Posted inଖେଳ

ଓଡ଼ିଶାର କୃତୀ ଆଥ୍‌ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର, ୬।୧(ତପନ ସ୍ବାଇଁ): ଗତ ଡିସେମ୍ବରରେ ଅନୁଷ୍ଠିତ ବିଭିନ୍ନ ଇଭେଣ୍ଟରେ କୃତୀତ୍ୱ ଅର୍ଜନ କରିଥିବା ଓଡ଼ିଶାର ଆଥଲେଟ୍‌ ଓ ପାରା ଆଥଲେଟ୍‌ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଆର୍ଥିକ ପ୍ରୋସାହନ ପ୍ରଦାନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ୩୨ ଆଥଲେଟଙ୍କୁ ୧,୧୨,୧୦,୦୦୦ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। କୃତୀ ଆଥଲେଟ୍‌ମାନଙ୍କୁ କ୍ରୀଡ଼ାମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।
ମଧ୍ୟପ୍ରଦେଶର ଭୋପାଳରେ ଅନୁଷ୍ଠିତ ଜାତୀୟ କାନୋଇ ସ୍ପ୍ରିଣ୍ଟ ଚାମ୍ପିୟନଶିପ୍‌ରେ ଓଭରଅଲ୍‌ ଚାମ୍ପିୟନ ହୋଇଥିବା ଓଡ଼ିଶା କାୟାକିଂ ଓ କାନୋଇଂ ଦଳକୁ କ୍ରୀଡ଼ାମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଥିଲେ। ଏକାଧିକ ପଦକ ବିଜେତା ସଚିମା କେର୍କେଟା, ରଶ୍ମିତା ସାହୁ ଓ ମୋଇରାଙ୍ଗଥେମ୍‌ ସୋଫିଆ ଦେବୀଙ୍କୁ ୯୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ସଚିମା ୪ ସ୍ବର୍ଣ୍ଣ ଓ ୩ ରୌପ୍ୟ, ରଶ୍ମିତା ୪ ସ୍ବର୍ଣ୍ଣ ଓ ୨ ରୌପ୍ୟ ଓ ୧ ବ୍ରୋଞ୍ଜ ଏବଂ ସୋଫିଆ ୩ ସ୍ବର୍ଣ୍ଣ ଓ ୨ ରୌପ୍ୟ ପଦକ ପାଇଥିଲେ। ଓଇନାମ ବିଦ୍ୟା ଦେବୀ ୯୧ ସ୍ବର୍ଣ୍ଣ, ୩ ରୌପ୍ୟ, ୨ ବ୍ରୋଞ୍ଜ) ଓ ଫୁଲମଣି ଖାଖା ୯୧ ସ୍ବର୍ଣ୍ଣ, ୩ ରୌପ୍ୟ, ୨ ବ୍ରୋଞ୍ଜ)ଙ୍କୁ ୫୦,୦୦୦, ସଲାମ କିଶନ ସିଂ ୯୪ ରୌପ୍ୟ), ସାଗର କୁମାର (୩ ରୌପ୍ୟ, ୧ ବ୍ରୋଞ୍ଜ) ଓ ଅହୋଙ୍ଗଶାଙ୍ଗବାମ୍‌ ନାଓବି ସିଂ ୯୧ ସ୍ବର୍ଣ୍ଣ, ୨ ରୌପ୍ୟ, ୧ ବ୍ରୋଞ୍ଜ)ଙ୍କୁ ୪୦,୦୦୦ ଲେଖାଏ, ପୁଖରାମବାମ ରୋଜି ଦେବୀ (୧ ସ୍ବର୍ଣ୍ଣ, ୨ ରୌପ୍ୟ) ଓ ଶୃତି ଚୋଗୁଲେ (୧ ସ୍ବର୍ଣ୍ଣ, ୨ ରୌପ୍ୟଙ୍କୁ ୩୫,୦୦୦ ଟଙ୍କା ଲେଖାଏ ଦିଆ ଯାଇଥିଲା। ସେହିପରି ୩ ପଦକ ଜିତିଥିବା ଫଇରେମବାମ୍‌ ବୋରିଶ ସିଂଙ୍କୁ ୩୦,୦୦୦, ଥୋଙ୍ଗାମ୍‌, ମୋନୋଚା ସିଂ, ସଲାମ ଅର୍ଶୀ ଦେବୀ ଓ ଲୈଶରାମ ବୋରିଶ ସିଂଙ୍କୁ ୨୫,୦୦୦ ଟଙ୍କା ଲେଖାଏ, ମଧୁସ୍ମିତା ନାୟକଙ୍କୁ ୧୫,୦୦୦, ଇଲିନ ଆଲରିକା ଟପ୍ପୋ ଓ ମୋଇରାଙ୍ଗଥେମ୍‌ ଜାବେଜ ମୋଇତେଇଙ୍କୁ ୧୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା।

ନିକଟରେ ଥାଇଲାଣ୍ଡରେ ଶେଷ ହୋଇଥିବା ଓ୍ବାଲର୍‌ଡ ଆବିଲିଟି ସ୍ପୋଟର୍‌ସ (ପୂର୍ବରୁ ଆଇଡବ୍ଲ୍ୟୁଏଏସ୍‌ ଓ୍ବାଲର୍‌ଡ ଗେମ୍ସରେ ନାମରେ ପରିଚିତ ଥିଲା) ୨୦୨୩ରେ ପଦକ ଜିତିଥିବା ପାରା ଆଥଲେଟ୍‌ ସୁଚିତ୍ରା ପରିଡ଼ାଙ୍କୁ ୩୪ ଲକ୍ଷ, ଜୟନ୍ତି ବେହେରାଙ୍କୁ ୩୦ ଲକ୍ଷ ଓ ସ୍ବାଧୀନ ମେହେରଙ୍କୁ ୧୪ ଲକ୍ଷ ଟଙ୍କା ଦିଆ ଯାଇଥିଲା। ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଦୀପ୍‌ ରଞ୍ଜନ ବିଷୋୟୀଙ୍କୁ ୧୮ ଲକ୍ଷ ଏବଂ ଶୁଭ୍ରଜିତ ମହାରଣାଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଜି. ଦିଲେଶ୍ୱର ରାଓ, ନୁରୁଲ ହୋସେନ ଖାଁ, ରାଖାଏ କୁମାର ସେଠି, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୂଜାସ୍ବିନୀ ନାୟକ, ଶୀଲା ମନ୍ତ୍ରୀ, ପବୀତ୍ର ସାହୁ ଓ ମାଳତୀ ପାନାଉରେଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯାଇ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛନ୍ତି ବାସହୀନ

ସୋନପୁର,୮।୧୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ପାରଦ ତଳ ମୁହାଁ ହୋଇଛି। ପ୍ରବଳ ଶୀତ ଓ କୁହୁଡି ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ବାସହୀନ...

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri