Categories: ବାଣିଜ୍ୟ

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା…

ବଲିଉଡର ବଡ଼ ବଡ଼ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। କାରଣ ଅନେକ ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ସମସ୍ତେ ଚିହ୍ନିଥିବା ବେଳେ ସେମାନଙ୍କ ଧନ ଏବଂ ପୃଷ୍ଠଭୂମି ବିଷୟରେ କିଛି କିଛି ଜାଣିଛନ୍ତି। ହେଲେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଖୁବ୍‌ କମ୍‌ ଲୋକ ଜାଣିଥିବେ। ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ…
ମୁକେଶ ଅମ୍ବାନୀ:
ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତିଙ୍କ ମଧ୍ୟରେ ଅନ୍ୟତମ। କୋଟିପତି ତାଲିକାରେ ଭାରତରେ ତାଙ୍କ ସ୍ଥାନ ପ୍ରଥମରେ ରହିଛି। ମୁମ୍ବାଇର ହିଲ୍‌ ଗ୍ରେଞ୍ଜ ହାଇସ୍କୁଲରୁ ସେ ନିଜ ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ। ପରେ ମୁମ୍ବାଇର କେମିକାଲ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌ରୁ କେମିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କଲେ। ଏହା ପରେ ସେ ଆମେରିକାର ଷ୍ଟେନଫୋର୍ଡ ୟୁନିଭର୍ସିଟିରେ ନାମ ଲେଖାଇଲେ। ମାତ୍ର ଅଧାରୁ  ପାଠ ପଢ଼ା ଛାଡି ଭାରତ ଫେରିଆସି ବ୍ୟବସାୟରେ ନିଜ ବାପାଙ୍କ ସହଯୋଗ କରିଥିଲେ।

Share