କେନ୍ଦୁଝର ଡି. ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଟପ୍ପର କେତେ ମାର୍କ ରଖିଛନ୍ତି ଜାଣନ୍ତୁ

କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି।  ସ୍ଥାନୀୟ ଧରଣୀ ଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବୋଳ ୭୬ ଜଣ ପାସ କରିଛନ୍ତି। ଚଳିତ ବର୍ଷ ମାଧ୍ୟମିକ ବିଦ୍ୟାଳୟ ସତ୍ୟମ ଦାସ ସର୍ବଧୀକ ୫୧୬ ନମ୍ବର ରଖି କଲେଜ ଟପ୍ପର ହୋଇଛନ୍ତି। ଏହା ସହ ପ୍ରଥମ ଶ୍ରେଣୀରେ ୩୯ ଜଣ, ଦ୍ୱିତୀୟ ଶେଣୀରେ ୨୪ ଜଣ ଓ ତୃତୀୟ ଶ୍ରେଣୀରେ ୧୩ ଜଣ ପାସ କରିଥିବା ବରିଷ୍ଠ ଅଧ୍ୟାପକ ଦାମୋଦର ସାହୁ ସୂଚନା ଦେଇଛନ୍ତି। କଲେଜ ପାସ ହାର ୮୯.୪୧ ପ୍ରତିଶତ ରହିଛି।