Posted inଜାତୀୟ

ବ୍ରିଜ୍‌ଭୂଷଣଙ୍କ ନାଁରେ ଏଫ୍‌ଆଇଆର୍‌ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫ା୪: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ତଥା ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ଉତ୍ପୀଡ଼ନ ମାମଲାରେ ଦିଲ୍ଲୀ ପୋଲିସର ଭୂମିକା ସନ୍ଦେହ ଘେରରେ। ଏହି ପ୍ରସଙ୍ଗରେ କନ୍ନଟପ୍ଲେସ୍‌ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ମାମଲା ରୁଜୁ କରୁ ନ ଥିବା ଦର୍ଶାଇ ୭ ମହିଳା ରେସ୍‌ଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଦିଲ୍ଲୀ ସରକାରଙ୍କୁ ନୋଟିସ କରିଛନ୍ତି। ଏଥିସହ ବ୍ରିଜ୍‌ଭୂଷଣଙ୍କ ନାମରେ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଭିନେଶ ଫୋଗଟ,
ସାକ୍ଷୀ ମଲିକଙ୍କ ସମେତ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆନ୍‌ମାନେ ଗତ ଜାନୁୟାରୀରେ ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ଆଣିଥିଲେ। ଏପରି କି ୨୦୨୧ରେ ଆୟୋଜିତ ଏକ ରେସ୍‌ଲିଂ ଟୁର୍ନାମେଣ୍ଟ ବେଳେ ସେ ଜଣେ କୁସ୍ତିଯୋଦ୍ଧାଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିଥିବା ଦୃଶ୍ୟ କ୍ୟାମେରାରେ କଏଦ୍‌ ହୋଇଥିଲା। ବ୍ରିଜ୍‌ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ତାଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଦାବିରେ ପ୍ରାୟ ୨୦୦ କୁସ୍ତିଯୋଦ୍ଧା ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିବାଦ ଘନେଇବାରୁ ଏହି ପ୍ରସଙ୍ଗରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଥିଲା। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଗତ ଜାନୁୟାରୀ ୧୯ରେ କୁସ୍ତିଯୋଦ୍ଧାମାନଙ୍କ ସହ ଆଲୋଚନା କରି ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ୩ ମାସର ଅପେକ୍ଷା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରଠାରେ ରବିବାରଠାରୁ ପୁଣି ଧାରଣା ଦେଇଛନ୍ତି। ସେମାନଙ୍କ କହିବା ହେଲା, ଏପ୍ରିଲ ୨୧ରେ ମହିଳା କୁସ୍ତିଯୋଦ୍ଧାମାନେ କେନ୍ଦ୍ରୀୟ ଦିଲ୍ଲୀର କନ୍ନଟ ଥାନାକୁ ଏତଲା ଦେବା ପାଇଁ ଯାଇଥିଲେ। ପୋଲିସ ସେମାନଙ୍କ ଏତଲା ଗ୍ରହଣ କରିଥିଲା, କିନ୍ତୁ ଏଫ୍‌ଆଇଆର୍‌ କପି ୩ ଘଣ୍ଟା ପର୍ଯ୍ୟନ୍ତ ଦେଇ ନ ଥିଲା। ଅଭିଯୋଗକାରିଣୀମାନଙ୍କ ପ୍ରତି ପୋଲିସର ବ୍ୟବହାର ଚକିତ କରିଦେବା ଭଳି ଥିଲା। ଏଭଳି ଆଭିମୁଖ୍ୟ ଘୋର ଅନ୍ୟାୟ ଓ ସେମାନଙ୍କ ମୌଳିକ ମାନବାଧିକାରଗୁଡ଼ିକର ଖୋଲା ଉଲ୍ଲଂଘନ। ଏନେଇ ୭ ମହିଳା କୁସ୍ତିଯୋଦ୍ଧା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦିଲ୍ଲୀ ପୋଲିସର ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆଇନାନୁସାରେ ଏଫ୍‌ଆଇଆର୍‌ ହେବା କଥା। କିନ୍ତୁ ମାମଲା ରୁଜୁ କରିବା ପରିବର୍ତ୍ତେ ପୋଲିସ କର୍ମଚାରୀମାନେ ଅଭିଯୋଗପତ୍ରର ଫଟୋ ଉଠାଇ ଲୋକଙ୍କ ନିକଟକୁ ପଠାଉଥିଲେ। ୩ ଦିନ ହେଲା ପୋଲିସ କିଛି କରୁନାହିଁ। ଯଦି ତଦନ୍ତ କମିଟି ବ୍ରିଜ୍‌ଭୂଷଣଙ୍କୁ କ୍ଲିନ୍‌ଚିଟ୍‌ ଦେଇଛି, ତେବେ ତାକୁ ସାର୍ବଜନୀନ କରାଯିବା ଉଚିତ। କିନ୍ତୁ ଅନୁରୋଧ ସତ୍ତ୍ୱେ କ୍ରୀଡ଼ା ମନ୍ତ୍ରଣାଳୟ ଓଭରସାଇଟ୍‌ କମିଟିର ଉକ୍ତ ରିପୋର୍ଟକୁ ସାର୍ବଜନୀନ କରୁନାହିଁ। ତେଣୁ ସର୍ବୋଚ୍ଚ ଅଦାଲତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଆବେଦନକାରିଣୀମାନେ ନିବେଦନ କରିଛନ୍ତି।
ମେଡାଲ ବିଜେତା ଓ ବିକ୍ଷୋଭରତ କୁସ୍ତିଯୋଦ୍ଧାମାନଙ୍କ ଅଭିଯୋଗକୁ ମଙ୍ଗଳବାର ସୁପ୍ରିମକୋର୍ଟ ଗମ୍ଭୀରତା ସହ ନେଇଛନ୍ତି। ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଅଦ୍ୟାବଧି କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ଦିଲ୍ଲୀ ପୋଲିସକୁ ପ୍ରଶ୍ନ କରିଛନ୍ତି। ୭ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ପ୍ରଥମେ ଏହାର ଶୁଣାଣି ଆସନ୍ତା ଶୁକ୍ରବାର କରିବାକୁ ସ୍ଥିର କରିଥିଲେ। ତେବେ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଯୁକ୍ତି ଶୁଣିବା ପରେ ମାମଲାର ତତ୍କାଳ ବିଚାର ପାଇଁ ନିଷ୍ପତ୍ତି ନେଲେ। ସିବଲ କହିଥିଲେ, ଜଣେ ନାବାଳିକାଙ୍କ ସମେତ ୭ ଅଭିଯୋଗକାରିଣୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ସତ୍ତ୍ୱେ ପୋଲିସ ଏଫ୍‌ଆଇଆର୍‌ ରୁଜୁ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏପରି କି କମିଟି ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ଏଭଳି ଗମ୍ଭୀର ଅଭିଯୋଗକୁ ନେଇ ଏଫ୍‌ଆଇଆର୍‌ ପଞ୍ଜୀକରଣ ନ କରିବା ଅଭିଯୋଗରେ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ଚାଲିପାରିବ। ଏହା ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ କରିବା ସହ ଶୁକ୍ରବାର ପରବର୍ତ୍ତୀ ଶୁଣାଣି ପାଇଁ ରାଜି ହୋଇଛନ୍ତି। ଅନ୍ୟପକ୍ଷେ ପୂର୍ବରୁ ଅଭିଯୋଗକୁ ଖଣ୍ଡନ କରିଆସିଥିବା ବ୍ରିଜ୍‌ଭୂଷଣ ଏବେ ମାମଲା ସୁପ୍ରିମକୋର୍ଟକୁ ଯାଇଥିବାରୁ ଏନେଇ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବନ୍ଦ ଡାକରା, ଓଡ଼ିଶାରେ ଏହି ୫ଟି ସେବାରେ ପଡିବ ବଡ ପ୍ରଭାବ!

ନୂଆଦିଲ୍ଲୀ,୧୦।୨: ବଡ ଖବର । ପୁଣି ଭାରତ ବନ୍ଦ ଡାକରା । ପୁଣି ଅଖ ଚକ ହେବ ଜାମ୍ । ଏ ନେଇ ବଡ ଖବର ସାମ୍ନାକୁ…

ସତ୍ୟବ୍ରତ ହତ୍ୟାକାଣ୍ଡ: ପ୍ରେମିକାଙ୍କୁ ଥାନାକୁ ନେଇ ଖଟାପାଣି ପିଆଇଥିଲା ପୋଲିସ

ଭୁବନେଶ୍ୱର,୧୦।୨: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଟ୍ୟାକ୍ସି ଡ୍ରାଇଭର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେଇଛି। ଯାହା ଚାଞ୍ଚଲ୍ୟ ସୃଷ୍ଟ କରିଛି। ଏବେ ଯେଉଁ ଘଟଣା ସାମ୍ନାକୁ…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ପାଞ୍ଜି, କ୍ୟାଲେଣ୍ଡରରେ ତଥ୍ୟ ନିର୍ଭୁଲ ରହିବ: ଭୁଲ ଛାପିଲେ ହେବ…

ପୁରୀ,୧୦।୨: ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଙ୍ଗଳବାର ପଞ୍ଜିକା ସମୀକରଣ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗଣମାଧ୍ୟମକୁ ଏକ୍‌…

ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ: କାଫେରେ ତାଲା ଝୁଲୁଥିବା ଦେଖି…

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ଆସିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ପର୍ଯ୍ୟଟନସ୍ଥଳ ବୁଲି ଇଲୋ ରିଟ୍ରିଟ୍‌କୁ ଫେରିବା ସମୟରେ…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ: ଦେଲେ ଚେତାବନୀ, ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ…

ଖୋର୍ଦ୍ଧା,୧୦।୨(ପ୍ରଭାତ ପାଣିଗ୍ରାହୀ) : ବୋଲଗଡ ବିଡିଓ ବିବାଦକୁ ନେଇ ବଢିଲା ଜନ ଅସନ୍ତୋଷ । ବିଡିଓ ସୁମନ ସୁଦ୍ଧା କୁଣ୍ଡୁ ଗତ ସାଧାରଣତନ୍ତ୍ର ଦିବସରେ ଅନୁପସ୍ଥିତ ରହିବାକୁ…

କେବେହେଲେ ନିର୍ମାଣ ହେବ ନାହିଁ ବାବ୍ରି ମସଜିଦ୍, ଗର୍ଜିଲେ ମୁଖ୍ୟମନ୍ତ୍ରୀ ଯୋଗୀ

ନୂଆଦିଲ୍ଲୀ,୧୦।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ସଭାରେ ବିରୋଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କେବେହେଲେ ବାବ୍ରି ସଂରଚନା ପୁନଃନିର୍ମାଣ ହେବାର ପ୍ରଶ୍ନ ଉଠୁନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri