ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ ବଶତଃ ନିଆଁଲାଗି ଲକ୍ଷାଧିକ ଟଙ୍କାର ଅଫିସିଆଲିି ଜିନିଷ ନଷ୍ଟ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେସିର ଗ୍ରାମ ପଞ୍ଚାୟତର ତହଶିର ଗାଁରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଅପରାହ୍ନ ସାଢ଼େ ତିନିଟା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ।

ସୂଚନା ମୁତାବକ ନିଆଁ ଲାଗିବାରର କିଛି ସମୟ ପୂର୍ୱରୁ ଏଠାରେ ଏକ ସରକାରୀ ମିଟିଙ୍ଗ ଚାଲିଥିଲା ।
ଏହି ଆରୋଗ୍ୟ କେନ୍ଦ୍ରରେ ଥିବା ଦୁଇଟି ଲାପଟପ , ଗୋଟିଏ ପ୍ରିଣ୍ଟର , ଦୁଇଟି ଫ୍ରିଜ, ଛଅ ଗୋଟି ଆଲମିରା ,ଦୁଇଟି ବେଡ ଓ ଅନ୍ୟାନ୍ୟ କାଗଜ ପତ୍ର ଜଳି ପୋଡି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ଏହି କେନ୍ଦ୍ରରେ ସଂଯୋଗ ହୋଇଥିବା ବିଦ୍ୟୁତ ସର୍କିଟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଥିବା ଅନୁମାନ କରାଯାଉଛି।

ଗ୍ରାମବାସୀମାନେ କେସିଙ୍ଗା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ। ଖବର ପାଇ ଦୁଇଟି ନିଆଁଲିଭା ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଏହି କେନ୍ଦ୍ରରେ କାର୍ଯ୍ୟରତ ସିଏଚଓ ଙ୍କ ଠାରୁ କିଛି ସୂଚନା ମିଳି ପାରି ନାହିଁ। ତେବେ କୁହାଯାଉଛି କେସିଙ୍ଗା ବ୍ଳକରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରଗୁଡ଼ିକରେ କର୍ମଚାରୀମାନେ ଗୋଟିଏ ଓଳି କାମ କରି ଘରୁ ପଳାଇ ଯାଉଛନ୍ତି। ସକାଳ 10ଟା ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ କର୍ମଚାରୀ ମାନେ ରହିବା କଥା , କର୍ମଚାରୀଙ୍କ ଅବହେଳାରୁ ଏ ଭଳି ନିଆ ଲାଗି ନଷ୍ଟ ହୋଇଥିବା ଜଣା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…

ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ‌। ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି…

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ୨୦ ଗୁଣା ଅଧିକ କରିବେ ଆକ୍ରମଣ

ଓ୍ବାଶିଂଟନ,୧୦।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଦ୍ୱାରା ତୈଳ ଯୋଗାଣ ବନ୍ଦ କରିବା ବିରୁଦ୍ଧରେ ଏକ କଠୋର ଚେତାବନୀ ଦେଇଛନ୍ତି।…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ୨୫% କଟିବ ଦରମା

ନୂଆଦିଲ୍ଲୀ,୧୦ା୩: ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ…

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri