ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…

ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ ଅଧିକ ଯେ ମଣିଷ ପାଦ ଦେବା ମାତ୍ରେ ପାଉଁଶ ହୋଇଯିବ। ଏହା ଯେଉଁ ତାରା ଚାରିପଟେ ଘୂରୁଛି ତାର ଅତି ନିକଟବର୍ତ୍ତୀ। ଫଳରେ ଏହି ଗ୍ରହର ତାପମାତ୍ରା ବହୁତ ଅଧିକ। ଏହାକୁ ନର୍କ ବୋଲି କୁହାଯାଉଛି। ନିକଟରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ଏହି ଗ୍ରହ ଉତ୍ତପ୍ତ ଲାଭା ସମୁଦ୍ର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି। ଏହାର ଭୂପୃଷ୍ଠର ତାପମାତ୍ରା ୨୦୦୦ଡିଗ୍ରୀ ସେଲସିୟସ। ବୈଜ୍ଞାନିକମାନେ ଏହି ଗ୍ରହର ନାମ ଜାନସେନ ରଖିଛନ୍ତି। ଏହା ଆମର ସୌର ମଣ୍ଡଳ ବାହାରେ ଥିବା ଏକ ଅଦ୍ଭୁତ ଗ୍ରହ ।

ଜ୍ୟୋତିର୍ବିଜ୍ଞାନ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଗ୍ରହରେ ପ୍ରଚୁର ପରିମାଣରେ କାର୍ବନ ରହିଛି। ଫଳରେ ଏହି ଗ୍ରହ ଅମୂଲ୍ୟ ରତ୍ନରେ ପରିପୂର୍ଣ୍ଣ ହୋଇଥାଇପାରେ। ସେ କହିଛନ୍ତି ଯେ ପ୍ରବଳ ଚାପରେ କାର୍ବନ ହୀରାରେ ପରିଣତ ହେବାର ସମ୍ଭାବନାର ରହିଛି। ତେଣୁ ଏହାର ନାମ ହୀରା ଗ୍ରହ ବୋଲି ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି।

ଫ୍ଲାଟିରନ ଇନଷ୍ଟିଚ୍ୟୁଟ ସେଣ୍ଟର ଫର କମ୍ପ୍ୟୁଟେଶନ ଆଷ୍ଟ୍ରୋଫିଜିକ୍ସ (ସିସିଏ) ର ଗବେଷକ ଲିଲି ଜାଓ କହିଛନ୍ତି ଯେ ଆବିଷ୍କୃତ ହୋଇଥିବା ଅନ୍ୟ ଗ୍ରହମାନଙ୍କର କକ୍ଷପଥଗୁଡିକ ଏତେ ଭିନ୍ନ ଯେ ସେମାନେ ପୃଥିବୀ ନିକଟରେ କେବେ ବି ଯାଆନ୍ତି ନାହିଁ। ମାତ୍ର ଜାନସେନ ପୃଥିବୀ ଏବଂ ତାରା ମଧ୍ୟରେ ଗଲାବେଳେ ଆଲୋକର ମାପରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଏହା ଠିକ ପୃଥିବୀ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ସମୟରେ ଆଲୋକକୁ ଅବରୋଧ ପରି ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri