Posted inଖେଳ

ଫିଞ୍ଚ୍‌, ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ବିଜୟୀ, ପ୍ରଥମ ଦିନିକିଆରେ ଭାରତ ପରାସ୍ତ

ସିଡନୀ, ୨୮।୧୧(ପି.ଟି.)-
କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଖେଳିଥିବା ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି। ଦୁର୍ବଳ ବୋଲିଂ ଟିମ୍‌ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଛି। ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଦଳକୁ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି। ଅନ୍ୟପକ୍ଷରେ ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଷ୍ଟିଭେନ ସ୍ମିଥଙ୍କ ଶତକ ସହାୟତାରେ ଅଷ୍ଟ୍ରେଲିଆ ୬୬ ରନରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୬ ଉଇକେଟ ହରାଇ ୩୭୪ ରନ କରିଥିବାବେଳେ ଭାରତ ପୂରା ଓଭର ଖେଳିଥିଲେ ହେଁ ୮ ଉଇକେଟ ହରାଇ ୩୦୮ ରନ କରି ପାରିଥିଲା। ବିଜୟ ଫଳରେ ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ସ୍ମିଥ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଭାରତୀୟ ବୋଲରମାନେ ୨୭ ଓଭର ପର୍ଯ୍ୟନ୍ତ ଓପନିଂ ଯୋଡ଼ି ଭାଙ୍ଗିପାରି ନ ଥିଲେ। ଦୁଇ ଓପନର ଡେଭିଡ ଓ୍ବାର୍ନର ଓ ଫିଞ୍ଚ୍‌ ପ୍ରଥମ ଉଇକେଟରେ ୧୫୬ ରନ ଯୋଗକରି ବଡ଼ ସ୍କୋର ପାଇଁ ପଥ ପରିଷ୍କାର କରିଥିଲେ। ୨୮ତମ ଓଭରର ୫ମ ବଲ୍‌ରେ ଓ୍ବାର୍ନର (୬୯ ରନ, ୭୬ ବଲ, ୬ ଚୌକା)ଙ୍କୁ ଆଉଟ କରି ମହମ୍ମଦ ଶାମି ଭାରତକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ଫିଞ୍ଚ୍‌ଙ୍କ ସହ ସ୍ମିଥ କ୍ରିଜରେ ଯୋଗଦେବାପରେ ଭାରତୀୟ ବୋଲରଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଥିଲା। ଦୁହେଁ ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଗଢ଼ିବା ସହିତ ୪୦ ଓଭର ବେଳକୁ ଦଳୀୟ ସ୍କୋରକୁ ୨୬୪ରେ ପହଞ୍ଚାଇବାପରେ ଫିଞ୍ଚ୍‌ ୧୧୪ (୧୨୪ ବଲ, ୯ ଚୌକା, ୨ ଛକା) ରନ କରି ଆଉଟ ହୋଇଥିଲେ। ମାର୍କୁସ ଷ୍ଟୋଇନିସ ଖାତା ଖୋଲିପାରି ନ ଥିଲେ ହେଁ ସ୍ମିଥ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବୃହତ୍‌ ସ୍କୋର ଆଡ଼କୁ ନେଇ ଯାଇଥିଲେ। ମ୍ୟାକ୍ସଓ୍ବେଲ ୧୯ ବଲ୍‌ରୁ ୪୫(୫ ଚୌକା, ୩ ଛକା) ଏବଂ ସ୍ମିଥ୍‌ ମାତ୍ର ୬୬ ବଲ୍‌ରୁ ୧୦୫(୧୧ ଚୌକା, ୪ ଛକା) ରନ ସ୍କୋର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିବା ପାଇଁ ପର୍ଯ୍ୟାପ୍ତ ଫିଟ୍‌ ନ ଥିବାରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ କେବଳ ୫ ବୋଲର ଉପଲବ୍ଧ ଥିଲେ। ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ଶାମି ୩ଟି ଏବଂ ଯଶପ୍ରୀତ ବୁମ୍‌ରା, ନବଦୀପ ସଇନୀ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବଡ଼ ସ୍କୋରର ପିଛା କରି ଭାରତ ଭଲ ଆରମ୍ଭ କରିଥିଲେ ହେଁ ୨୩ ରନ ମଧ୍ୟରେ ୩ ଉଇକେଟ ପତନ ଯୋଗୁ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଓପନିଂ ଯୋଡ଼ିରେ ୩୨ ବଲ୍‌ରୁ ୫୩ ରନ ସଂଗ୍ରହ ହେବାପରେ ମୟଙ୍କ ଅଗ୍ରଓ୍ବାଲ (୨୨ ରନ, ୧୮ ବଲ୍‌, ୨ ଚୌକା, ୧ ଛକା) ଆଉଟ ହୋଇଥିଲେ। କୋହଲି ୨୧(୨୧ ବଲ, ୨ ଚୌକା, ୧ ଛକା), ଶ୍ରେୟାସ ଆୟାର ୨ ଓ ଲୋକେଶ ରାହୁଲ ୧୨ ରନରେ ଆଉଟ ହେବାରୁ ଭାରତ ୧୩.୩ ଓଭର ମଧ୍ୟରେ ୪ ଉଇକେଟ ହରାଇ ସାରିଥିଲା। ଶିଖର ଧାଓ୍ବନ ଓ ହାର୍ଦ୍ଦିକ ୫ମ ଉଇକେଟରେ ୧୨୮ ରନର ଦ୍ରୁତ ଭାଗୀଦାରି ଗଢ଼ିଥିଲେ ହେଁ ଦଳକୁ ବିଜୟ ଲକ୍ଷ୍ୟ ନିକଟରେ ପହଞ୍ଚାଇବାପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଧାଓ୍ବନ ୮୬ ବଲ୍‌ରୁ ୭୪(୧୦ ଚୌକା) ରନ କରିଥିବାବେଳେ ହାର୍ଦ୍ଦିକ ଆଇପିଏଲ ଫର୍ମ ଜାରି ରଖି ୭୬ ବଲ୍‌ରୁ ୯୦(୭ ଚୌକା, ୪ ଛକା) ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଜୋଶ୍‌ ହାଜେଲଉଡ୍‌ ୩ ଉଇକେଟ ନେଇ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବାବେଳେ ଆଡାମ ଜାମ୍ପା ୪ ଉଇକେଟ ନେଇ ଧାଓ୍ବନ-ପାଣ୍ଡ୍ୟାଙ୍କ ଯୋଡ଼ି ଭାଙ୍ଗିବା ସହ ସଫଳ ବୋଲର ବିବେଚିତ ହୋଇଥିଲେ। ଶେଷ ଓଭରରେ ମିଚେଲ ଷ୍ଟାର୍କଙ୍କୁ ଗୋଟିଏ ଉଇକେଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର…

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri