ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି ରେଳ ବିଭାଗର ବର୍ଦ୍ଧିତ ଖର୍ଚ୍ଚ। ଗତ ଦଶନ୍ଧି ମଧ୍ୟରେ ରେଳବିଭାଗ ଏହାର ନେଟ୍ଓ୍ବର୍କ ଏବଂ କାର୍ଯ୍ୟକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି। ଯାହା ଫଳରେ ମାନବଶକ୍ତି, ଅର୍ଥାତ୍ କର୍ମଚାରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ଖର୍ଚ୍ଚରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ପରିସଂଖ୍ୟାନକୁ ଦେଖିଲେ ରେଳ ବିଭାଗର ମାନବଶକ୍ତି ଖର୍ଚ୍ଚ ୧,୧୫୦୦୦ କୋଟିକୁ ବୃଦ୍ଧି ପାଇଛି। ପେନ୍ସନ୍ ବୋଝ ମଧ୍ୟ ୬୦୦୦୦ କୋଟିରେ ପହଞ୍ଚିଛି। ୨୦୨୪-୨୫ରେ ରେଳବାଇ ପରିଚାଳନାର ମୋଟ୍ ଖର୍ଚ୍ଚ ୨,୬୩୦୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ପୂରଣ କରିବା ଏବଂ ସୁରକ୍ଷାକୁ ଉନ୍ନତ କରିବା ପାଇଁ, ରେଳବାଇକୁ ରାଜସ୍ବର ନୂତନ ଉତ୍ସ ଖୋଜିବାକୁ ପଡୁଛି। ଏହି କାରଣରୁ ରେଳ ବିଭାଗକୁ ଏବେ ମାଲ ପରିବହନ ବୃଦ୍ଧି ଉପରେ ଧ୍ୟାନ ଦେଉଛି, ଏବଂ ଯାତ୍ରୀ ଭଡ଼ାରେ ଏହି ଛୋଟ ପରିବର୍ତ୍ତନ କରାଯାଇଛି।
Dharitri – Odisha’s No.1 Odia Daily


