ଅର୍ଥ ନିଗମକୁ ଚୂନ ଲଗାଇଲେ ଶିଳ୍ପପତି

ସମ୍ବଲପୁର,୧୩ା୧୦(ବ୍ୟୁରୋ): ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟରେ ସରକାର ଅର୍ଥ ନିଗମ ଖୋଲିଥିଲେ। ସେ ସମୟରେ ରାଜନେତା, ପ୍ରତିଷ୍ଠିତ ବ୍ୟବସାୟୀ ଏହା ଦ୍ୱାରା ବେଶ୍‌ ଲାଭବାନ ହୋଇଥିଲେ। ସେମାନେ ନିଗମରୁ ବହୁ କୋଟି ଟଙ୍କା ଋଣ ଆକାରରେ ନେଇଥିଲେ। ପରବର୍ତ୍ତୀ ସମୟରେ ଋଣଟଙ୍କା ଫେରସ୍ତ ନ କରି ଚଳୁ କରିଦେଇଥିଲେ। ଫଳରେ ରାଜ୍ୟରେ ଅର୍ଥ ନିଗମ ଦେବାଳିଆ ଅବସ୍ଥାରେ ପହଞ୍ଚତ୍ୟାଇଛି। ସମ୍ବଲପୁର ଆଞ୍ଚଳିକ ଶାଖା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ।

ସମ୍ବଲପୁର ଆଞ୍ଚଳିକ ଶାଖା ଅଧୀନରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲାରେ ଶାଖା ଖୋଲି ଋଣ ପ୍ରଦାନ କରାଯାଉଥିଲା। ଏଥିରେ ଉକ୍ତ ଜିଲାଗୁଡ଼ିକର ଶିଳ୍ପପତି, ରାଜନେତା, ବ୍ୟବସାୟୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଅନୁଷ୍ଠାନ ଖୋଲି ଋଣ ନେଇଥିଲେ। ଏହିସବୁ ଜିଲାର ୧୨୧୦ ଗ୍ରାହକ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଋଣ ନେଇଥିଲେ। ୧୯୮୦ରୁ ୧୯୯୦ ପ୍ରାୟ ୧୦ବର୍ଷ ଭିତରେ ଏହି ଋଣ ପ୍ରଦାନ କରାଯାଇଥିଲା। ପରେ ଶିଳ୍ପପତିମାନେ ନିଜକୁ ଦେବାଳିଆ ଘୋଷଣାକରି ନିଗମକୁ ଫାଙ୍କିଦେଲେ। ଅନ୍ୟପଟେ ଋଣପାଇଁ ଦେଇଥିବା କାଗଜପତ୍ର, ଜମି ଓ ଦସ୍ତାବିଜରେ ମଧ୍ୟ ଜାଲିଆତି ହୋଇଥିଲା। ଫଳରେ ଅର୍ଥ ନିଗମ ପାଇଁ ଋଣ ଆଦାୟରେ ସମସ୍ୟା ସୃଷ୍ଟି ହେଉଛି। ସମ୍ବଲପୁର ଅଫିସରୁ ମିଳିଥିବା ସୂଚନା ଅନୁସାରେ ଏବେ ମଧ୍ୟ ଏହି ଜିଲାଗୁଡ଼ିକ ମଧ୍ୟରେ ୭୨ଟି ମାମଲା କୋର୍ଟରେ ବିଚାରାଧୀନ ରହିଛି। କୋର୍ଟ ନିର୍ଦ୍ଦେଶକ୍ରମେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ। ପ୍ରାୟ ୫ବର୍ଷ ଭିତରେ ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର କୋଣାର୍କ ଅକ୍ସିଜେନ ପ୍ଲାଣ୍ଟ ନାମକ କମ୍ପାନୀକୁ ନିଲାମ କରାଯାଇଥିଲା। ଏଥିରୁ ପ୍ରାୟ ଅଢ଼େଇକୋଟି ଟଙ୍କା ଆଦାୟ ହୋଇଛି। କିଛିବର୍ଷ ପୂର୍ବରୁ ନିଗମ ପକ୍ଷରୁ ୨ଟି ଗାଡ଼ି ଜବତ କରାଯାଇଥିଲା। ଉକ୍ତ ଗାଡ଼ି ଷ୍ଟକ୍‌ୟାର୍ଡରେ ପଡ଼ିରହିଛି। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ନିଲାମ କରାଯାଇ ପାରୁନାହିଁ। ଫଳରେ ଗାଡ଼ିଗୁଡ଼ିକ ସ୍କ୍ରାପ୍‌ ଆକାରରେ ବିକ୍ରି କରାଯିବ। ଆଞ୍ଚଳିକ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଛାତରୁ ପାଣି ଗଳିବା ସହ କାନ୍ଥ ବିପଦସଙ୍କୁଳ ରହିଛି। ଆବଶ୍ୟକ କର୍ମଚାରୀ ନିଯୁକ୍ତି କରାଯାଉନାହିଁ। ମାତ୍ର ୨ଜଣ କର୍ମଚାରୀ କୋର୍ଟ କଚେରି ଓ ଚିଠି ଦିଆନିଆ କାମ ପାଇଁ ଜଗି ବସିଛନ୍ତି। ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲା ଅଫିସଗୁଡ଼ିକ ବନ୍ଦ କରିଦିଆଯାଇଛି। ସମସ୍ତ କାଗଜପତ୍ର ସମ୍ବଲପୁର ଆଞ୍ଚଳିକ ଅଫିସରେ ରଖାଯାଇଛି।

ରାଜ୍ୟରେ ପୂର୍ବରୁ ୧୬ହଜାର କର୍ମଚାରୀ ଓ ଅଧିକାରୀ ରହିଥିବା ବେଳେ ଏବେ ମାତ୍ର ୨୭ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥ ନିଗମର ରିକଭରି ମୁଖ୍ୟ କାହ୍ନୁଚରଣ ପାଣିଗ୍ରାହୀ କହିଛନ୍ତି, ଆବଶ୍ୟକ କର୍ମଚାରୀ ନ ଥିବାରୁ ଋଣ ଆଦାୟରେ ସମସ୍ୟା ହେଉଛି। ଅନେକ କମ୍ପାନୀର ଚିହ୍ନବର୍ଣ୍ଣ ନ ଥିବାବେଳେ ଋଣ ନେଇଥିବା ବ୍ୟକ୍ତିବିଶେଷ ମଧ୍ୟ ମୃତ୍ୟୁବରଣ କରିସାରିଛନ୍ତି। ଭାରତୀୟ ଲଘୁ ବିକାଶ ବ୍ୟାଙ୍କରେ ରାଜ୍ୟ ଅର୍ଥ ନିଗମ ଋଣୀ ହୋଇ ରହିଛି। ଋଣ ପରିଶୋଧ ନ ହେବାରୁ ଅର୍ଥ ନିଗମ ମଧ୍ୟ ବକେୟା ଟଙ୍କା ପରିଶୋଧ କରିପାରୁନାହିଁ। ଗ୍ରାହକମାନଙ୍କୁ ବାରମ୍ବାର ନୋଟିସ କରାଯାଉଛି। ୨୦୦୨ରୁ ଅର୍ଥ ନିଗମ ଋଣ ଦେବା ଉପରେ ରୋକ ଲଗାଇଛି। ଏବେ କେବଳ ଋଣ ଆଦାୟ ଉପରେ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri