Categories: ଫୁରସତ

ଜାଣନ୍ତୁ ସାଟେଲାଇଟ୍‌ରେ କାହିଁକି ଲଗାଯାଏ ସୁନାର ସ୍ତର

ସାଟେଲାଇଟ୍‌ ବିଷୟରେ ଆପଣ ନିଶ୍ଚୟ ଜାଣିଥିବେ, ଯାହାକୁ ଭାରତରେ କୃତ୍ରିମ ଉପଗ୍ରହ କୁହାଯାଏ। ପ୍ରଥମ କୃତ୍ରିମ ଉପଗ୍ରହ, ସ୍ପୁଟନିକ -୧, ସୋଭିଏତ୍‌ ୟୁନିୟନ ଦ୍ୱାରା ଅକ୍ଟୋବର ୪, ୧୯୫୭ରେ ପୃଥିବୀର କକ୍ଷକୁ ପଠାଯାଇଥିଲା। ସେବେଠାରୁ ହଜାର ହଜାର କୃତ୍ରିମ ଉପଗ୍ରହ ମହାକାଶକୁ ପଠାଯାଇସାରିଛି। ଜାଣନ୍ତି କି ସାଟେଲାଇଟ୍‌ ଉପରେ ସୁନା ସ୍ତର ଲଗାଯାଇଛି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେଉଥିବେ। ମାତ୍ର ଏହା ପଛରେ ଏକ ବିଶେଷ କାରଣ ଅଛି। ଜାଣନ୍ତୁ ସେ ସମ୍ପର୍କରେ…
ମହାକାଶକୁ ପଠାଯାଇଥିବା ଉପଗ୍ରହ ଏକ ସୁନା ସ୍ତରରେ ଆବୃତ। ଏହାକୁ ମଲ୍ଟି ଲେୟାର ଇନ୍‌ସୁଲେଶନ କୁହାଯାଏ। ଏହା ବହୁତ ହାଲୁକା ଓ ଶକ୍ତିଶାଳୀ। ବାସ୍ତବରେ ପତଳା ପୃଷ୍ଠଗୁଡ଼ିକୁ ମିଶ୍ରଣ କରି ଏକ ମୋଟା ସ୍ତର ସୃଷ୍ଟି ହୁଏ, ଯାହାକୁ ସାଧାରଣ ଭାଷାରେ ‘ଗୋଲ୍ଡ ପ୍ଲେଟିଂ’ କୁହାଯାଏ। ଅନ୍ୟପକ୍ଷେ ଏହାର ବୈଜ୍ଞାନିକ ଭାଷା ହେଉଛି ମଲ୍ଟି ଲେୟାର୍‌ ଇନ୍‌ସୁଲେଶନ ।

ବୈଜ୍ଞାନିକଙ୍କ ଅନୁଯାୟୀ, ଉପଗ୍ରହର ପରିବର୍ତ୍ତନଶୀଳତା, ଚାଳନା ଏବଂ କ୍ଷୟ ପ୍ରତିରୋଧକୁ ସୁନା ପ୍ରତିବନ୍ଧିତ କରେ। ଏହା ସହିତ ଏଥିରେ ଥିବା ଅନ୍ୟ ଧାତୁର ଆବରଣ କ୍ଷତିକାରକ ଇନ୍‌ଫ୍ରାଡ ବିକିରଣ ଏବଂ ତାପଜ ବିକିରଣକୁ ରୋକିବାରେ ସାହାଯ୍ୟ କରେ। ଯଦି ଉପଗ୍ରହଟି ସୁନା ଏବଂ ଅନ୍ୟାନ୍ୟ ଧାତୁରେ ନିର୍ମିତ ସ୍ତର ଦ୍ୱାରା ଆଚ୍ଛାଦିତ ନ ହୁଏ, ତେବେ ମହାକାଶର ବିପଜ୍ଜନକ ବିକିରଣ କ୍ଷଣିକ ମଧ୍ୟରେ ଉପଗ୍ରହକୁ ନଷ୍ଟ କରିଦେବ। ବର୍ତ୍ତମାନ ଯେହେତୁ ଉପଗ୍ରହରେ ଅନେକ ପ୍ରକାର ଭଗ୍ନ ଉପକରଣ ଅଛି, ଏହି ସ୍ତର ଉପଗ୍ରହକୁ ଧକ୍କା ଦେଇଥିବା କୌଣସି ବସ୍ତୁରୁ ରକ୍ଷା କରିଥାଏ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମହାକାଶଚାରୀଙ୍କ ସ୍ପେସ ସୁଟ୍‌ରେ ମଧ୍ୟ ସୁନା ଏବଂ ଅନ୍ୟାନ୍ୟ ଧାତୁରେ ନିର୍ମିିତ ସ୍ତର ବ୍ୟବହାର ହୋଇଥିଲା। ଆପୋଲୋ ଲୁନାର ମଡ୍ୟୁଲରେ ନାସା ମଧ୍ୟ ଉପଗ୍ରହ ତିଆରି ପାଇଁ ସୁନା ବ୍ୟବହାର କରିଥିଲା। ଏହା ବ୍ୟତୀତ ଚନ୍ଦ୍ରଯାନର ଏକ ଅଂଶରେ ସୁନାସ୍ଥର ଲଗାଯାଇଥିଲା।

Share