Posted inଜାତୀୟ

ଲୋକାଲ ଟ୍ରେନ୍‌ ଚକାରେ ଲାଗିଲା ନିଆଁ, ଟ୍ରେନ୍‌ରୁ ଡେଇଁ ଜୀବନ ବଞ୍ଚାଇଲେ ଲୋକେ…

ମୁମ୍ବାଇ,୧୬।୨ : ମହାରାଷ୍ଟ୍ରର ଥାନେ ଜିଲାର ଆସନଙ୍ଗାଓ ଷ୍ଟେଶନ ନିକଟରେ ଏକ ଲୋକାଲ ଟ୍ରେନର ଚକାରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣା ପରେ ଟ୍ରେନରେ ଥିବା ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ କୋଚରୁ ଡେଇଁପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲେ। ଅଧିକାରୀ କହିଛନ୍ତି ଯେ ବ୍ରେକ ଜାମ ହେବା କାରଣରୁ ଟ୍ରେନର ଚକାରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହେବାର ଖବର ମିଳିନାହିଁ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ କୁହାଯାଇଛି ଯେ ମୁମ୍ବାଇଠାରୁ ୭୦କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଯାତ୍ରୀମାନେ ଟ୍ରେନରୁ ଡେଇଁପଡୂଥିବାର ନଜର ଆସିଛନ୍ତି। ରେଳବିଭାଗ ସୂତ୍ର ଅନୁଯାୟୀ, ସକାଳେ ବହୁ ସଂଖ୍ୟକ ଯାତ୍ରୀ ଟ୍ରେନରେ ଥିବା ବେଳେ ଏହି ଘଟଣା ଘଟିଥିଲା। ଚକାଟି ନିଆଁ ଲାଗିବା ପରେ ଟ୍ରେନଟି ଅଟକି ଯାଇଥିଲା। ତେବେ ଏହା ପୂର୍ବରୁ ଅନେକ ଯାତ୍ରୀ ଟ୍ରେନରୁ ଡେଇଁପଡିଥିଲେ।

କେନ୍ଦ୍ରୀୟ ରେଳବାଇ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ସକାଳ ପ୍ରାୟ ୮ଟା ୫୫ ସମୟରେ ଆସନଙ୍ଗାଓ ଷ୍ଟେଶନରେ ଘଟିଛି। ଏହି ଲୋକାଲ ଟ୍ରେନ ଦକ୍ଷିଣ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସରୁ ଥାନାର କସାରା ଅଭିମୁଖେ ଯାଉଥିଲା। ଉଲ୍ଲେଖନୀୟ ବିଷୟ ହେଉଛି, କେନ୍ଦ୍ରୀୟ ରେଳବାଇ ଏହାର ଚାରୋଟି କରିଡରରେ ୧୮୦୦ ଉପନଗରୀୟ ଟ୍ରେନ ସେବା ଜାରି ରଖିଉୀ। ଏଥିରେ ପ୍ରତିଦିନ ୪୦ଲକ୍ଷ ଯାତ୍ରୀ ଯାତ୍ରା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri