ଅର୍ଥ ନିଗମକୁ ଚୂନ ଲଗାଇଲେ ଶିଳ୍ପପତି

ସମ୍ବଲପୁର,୧୩ା୧୦(ବ୍ୟୁରୋ): ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ସରକାର ଅର୍ଥ ନିଗମ ଖୋଲିଥିଲେ। ସେ ସମୟରେ ରାଜନେତା, ପ୍ରତିଷ୍ଠିତ ବ୍ୟବସାୟୀ ଏହା ଦ୍ୱାରା ବେଶ୍‌ ଲାଭବାନ ହୋଇଥିଲେ। ସେମାନେ ନିଗମରୁ ବହୁ କୋଟି ଟଙ୍କା ଋଣ ଆକାରରେ ନେଇଥିଲେ। ପରବର୍ତ୍ତୀ ସମୟରେ ଋଣଟଙ୍କା ଫେରସ୍ତ ନ କରି ଚଳୁ କରିଦେଇଥିଲେ। ଫଳରେ ରାଜ୍ୟରେ ଅର୍ଥ ନିଗମ ଦେବାଳିଆ ଅବସ୍ଥାରେ ପହଞ୍ଚତ୍ୟାଇଛି। ସମ୍ବଲପୁର ଆଞ୍ଚଳିକ ଶାଖା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ।

ସମ୍ବଲପୁର ଆଞ୍ଚଳିକ ଶାଖା ଅଧୀନରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ଶାଖା ଖୋଲି ଋଣ ପ୍ରଦାନ କରାଯାଉଥିଲା। ଏଥିରେ ଉକ୍ତ ଜିଲାଗୁଡ଼ିକର ଶିଳ୍ପପତି, ରାଜନେତା, ବ୍ୟବସାୟୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନୁଷ୍ଠାନ ଖୋଲି ଋଣ ନେଇଥିଲେ। ଏହିସବୁ ଜିଲାର ୧୨୧୦ ଗ୍ରାହକ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଋଣ ନେଇଥିଲେ। ୧୯୮୦ରୁ ୧୯୯୦ ପ୍ରାୟ ୧୦ବର୍ଷ ଭିତରେ ଏହି ଋଣ ପ୍ରଦାନ କରାଯାଇଥିଲା। ପରେ ଶିଳ୍ପପତିମାନେ ନିଜକୁ ଦେବାଳିଆ ଘୋଷଣାକରି ନିଗମକୁ ଫାଙ୍କିଦେଲେ। ଅନ୍ୟପଟେ ଋଣପାଇଁ ଦେଇଥିବା କାଗଜପତ୍ର, ଜମି ଓ ଦସ୍ତାବିଜରେ ମଧ୍ୟ ଜାଲିଆତି ହୋଇଥିଲା। ଫଳରେ ଅର୍ଥ ନିଗମ ପାଇଁ ଋଣ ଆଦାୟରେ ସମସ୍ୟା ସୃଷ୍ଟି ହେଉଛି। ସମ୍ବଲପୁର ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏବେ ମଧ୍ୟ ଏହି ଜିଲାଗୁଡ଼ିକ ମଧ୍ୟରେ ୭୨ଟି ମାମଲା କୋର୍ଟରେ ବିଚାରାଧୀନ ରହିଛି। କୋର୍ଟ ନିର୍ଦ୍ଦେଶକ୍ରମେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାୟ ୫ବର୍ଷ ଭିତରେ ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୋଣାର୍କ ଅକ୍ସିଜେନ ପ୍ଲାଣ୍ଟ ନାମକ କମ୍ପାନୀକୁ ନିଲାମ କରାଯାଇଥିଲା। ଏଥିରୁ ପ୍ରାୟ ଅଢ଼େଇକୋଟି ଟଙ୍କା ଆଦାୟ ହୋଇଛି। କିଛିବର୍ଷ ପୂର୍ବରୁ ନିଗମ ପକ୍ଷରୁ ୨ଟି ଗାଡ଼ି ଜବତ କରାଯାଇଥିଲା। ଉକ୍ତ ଗାଡ଼ି ଷ୍ଟକ୍‌ୟାର୍ଡରେ ପଡ଼ିରହିଛି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ନିଲାମ କରାଯାଇ ପାରୁନାହିଁ। ଫଳରେ ଗାଡ଼ିଗୁଡ଼ିକ ସ୍କ୍ରାପ୍‌ ଆକାରରେ ବିକ୍ରି କରାଯିବ। ଆଞ୍ଚଳିକ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଛାତରୁ ପାଣି ଗଳିବା ସହ କାନ୍ଥ ବିପଦସଙ୍କୁଳ ରହିଛି। ଆବଶ୍ୟକ କର୍ମଚାରୀ ନିଯୁକ୍ତି କରାଯାଉନାହିଁ। ମାତ୍ର ୨ଜଣ କର୍ମଚାରୀ କୋର୍ଟ କଚେରି ଓ ଚିଠି ଦିଆନିଆ କାମ ପାଇଁ ଜଗି ବସିଛନ୍ତି। ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲା ଅଫିସଗୁଡ଼ିକ ବନ୍ଦ କରିଦିଆଯାଇଛି। ସମସ୍ତ କାଗଜପତ୍ର ସମ୍ବଲପୁର ଆଞ୍ଚଳିକ ଅଫିସରେ ରଖାଯାଇଛି।

ରାଜ୍ୟରେ ପୂର୍ବରୁ ୧୬ହଜାର କର୍ମଚାରୀ ଓ ଅଧିକାରୀ ରହିଥିବା ବେଳେ ଏବେ ମାତ୍ର ୨୭ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥ ନିଗମର ରିକଭରି ମୁଖ୍ୟ କାହ୍ନୁଚରଣ ପାଣିଗ୍ରାହୀ କହିଛନ୍ତି, ଆବଶ୍ୟକ କର୍ମଚାରୀ ନ ଥିବାରୁ ଋଣ ଆଦାୟରେ ସମସ୍ୟା ହେଉଛି। ଅନେକ କମ୍ପାନୀର ଚିହ୍ନବର୍ଣ୍ଣ ନ ଥିବାବେଳେ ଋଣ ନେଇଥିବା ବ୍ୟକ୍ତିବିଶେଷ ମଧ୍ୟ ମୃତ୍ୟୁବରଣ କରିସାରିଛନ୍ତି। ଭାରତୀୟ ଲଘୁ ବିକାଶ ବ୍ୟାଙ୍କରେ ରାଜ୍ୟ ଅର୍ଥ ନିଗମ ଋଣୀ ହୋଇ ରହିଛି। ଋଣ ପରିଶୋଧ ନ ହେବାରୁ ଅର୍ଥ ନିଗମ ମଧ୍ୟ ବକେୟା ଟଙ୍କା ପରିଶୋଧ କରିପାରୁନାହିଁ। ଗ୍ରାହକମାନଙ୍କୁ ବାରମ୍ବାର ନୋଟିସ କରାଯାଉଛି। ୨୦୦୨ରୁ ଅର୍ଥ ନିଗମ ଋଣ ଦେବା ଉପରେ ରୋକ ଲଗାଇଛି। ଏବେ କେବଳ ଋଣ ଆଦାୟ ଉପରେ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri