Categories: ବାଣିଜ୍ୟ

ବିଜ୍‌ନେସ୍‌ମ୍ୟାନ୍‌ ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…

ବଲିଉଡ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟ ସମସ୍ତଙ୍କୁ ଜଣା। କାରଣ ଅନେକ ସମୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଜାଣିବା ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ।
ରତନ ଟାଟା: ରତନ ଟାଟା ହେଉଛନ୍ତି ଜଣେ ଭାରତୀୟ ବ୍ୟବସାୟୀ, ନିବେଶକ ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ। ସେ ଭାରତର ୨ଟି ସର୍ବୋଚ୍ଚ ନାଗରିକ ସମ୍ମାନ- ପଦ୍ମଶ୍ରୀ(୨୦୦୮) ଏବଂ ପଦ୍ମ ଭୂଷଣ (୨୦୦୦)ରେ ସମ୍ମାନିତ ହୋଇଛନ୍ତି। ମୁମ୍ବାଇର ଚାମ୍ପିିୟନ ସ୍କୁଲରୁ ରତନ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ପରେ କ୍ୟାଥେଡ୍ରାଲ ଆଣ୍ଡ୍‌ ଜନ୍‌ ସ୍କୁଲରେ ମାଧ୍ୟମିକ ଶିକ୍ଷା ଗ୍ରହଣ କଲେ। ୧୯୬୨ରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ବାସ୍ତୁକଳାରେ ଷ୍ଟ୍ରକ୍‌ଚରାଲ ଇଞ୍ଜିନିୟରିଂ ସହିତ ବିଏସ୍‌ କରିଥିଲେ। ପରେ ସେ ୧୯୭୫ରେ ହାଓ୍ବଡା ବିଜ୍‌ନେସ୍‌ ସ୍କୁଲରୁ ଆଡଭାନ୍ସ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ ଶେଷ କରିଥିଲେ।

Share