ଶିମିଳିପାଳ ଅଭୟାରଣ୍ୟରେ ନିଆଁ

ବାରିପଦା ଅଫିସ,୨ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ମଧ୍ୟରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନଖଣ୍ଡ ଅଞ୍ଚଳର ଶତାଧିକ ହେକ୍ଟର ଜଙ୍ଗଲ ଜଳିଯାଇଛି। ଅଭୟାରଣ୍ୟ ଚତୁଃପାର୍ଶ୍ୱରେ ନିଆଁ ଲାଗି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପୁଛି। ଫଳରେ ବନ୍ୟଜନ୍ତୁ ଅସୁରକ୍ଷିତ ଭାବେ ଜନବସତିମୁହାଁ ହେଉଥିବା ବେଳେ ସ୍ଥାନୀୟ ଅଧିବାସୀ ମଧ୍ୟ ଭୟଭୀତ ହୋଇ ପଡ଼ିଛନ୍ତି। ନିଆଁ ଲିଭାଇବା ପାଇଁ ବନ ଓ ଅଗ୍ନିଶମ ବିଭାଗ ନାକେଦମ୍‌ ହୋଇ ପଡ଼ିଲେଣି। ଅଭୟାରଣ୍ୟର ୫ଟି ଡିଭିଜନ ଅଧୀନ ୨୧ଟି ରେଞ୍ଜ ମଧ୍ୟରୁ ଚନ୍ଦନଚତୁରୀ, ଡିଗ୍‌ଡିଗା, ଡୁକୁରା, ପୋଡ଼ାଡ଼ିହା, ଠାକୁରମୁଣ୍ଡା, ବରେହିପାଣି ଏବଂ ଅସ୍ତକୁଅଁାର ରେଞ୍ଜ ଅଞ୍ଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଅଭୟାରଣ୍ୟର ଦକ୍ଷିଣରେ ଥିବା ପୋଡ଼ାଡ଼ିହା ରେଞ୍ଜ ଅଧୀନ ଅନନ୍ତପୁର ଓ ବାଲିନଳା ଜଙ୍ଗଲ, ଉତ୍ତରରେ ଥିବା ଠାକୁରମୁଣ୍ଡା ରେଞ୍ଜ ମିଟୁଆଣି ଓ କେନ୍ଦୁମୁଣ୍ଡି, ପୂର୍ବରେ ଥିବା ଡୁକୁରା ରେଞ୍ଜ ଅଧୀନ ବହଳଦା ଏବଂ ପଶ୍ଚିମରେ ଥିବା ବାଙ୍ଗରିପୋଷୀ ରେଞ୍ଜ ଅନ୍ତର୍ଗତ ନେତ୍ରାପାଟ ଜଙ୍ଗଲରେ ନିଆଁ ଲାଗି ଶତାଧିକ ହେକ୍ଟର ଜଙ୍ଗଲ ପୋଡ଼ି ଧ୍ୱଂସ ହୋଇଛି। ପତ୍ରଝଡ଼ା ପରେ ଜଙ୍ଗଲର ଚାରିଆଡ଼େ ଶୁଖିଲା ପତ୍ର ପଡ଼ି ରହିଥିବାରୁ ଶିକାରୀମାନେ ଶିକାର କରିବା ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ଓ କେତେକ ଲୋକ ମହୁଲ ଫୁଲ ଗୋଟାଇବା ପାଇଁ ଏପରି ହୀନ ଉଦ୍ୟମ କରୁଥିବା ପୋଡ଼ାଡ଼ିହା ଗ୍ରାମର ଅମର ସିଂ କହିିଛନ୍ତି ା ପ୍ରତିବର୍ଷ ପତ୍ରଝଡ଼ା ସମୟରେ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ଛୋଟବଡ଼ ବୃକ୍ଷଲତା, ଗୁଳ୍ମ, ଔଷଧୀୟ ଫଳମୂଳ ପୋଡ଼ି ନଷ୍ଟ ହେଉଛି। ଜଙ୍ଗଲରେ ଥିବା ସରୀସୃପ ଓ ବନ୍ୟଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି। ଏହାକୁ ରୋକିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି ଅବତୈନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି ା ନିଆଁ ନ ଲାଗିବା ପାଇଁ ବିଭାଗ ପକ୍ଷରୁ ଜଙ୍ଗଲରେ ଲାଇନିଂ କରାଯାଉଥିବା ନେଇ କାଗଜପତ୍ରରେ ଦର୍ଶାଯାଉଥିବା ବେଳେ ଏହା କେତେଦୂର କାର୍ଯ୍ୟକାରୀ ହୋଇଛି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳର ରମେଶ ସିଂ, ବୁଧିଆ ହେମ୍ବ୍ରମ, ଚୈତନ୍ୟ ହାଁସଦା ପ୍ରମୁଖ ପ୍ରଶ୍ନ ଉଠାଇଛନ୍ତି। ସେହିପରି କିଛି ଲୋକ ଜଙ୍ଗଲରେ ନିଆଁ ଲଗାଇ ଜୀବଜନ୍ତୁ ଶିକାର ପାଇଁ ପ୍ରୟାସ କରୁଥିବା ଠାକୁରମୁଣ୍ଡା ଅଞ୍ଚଳର ସମରାୟ ସିଂ, ମାଧବ ହାଁସଦା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ପଚାରିବାରୁ ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ଆବଶ୍ୟକ କର୍ମଚାରୀ, ଅଗ୍ନି ନିରାପତ୍ତା ଯନ୍ତ୍ର ନେଇ ବନ ସୁରକ୍ଷା ସମିତି, ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri