କ’ଣ ଖେଳିବାକୁ ଭଲପାଆନ୍ତି ଆପଣଙ୍କ ପସନ୍ଦର କଳାକାର, ଜାଣନ୍ତୁ …

କଳାକାରଙ୍କ ବ୍ୟକ୍ତିଗତ ଜୀବନ କିପରି ଚାଲିଛି ସେ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଆଗହୀ। ସେମାନେ କ’ଣ ଖାଉଛନ୍ତି, କେତେ ଶିକ୍ଷିତ, ସେମାନଙ୍କର ପ୍ରିୟ ଖେଳ କ’ଣ ଆଦି। ତେବେ ବଲିଉଡ୍‌ର ଅନେକ କଳାକାର ରହିଛନ୍ତି ଯେଉଁମାନଙ୍କର କ୍ରିଡା ପ୍ରତି ବେଶ୍‌ ଆଗ୍ରହ ରହିଛି। କାହାକୁ ଘୋଡା ଚଢ଼ିବା ପସନ୍ଦ ତ ଆଉ କାହାର ବ୍ୟାଡମିଣ୍ଟନ ପ୍ରିୟ ଖେଳ। ଜାଣିବା ସେମିତି କିଛି କଳାକାରଙ୍କ ପ୍ରିୟ ଖେଳ ବିଷୟରେ:

ଦୀପିକା ପାଦୁକୋନ:
ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ ଜଣେ ବ୍ୟାଡମିଣ୍ଟନ ଚାମ୍ପିୟନ ଥିଲେ। ବାପାଙ୍କ ପରି ଝିଅ ଦୀପିକା ମଧ୍ୟ ବ୍ୟାଡମିଣ୍ଟନ ଖେଳିବାକୁ ଭଲପାଆନ୍ତି।

ରଣଦୀପ ହୁଡ୍ଡା: ଅଭିନୟରେ ବିଶେଷ ରୁଚି ରଖୁଥିବା ରଣଦୀପ ଘୋଡ଼ା ଚଢ଼ିବାକୁ ପସନ୍ଦ କରନ୍ତି। ଅଭିନୟ କ୍ୟାରିୟରରେ ରଣଦୀପ ଅନେକ ସଫଳ ସିନେମାରେ ଅଭିନୟ କରିସାରିଛନ୍ତି।

ରଣବୀର କପୁର: ଏହିକ୍ରମରେ ବଲିଉଡ୍‌ର ହ୍ୟାଣ୍ଡସମ୍‌ ହିରୋ ରଣବୀର କପୁରଙ୍କର ପ୍ରିୟ ଖେଳ ହେଉଛି ଫୁଟବଲ।

ଅଭିଷେକ ବଚ୍ଚନ: ଅଭିଷେକ ବଚ୍ଚନଙ୍କ ଫୁଟ୍‌ବଲ ପ୍ରେମ କାହାକୁ ଛପା ନ ଥିବ। ତାଙ୍କୁ ବହୁବାର ଫୁଟ୍‌ବଲ ଖେଳିବାର ମଧ୍ୟ ଦେଖିବାକୁ ମିଳିଛି। ଫୁଟ୍‌ବଲ ଖେଳୁଥିବାର ଫଟୋ ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।

ତାପସୀ ପନ୍ନୁ: ବଲିଉଡ୍‌ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ତାପସୀ ପନ୍ନୁ ଜଣେ ସ୍କ୍ବାସ୍‌ ଖେଳାଳି। ଏହି ଖେଳ ଖେଳିବାକୁ ସେ ବେଶ୍‌ ଭଲପାଅନ୍ତି। ତାପସି ଅଭିନେତା ଧନୁଷଙ୍କ ସହ ତାମିଲ ଫିଲ୍ମ ‘ଆଡୁକଲାମ’ରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ସୁପରହିଟ୍‌ ମଧ୍ୟ ହୋଇଥିଲା।

ଅକ୍ଷୟ କୁମାର: ଖିଲାଡୀ ହିରୋ ଅକ୍ଷୟ କୁମାର ମାର୍ଶଲ ଆର୍ଟ ପ୍ରେମୀ। ଫିଟ୍‌ନେଶ୍‌ ଶଉକିନ ଅକ୍ଷୟଙ୍କ ପୁଅ ଆରବ ମଧ୍ୟ ଏଥିରେ କିଛି କମ୍‌ ନୁହନ୍ତି।

ଡିନୋ ମୋରିୟା: ୧୯୯୯ରେ ରିଲିଜ୍‌ ଫିଲ୍ମ ‘ପ୍ୟାର୍‌ ମୈ କଭି କଭି’ ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଡିନୋ ମୋରିୟା। ଏହା ପରେ ତାଙ୍କୁ ସୁପରହିଟ୍‌ ଫିଲ୍ମ ‘ରାଜ୍‌’ରେ ଦେଖିବାକୁ ମିଳିଥିଲା। ତେବେ ସ୍କ୍ବାସ୍‌ ହେଉଛି ଡିନୋଙ୍କ ପ୍ରିୟ ଖେଳ।

ଲିଜା ହେଡନ:
ଆୟଶା, ରାସ୍କଲ, କୁଇନ୍‌ ପରି ସଫଳ ଫିଲ୍ମର କାମ କରିସାରିଥିବା ଲିଜା ଜଣେ ସଫଳ ଫ୍ୟାଶନ ଡିଜାଇନର। ଲିସା ଓ୍ବାଟର ସର୍ପିଂକୁ ବେଶ୍‌ ଭଲପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri