ଜାଣନ୍ତୁ ପ୍ରଥମ ଡେଟ୍‌ରେ ପ୍ରିୟଙ୍କାଙ୍କୁ କାହିଁକି ଚୁମ୍ବନ କରି ନ ଥିଲେ ନିକ୍‌

ବଲିଉଡ୍‌‌ରେ ଯେତେବେଳେ ଚର୍ଚ୍ଚିତ ଯୋଡ଼ିଙ୍କ ବିଷୟରେ ଆଲୋଚନା କରାଯାଏ ସେତେବେଳେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସଙ୍କ ନାମ ସାମ୍ନାକୁ ଆସିଥାଏ। ଏହି ଯୋଡ଼ି ସାରା ବିଶ୍ୱରେ ସେମାନଙ୍କର ଲୋକପ୍ରିୟତା ବିସ୍ତାର କରିଛନ୍ତି। ତାଙ୍କ କେମେଷ୍ଟ୍ରିଠାରୁ ଆରମ୍ଭ କରି ତାଙ୍କର ପ୍ରତ୍ୟେକ ଫଟୋ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ନିକ୍‌ ପ୍ରିୟଙ୍କାଙ୍କ ସହ ତାଙ୍କ କେମେଷ୍ଟ୍ରି ବିଷୟରେ ଜଣାଇଛନ୍ତି। ପ୍ରଥମରୁ ପ୍ରିୟଙ୍କା ମଧ୍ୟ ନିକଙ୍କ ଉପରେ ବିରକ୍ତ ହେଉଥିଲେ। ହେଲେ ସବୁଠୁ କୌତୁହଳର ବିଷୟ ହେଉଛି ତାଙ୍କର ପ୍ରଥମ ଡେଟ୍‌ ପ୍ରିୟଙ୍କାଙ୍କ ଘରେ ହୋଇଥିଲା।

ପ୍ରିୟଙ୍କା ନିଜେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ନିକ୍‌ଙ୍କ ପ୍ରଥମ ଡେଟ୍‌ରେ ସେ ନିରାଶ ହୋଇଥିଲେ। ନିରାଶ ହେବାର କାରଣ ଥିଲା ‘ଚୁମ୍ବନ’। ପ୍ରିୟଙ୍କା ଆଶା କରୁଥିଲେ ଯେ, ନିକ ନିଶ୍ଚିତ ଭାବରେ ଡେଟ୍‌ରେ ତାହା କରିବେ।

କିନ୍ତୁ ନିକ୍‌ ସେପରି କିଛି କରି ନ ଥିଲେ। ବର୍ତ୍ତମାନ ଯେତେବେଳେ ପ୍ରିୟଙ୍କା ସେହି ଡେଟ୍‌କୁ ମନେ ପକାନ୍ତି, ସେତେବେଳେ ସେ ନିରାଶ ହୁଅନ୍ତି।

ଏଥରେ ବିଶେଷ କଥା ହେଲା ପ୍ରିୟଙ୍କା ତାଙ୍କ ମା’ ମଧୁ ଚୋପ୍ରା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ନିକ୍‌ଙ୍କ ଅନୁଯାୟୀ ପ୍ରିୟଙ୍କାଙ୍କ ମା’ ସେଠାରେ ଉପସ୍ଥିତ ଥିବାରୁ ସେ ପ୍ରିୟଙ୍କାଙ୍କୁ ଚୁମ୍ବନ ଦେଇ ନ ଥିଲେ।

ସାକ୍ଷାତକାରରେ, ପ୍ରିୟଙ୍କା ନିକ୍‌ଙ୍କ ଏହି କଥା ପାଇଁ ଉତ୍ତର ଦେଇ କହିଥିଲେ ଆପଣ ଏହା କରି ଅଧିକ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ଉଲ୍ଲେଖଥାଉ କି, ଉଭୟ ନିକ ଏବଂ ପ୍ରିୟଙ୍କା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି।

Share