କଟକ ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଅଗ୍ନିକାଣ୍ଡ: ୨ ଆହତ

କଟକ ଅଫିସ୍‌,୩୧।୧: କଟକ ଜିଲା ସବ୍‌ରେଜିଷ୍ଟର ଅଫିସ୍‌ ନିକଟରେ ଥିବା ଏକ ହୋଟେଲରେ ମଙ୍ଗଳବାର ନିଆଁ ଲାଗିଛି। ଏହି ନିଆଁ ଏବେ ବ୍ୟାପିବାରେ ଲାଗିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ୨ଟି ଦମକଳବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି।