ସୁପରଫାଷ୍ଟ୍‌ ଏକ୍ସପ୍ରେସ ବଗିରେ ଲାଗିଲା ନିଆଁ, ଯାତ୍ରୀମାନେ ଭୟରେ…

କେସିଙ୍ଗା,୨୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଅହମଦାବାଦଠାରୁ ପୁରୀ ଅଭିମୁଖେ ଯାଉଥିବା ଦ୍ରୁତଗାମୀ ଟ୍ରେନ୍‌ଟି ଟିଟିଲାଗଡ଼ରୁ କେସିଙ୍ଗା ଦେଇ ଟ୍ରେନ୍‌ ନଂ – ୧୨୮୪୪ ଅହମ୍ମଦାବାଦରୁ ପୁରୀକୁ ଯାଉଥିବା ସୁପର ଫାଷ୍ଟ୍‌ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟରେ କେସିଙ୍ଗା ରେଳ ଷ୍ଟେଶନର ଏକ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। କିନ୍ତୁ ଟ୍ରେନ୍‌ ପହଞ୍ଚିବା ପରେ ହଠାତ୍‌ ଟ୍ରେନର ମଧ୍ୟ ଭାଗରେ ଥିବା ଏସ୍‌-୧ କୋଚ୍‌ରେ ହଠାତ୍‌ ନିଆଁ ଲାଗିଯାଇ ଧୂଆଁ ବାହାରିଥିଲା। ନିଆଁ ଲାଗିବା ଜାଣିପାରି ଟ୍ରେନ୍‌ର ବଗିରେ ବସିଥିବା ଯାତ୍ରୀମାନେ ଭୟରେ ହୋ-ହଲ୍ଲା କରି ବଗିରୁ ଓହ୍ଲାଇ ପଡ଼ିଥିଲେ। ଷ୍ଟେଶନ ପରିସରରେ ଯାତ୍ରୀମାନେ ଭୟରେ ଟ୍ରେନ୍‌ରୁ ପଳାୟନ କରିଥିଲେ। ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିବାର ଜାଣି ଷ୍ଟେଶନ ମ୍ୟାନେଜର ପ୍ରଶାନ୍ତ ଭୋଇ ଆର୍‌ପିଏଫ୍‌ଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। କେସିଙ୍ଗା ରେଳ ଷ୍ଟେଶନରେ ଟ୍ରେନ୍‌ଟି ୪୦ ମିନିଟ୍‌ ବିଳମ୍ବ ହୋଇଥିଲା। ପରେ ଟ୍ରେନ୍‌କୁ ପରୀକ୍ଷା ନିରୀକ୍ଷା କଳା ପରେ ଟ୍ରେନଟି ସ୍ବାଭାବିକ ହେଲା ପରେ ପୁରୀ ଅଭମୁଖେ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍‌ଟିରେ ହଠାତ୍‌ କେମିତି ନିଆଁ ଲାଗିଲା ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ି ନ ଥିବା ବେଳେ ତାହାର ତଦନ୍ତ ଜାରି ରହିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri