ଏମ୍‌ସିଏଲ୍‌ର ବାର୍ଷିକ ଖଣି ସୁରକ୍ଷା ପକ୍ଷ

ତାଳଚେର,୬ା୧ (ମନୋଜ ନନ୍ଦ): ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ-୨୦୨୪ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ‘ସୁରକ୍ଷା ପଦଯାତ୍ରା’ ମାଧ୍ୟମରେ ସଚେତନ କରାଯାଇଥିଲା। ୨୦୨୪ ଜାନୁୟାରୀ ୫ରୁ ଜାନୁୟାରୀ ୧୮ ପର୍ଯ୍ୟନ୍ତ ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ତତ୍ୱାବଧାନରେ ଏହି ପକ୍ଷ ପାଳନ କରାଯିବ । ଏମସିଏଲର ମୁଖ୍ୟ ସତର୍କତା ଅଧିକାରୀ ପି.କେ ପଟେଲ, ନିର୍ଦ୍ଦେଶକ (ବୈଷୟିକ / ସଞ୍ଚାଳନ) ଜେ.କେ.ବୋରା,ନିର୍ଦ୍ଦେଶକ (ଅର୍ଥ) ଏ.କେ ବେହୁରା,ନିର୍ଦ୍ଦେଶକ (ବୈଷୟିକ/ପ୍ରକଳ୍ପ ଏବଂ ଯୋଜନା) ଏ. କେ ବାପଟ, ଖଣି ସୁରକ୍ଷା, ନିର୍ଦ୍ଦେଶକ (ଭୁବନେଶ୍ୱର ଅଞ୍ଚଳ-୨) ପି.ଆର ଠାକୁର ଏବଂ ଏରିଆ ଜେନେରାଲ ମ୍ୟାନେଜରଙ୍କ ଉପସ୍ଥିତିରେ ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ । ଜେ.କେ ବୋରା କମ୍ପାନୀ ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ। ଜନ ସଚେତନତା ସୃଷ୍ଟି କରିବା ପାଇଁ ‘ସୁରକ୍ଷା ରଥ’ ଶୁଭାରମ୍ଭ କରାଯାଇଥିଲା। ଖଣି ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏମସିଏଲର ସମସ୍ତ ଖଣି କ୍ଷେତ୍ରରେ ସମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପଟେଲ ତାଙ୍କ ଅଭିଭାଷଣରେ ସୁରକ୍ଷାକୁ ସର୍ବୋତମ ପ୍ରାଥମିକତା ଭାବେ ଗୁରୁତ୍ୱାରୋପ କରିବା ସହ କୋଇଲାଖଣି ମଧ୍ୟରେ ପ୍ରତିଦିନ ସୁରକ୍ଷା ଅଭ୍ୟାସକୁ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତୀୟ ଖଣି ସୁରକ୍ଷା ପ୍ରତିଯୋଗିତା-୨୦୨୩ରେ ବିଜୟୀ ହୋଇଥିବା ଏମସିଏଲ ରେସକ୍ୟୁ ଦଳକୁ ସମ୍ମାନିତ କରାଯାଇଥିଲା। ପରିଶେଷରେ କୋଇଲା ଖଣିଗୁଡିକରେ ସୁରକ୍ଷା ସଚେତନତାର ମହତ୍ୱକୁ ଦର୍ଶାଉଥିବା ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ବାର୍ଷିକ ଖଣି ସୁରକ୍ଷା ସପ୍ତାହ ସମାରୋହର ଏକ ଅଂଶବିଶେଷ ଭାବରେ କମ୍ପାନୀର ସମସ୍ତ କ୍ଷେତ୍ରରେ ଏହିପରି ବିଭିନ୍ନ କାର୍ଯ୍ୟକଳାପ ଏବଂ ପ୍ରତିଯୋଗିତାମାନ ଆୟୋଜିତ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?