ପାନ୍‌-ଆଧାର ଲିଙ୍କ୍‌ ହୋଇ ନ ଥିଲେ ଜରିମାନା

ନୂଆଦିଲ୍ଲୀ,୩୧।୩(ପି.ଟି.): ମାର୍ଚ୍ଚ ୩୧ ସୁଦ୍ଧା ଟିକସଦାତାମାନେ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ନମ୍ବର ଲିଙ୍କ୍‌ କରି ନ ଥିଲେ ୫୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଆୟକର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାନ୍‌-ଆଧାର ଲିଙ୍କ୍‌ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ରଖାଯାଇଛି। ଆଧାର ସଂଯୋଗ ହୋଇ ନ ଥିଲେ, ପାନ୍‌ ଅକାମୀ ହୋଇଯିବ। ଯେଉଁମାନେ ଏପ୍ରିଲ୧ରୁ ଜୁନ୍‌ ୩୦ ମଧ୍ୟରେ ଆଧାର ସଂଯୋଗ କରିବାକୁ ଚାହିଁବେ, ସେମାନଙ୍କୁ ୫୦୦ ଟଙ୍କା ବିଳମ୍ବିତ ଦେୟ ଦାଖଲ କରିବାକୁ ପଡ଼ିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏହା ପରେ ପାନ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ହେଲେ ଟିକସଦାତାଙ୍କୁ ୧,୦୦୦ ଟଙ୍କା ଜରିମାନା ଭରିବାକୁ ହେବ।
ପାନ୍‌ ସହ ଆଧାର ସଂଯୋଗ ଲାଗି ରହିଥିବା ସମୟସୀମାକୁ ସରକାର ଏକାଧିକ ଥର ବଢ଼ାଇବା ପରେ ଏପ୍ରିଲ୧ରୁ ପ୍ରଥମ ୩ ମାସ ପାଇଁ ୫୦୦ ଟଙ୍କା ଓ ଏହାର ପରେ ୧,୦୦୦ ଟଙ୍କା ଜରିମାନା ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଥିବା ଏକେଏମ୍‌ ଗ୍ଲୋବାଲ ଟାକ୍ସ ପାର୍ଟନର ଅମିତ ମାହେଶ୍ୱରୀ କହିଛନ୍ତି। ଏଥିରେ ବିଫଳ ହେଲେ ପାନ୍‌ ଅକାମୀ ହୋଇଯିବ ଏବଂ କରଦାତାଙ୍କର ପାନ୍‌ କାର୍ଡ ନାହିଁ ବୋଲି ବିବେଚନା କରାଯିବ। ସେଥିପାଇଁ କରଦାତାମାନେ ସେମାନଙ୍କ ଆୟକର ପୋର୍ଟାଲ ଯାଞ୍ଚ କରି ପାନ୍‌-ଆଧାର ଲିଙ୍କ୍‌ ହୋଇଛି କି ନାହିଁ ତାହା ସୁନିଶ୍ଚିତ କରିନେବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନଙ୍କର ଆୟକର ପୋର୍ଟାଲକୁ ଯିବା ସୁବିଧା ନାହିଁ ସେମାନେ ଏସ୍‌ଏମ୍‌ଏସ୍‌ରେ ମଧ୍ୟ ଏହା ଜାଣିପାରିବେ। ରିଟର୍ନ ଦାଖଲ ଆଦି ବିଭିନ୍ନ ଆୟକର ସମ୍ପର୍କିତ କାର୍ଯ୍ୟ ପାଇଁ ପାନ୍‌-ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସ୍ଥାବର ସମ୍ପତ୍ତି କ୍ରୟ କିମ୍ବା ପରିଚୟ ପ୍ରମାଣ ଭାବେ ପାନ୍‌ ବ୍ୟବହୃତ ହେଉଛି। ଆଧାର ସଂଯୋଗ ହୋଇ ନ ଥିଲେ ପାନ୍‌ କାର୍ଡଧାରୀ ବିଭିନ୍ନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନହେବେ। ପାନ୍‌ ନମ୍ବର ବାଧ୍ୟତାମୂଳକ ଥିବା ବିଭିନ୍ନ ଆର୍ଥିକ କାରବାର କରିବାରୁ ସେ ବଞ୍ଚତ୍ତ ହେବେ। ଫଳରେ ଧାରା ୨୭୨ ବି ଅନୁଯାୟୀ ତାଙ୍କୁ ଅଧିକ ହାରରେ ଟିଡିଏସ୍‌ ଏବଂ ଜରିମାନା ଦେବାକୁ ପଡ଼ିବ ବୋଲି ନାଙ୍ଗିଆ ଆଣ୍ଡରସନ ଏଲ୍‌ଏଲ୍‌ପି ପାର୍ଟନର ନୀରଜ ଅଗ୍ରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri