍ବା ଗାଡ଼ିରେ ପରିବହନ ବେଳେ ଅଘଟଣ ଘଟିଲେ କିଏ ଦାୟୀ ରିହବେ ତାହାର ଉତ୍ତର କାହା ନିକଟରେ ନାହିଁ। ସହର ଉପକଣ୍ଠରେ ଖୋଲିଥିବା ଏକାଧିକ ଗୋଦାମ ଘର ନିକଟ ଦେଇ ଜାତୀୟ ରାଜପଥ ଓ ରେଳଧାରଣା ଯାଇଛି। କୌଣସି ସମୟରେ କିଛି ବି ଅଘଟଣ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତାପ୍ରକଟ କରିଛନ୍ତି। ଏହାଛଡ଼ା ହେଉଥିବା ଏହି ବେଆଇନ ବାଣ ବ୍ୟବସାୟ କେବଳ ନଗଦ ଆକାରରେ କରାଯାଉଛି। ଗୋଦାମ ମାଲିକମାନେ ଟିକସ ଫାଙ୍କିବାକୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ନେଉନାହାନ୍ତି। ଯିଏ ନଗଦ ଟଙ୍କା ପ୍ରଦାନ କରିବାରେ ଅକ୍ଷମତା ପ୍ରକାଶ କରୁଛି, ତାଙ୍କୁ ବାଣ ପ୍ରଦାନ କରାଯାଉ ନ ଥିବା ଜଣାପଡ଼ିଛି।

ବେଆଇନ କାରବାରକୁ ବନ୍ଦ କରାଯାଉ
ଖଣିଖାଦାନ, ଶିଳ୍ପ ଓ ଧୂଳିଧୂଆଁ ଯୋଗୁ ଅନୁଗୋଳ ଜିଲା ଦୀର୍ଘବର୍ଷ ଧରି ପ୍ରଦୂଷିତ ହୋଇଚାଲିଛି। ଏପରି ସମୟରେ ବେଆଇନ ଭାବେ ବାଣ ବିକ୍ରି କରାଗଲେ ପ୍ରଦୂଷଣ ସ୍ଥିତି ବୋଝ ଉପରେ ନଳିତା ବିଡା ଭଳି ହେବ। ତେଣୁ ବିନା ଅନୁମତିରେ ବାଣ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।
-ସୁବ୍ରତ କୁମାର ପ୍ରଧାନ, ଅନୁଗୋଳ

କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ
ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଅନୁଗୋଳ ଜିଲା ପ୍ରଦୂଷଣର ବଳୟ ମଧ୍ୟରେ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବାଣକୁ ଅନୁମତି ଦିଆଯିବ କି ନାହିଁ ତାହା ଉପରେ ପ୍ରଶାସନ ଶୀଘ୍ର ବିଚାର କରୁ।
-ହିମାଂଶୁ ଭୂଷଣ ସାମଲ, ଆଇନଜୀବୀ

ଗୋଦାମ ସିଲ୍‌ ପାଇଁ ସବୁ ଥାନାକୁ କୁହାଯିବ
ପ୍ରଶାସନର ବିନା ଅନୁମତିରେ ବାଣ ବ୍ୟବସାୟ ଜଘନ୍ୟ ଅପରାଧ। ଜିଲାରେ ଏପରି ହେଉଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯେଉଁ ବ୍ୟବସାୟୀମାନେ ବେଆଇନ ଭାବେ ଗୋଦାମ ଘରେ ବାଣ ରଖି ବିକ୍ରି କରୁଛନ୍ତି, ସେଠାରେ ଚଢ଼ାଉ କରି ସିଲ୍‌ କରିବାକୁ ଜିଲାର ସମସ୍ତ ଥାନାକୁ ଅବଗତ କରାଯିବ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ଅନୁମତି ପ୍ରଦାନ କରାଯାଇ ନାହିଁ
ସହରରେ ବାଣ ବ୍ୟବସାୟ ପାଇଁ ଏଯାଏ କାହାରିକୁ ଅନୁମତି ପ୍ରଦାନ କରାଯାଇନାହିଁ। ପ୍ରଶାସନ କେବଳ କେତେଜଣ ବ୍ୟବସାୟୀଙ୍କଠାରୁ ଆବେଦନ ପାଇଛି। ବେଆଇନ ଭାବେ ବାଣ ବ୍ୟବସାୟ ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲାର ସଚେତନ ନାଗରିକମାନେ ଚଳିତବର୍ଷ ବାଣକୁ ଅନୁମତି ନ ଦେବାକୁ ନିବେଦନ କରିଥିବାରୁ ସେ ନେଇ ବିଚାର ବିମର୍ଶ କରାଯାଉଛି।
-ବଇତୁରା ଦୀପ, ଉପଜିଲାପାଳ, ଅନୁଗୋଳ

କ’ଣ କହୁଛି ଅଗ୍ନିଶମ ବିଭାଗ
କୌଣସି ସ୍ଥାନରେ ବାଣ ବ୍ୟବସାୟକୁ ଅନୁମତି ଦେବା ପୂର୍ବରୁ ପ୍ରଶାସନ ଅଗ୍ନିଶମ ବିଭାଗର ସବୁଜ ସଂକେତ ଲୋଡ଼ିଥାଏ। ଏହାପରେ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କିତ ତନଖି କରାଯାଇ ପ୍ରଶାସନକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଥାଏ। ହେଲେ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଏପରି କୌଣସି ସୂଚନା ଅଗ୍ନିଶମ ବିଭାଗ ନିକଟକୁ ଏଯାଏ ଆସିନାହିଁ। ବାଣ ଦୋକାନ ଉପରେ ଚଢ଼ାଉ କିମ୍ବା ସିଲ୍‌ କରିବାର କ୍ଷମତା ମଧ୍ୟ ଅଗ୍ନିଶମ ବିଭାଗର ନାହିଁ। କେବଳ ବିନା ଅନୁମତିରେ ବାଣ ବ୍ୟବସାୟ ହେଉଥିବା ନେଇ ପ୍ରଶାସନକୁ ଆମେ ଅବଗତ କରିପାରିବୁ। ତେବେ ବିନା ଅନୁମତିରେ ବିସ୍ଫୋରକ ସାମଗ୍ରୀର ବ୍ୟବସାୟ ବଡ଼ ବିପଜ୍ଜନକ ବୋଲି ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଶ୍ରୀରାମ ନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା; ଗର୍ଜିଲା ଛାତ୍ର କଂଗ୍ରେସ, ଜିଲାପାଳଙ୍କୁ ଦାବିପତ୍ର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ ନେଇ ବିବାଦ…

କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଧାନ କିଣନ୍ତୁ….ଦଣ୍ଡ ମାରି ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ପ୍ରତିବାଦ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି ।ଶତାଧିକ ଚାଷୀ ଟ୍ରାକ୍ଟର, ଅଟୋ ଇତ୍ୟାଦିରେ ଧାନ ବସ୍ତା ଲଦି ମେଡିକାଲ ଛକରୁ…

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri