Posted inଫୁରସତ

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ ଜାଣି ନ ଥିବେ। ଜାଣନ୍ତୁ ଏ ସମ୍ପର୍କରେ…

ମନମୋହନ ସିଂଙ୍କ ଶିକ୍ଷାଗତ ଯୋଗ୍ୟତା:

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହେଉଛନ୍ତି ଜଣେ ଉଚ୍ଚଶିକ୍ଷିତ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ୧୯୫୭ରେ କେମ୍ବ୍ରିଜ ୟୁନିଭର୍ସିଟିର ସେଣ୍ଟ ଜନ୍‌ କଲେଜରୁ ଇକୋନୋମିକ୍ସ ଟ୍ରିପୋ ସମାପ୍ତ କରିଥିଲେ ଏବଂ ୧୯୬୦ରେ ଅକ୍ସଫୋର୍ଡ ୟୁନିଭର୍ସିଟିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

Sardar Patel row: PM gives Modi a taste of his own medicine – Firstpost

ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା:

How many people work at PM Modi's office? This is what PMO said in RTI reply - India Today
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ପିଲାଦିନେ ସେ ଭଦନଗର ରେଳ ଷ୍ଟେଶନରେ ଚା’ଷ୍ଟଲ ଚଳାଉଥିବା ପିତାଙ୍କୁ ସାହାଯ୍ୟ କରୁଥିଲେ। ପରେ ସେ ଏବଂ ତାଙ୍କ ଭାଇ ଏକ ବସ୍‌ ଟର୍ମିନାଲ୍‌ରେ ନିଜେ ଏକ ଚା’ ଷ୍ଟଲ ଚଳାଉଥିଲେ। ୧୯୭୮ରେ ମୋଦି ବିଏ ପାସ୍‌ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଓପନ ଲର୍ନିଂରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରି ତୃତୀୟ ଶ୍ରେଣୀରେ ସ୍ନାତକ ହାସଲ କରିଥିଲେ।

ରାହୁଲ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା:

Rahul Gandhi - YouTube
କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ପ୍ରାଥମିକ ଶିକ୍ଷା ଦିଲ୍ଲୀର ସେଣ୍ଟ କଲମ୍ବସ ସ୍କୁଲରୁ ଗ୍ରହଣ କରିଥିଲେ। ଏହା ପରେ ତାଙ୍କୁ ସମ୍ମାନଜନକ ଦ ଡୁନ ସ୍କୁଲ, ଦେହରାଡୁନରେ ଭର୍ତ୍ତି କରାଯାଇଥିଲା। ରାହୁଲ ଫ୍ଲୋରିଡାର ସମ୍ମାନଜନକ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ରୋଲିନ୍ସ କଲେଜରୁ ସ୍ନାତକ ହାସଲ କରିଥିଲେ। ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଟ୍ରିନିଟି କଲେଜରୁ ଏମ୍‌.ଫିଲ ଡିଗ୍ରୀ ହାସଲ କରିଛନ୍ତି। ତେଣୁ ରାହୁଲ ଜଣେ ଉଚ୍ଚଶିକ୍ଷିତ ରାଜନେତା।

ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ରାହୁଲଙ୍କୁ ୧୪ ବର୍ଷ ହୋଇଥିଲା। ସେ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସାତ ବର୍ଷ ପରେ ଅର୍ଥାତ୍‌ ୧୯୯୧ରେ ଯେତେବେଳେ ସେ କଲେଜରେ ପଢୁଥିଲେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଏହି ଦୁଇଟି ହତ୍ୟା ସମଗ୍ର ଗାନ୍ଧୀ ପରିବାରକୁ ଥରାଇ ଦେଇଥିଲା। ସୁରକ୍ଷା କାରଣରୁ ରାହୁଲଙ୍କୁ ଦେଶ ବାହାରକୁ ପଠାଯାଇଥିଲା।

ଶାହାଙ୍କ ଶିକ୍ଷାଗତ ଯୋଗ୍ୟତା:

Newsmaker | 3 Bills, G-20 Security, J&K's 'Achhe Din': Amit Shah Read About Chanakya at 9 & Became One - News18
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୋର୍‌ଦାର ରାଜନୀତି ପ୍ରଚାର କରୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ…
ରାଜନୀତିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ମେହସାନା ବିଦ୍ୟାଳୟରେ ତାଙ୍କର ପ୍ରାଥମିକ ଶିକ୍ଷା କରିଥିଲେ। ଏହା ପରେ ସେ ଅହମ୍ମଦାବାଦ ଯାଇ ସିୟୁ ଶାହା ସାଇନ୍ସ କଲେଜରେ ବାୟୋକେମିଷ୍ଟ୍ରି ଅଧ୍ୟୟନ କରିଥିଲେ। ସେ ବାୟୋ କେମେଷ୍ଟ୍ରିରେ ବିଏସ୍‌ସି ଡିଗ୍ରୀ ହାସଲ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା:


ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡେରାଡୁନର ଓ୍ବେଲ୍‌ହମ ବୟଜ ସ୍କୁଲ ଏବଂ ପରେ ଡୁନ୍‌ ସ୍କୁଲରେ ଅଧ୍ୟୟନ ଶେଷ କରିଥିଲେ। ଏହା ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରି ମାଲ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

କାର୍ତ୍ତିକ ପାଣ୍ଡିଆନଙ୍କ ଶିକ୍ଷାଗତ ଯୋଗ୍ୟତା:

Odisha | Odisha Chief Minister Naveen Patnaik's close aide V Karthikeyan Pandian joins ruling Biju Janata Dal - Telegraph India
ବିଜେଡିର ବରିଷ୍ଠ ନେତା ତଥା ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟ (ମଦୁରାଇ କ୍ୟାମ୍ପସ)ରୁ କୃଷି କ୍ଷେତ୍ରରେ ସ୍ନାତକ ଡିଗ୍ରୀ ସମାପ୍ତ କରିଥିଲେ ଏବଂ ପରେ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ପୁସା, ନୂଆଦିଲ୍ଲୀରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୨୦୦୦ରେ ସେ ପଞ୍ଜାବ କ୍ୟାଡରରେ ଆଇଏସ୍‌ (ଭାରତୀୟ ପ୍ରଶାସନିକ ସେବା) ଅଧିକାରୀ ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri