ତାଲିବାନ୍‌ ପାଇଁ ଆର୍ଥିକ ଚ୍ୟାଲେଞ୍ଜ

କାବୁଲ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି ବରାଦର। ଦୀର୍ଘ ୨୦ ବର୍ଷ ଧରି ନିର୍ବାସନରେ ଥିବା ବରାଦର ଗତ ବୁଧବାର କାତାରରୁ କାନ୍ଦାହାରକୁ ଫେରିଥିଲେ। ଶନିବାର ସେ କାବୁଲ ଆସିବା ପରେ ତାଲିବାନ ଆଫଗାନିସ୍ତାନର ଅର୍ଥନୀତି ଓ ନିରାପତ୍ତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ କରିଛି। ଏହାସହ ଆରମ୍ଭ ହୋଇଛି ୟୁନିଟି ଗଭର୍ନମେଣ୍ଟ ଗଠନ ପ୍ରୟାସ। ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଓ ଆର୍ଥତ୍କ ସଙ୍କଟର ସମାଧାନ ପାଇଁ ପୃଥକ୍‌ ଟିମ୍‌ ଗଠନ କରାଯିବ ବୋଲି ତାଲିବାନର ଜଣେ ବରିଷ୍ଠ ନେତା ରଏଟର୍ସକୁ ସୂଚନା ଦେଇଛନ୍ତି। ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ତଥା ରାଷ୍ଟ୍ରପତି ପଦର ଦାବିଦାର ମୁଲ୍ଲା ବରାଦର କାବୁଲରେ ପହଞ୍ଚତ୍ବା ପରେ ଅନ୍ୟ ନେତାମାନଙ୍କ ସହ ନୂଆ ସରକାର ଗଠନ ନେଇ ଆଲୋଚନା କରିଛନ୍ତି। ସେ କମାଣ୍ଡରମାନଙ୍କୁ ଦାୟିତ୍ୱ ବାଣ୍ଟିବେ ଏବଂ ପୂର୍ବ ସରକାରର ନେତା, ସ୍ଥାନୀୟ ମିଲିସିଆ କମାଣ୍ଡର, ନୀତି ନିର୍ଦ୍ଧାରକ ଓ ଧର୍ମୀୟ ବିଦ୍ୱାନମାନଙ୍କୁ ଭେଟିବେ।
ସରକାର ଗଠନ:
କେତେ ବାଟ ଯାଇଛି
ଶାସନ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି ଆର୍ଥତ୍କ ସଙ୍କଟ। ତେଣୁ ଆଭ୍ୟନ୍ତରୀଣ ନିରାପତ୍ତା ଓ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ତାଲିବାନ ପୃଥକ୍‌ ଟିମ୍‌ ଗଠନ କରିବ।
ସମୁଦାୟ ଆଗରେ ନିଜ ଆଭିମୁଖ୍ୟ ରଖି ଗଣମାଧ୍ୟମକୁ ସମ୍ବୋଧିତ କରିବା ପାଇଁ କାବୁଲରେ ଏକ ତ୍ରିପାକ୍ଷିକ କମିଟି ଗଠନ କରାଯାଇଛି। ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନ(ଆଇଇଏ)ର ସାଂସ୍କୃତିକ କମିଶନର ଜଣେ ଯୋଗ୍ୟ ସଦସ୍ୟ, ଫେଡେରେଶନ୍‌ ଅଫ୍‌ ଜର୍ନାଲିଷ୍ଟସ୍‌ ଆଣ୍ଡ ମିଡିଆ ଇନ୍‌ଷ୍ଟିଚ୍ୟୁଶନ୍ସର ଜଣେ ସଭ୍ୟ ଏବଂ କାବୁଲ ପୋଲିସ ହେଡ୍‌କ୍ୱାର୍ଟର୍ସର ଜଣେ ପ୍ରତିନିଧି ଏଥିରେ ସାମିଲ ହେବେ। ଏନେଇ ଆଇଇଏ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ସୂଚନା ଦେଇଛନ୍ତି। ତେବେ ତାଲିବାନ ସରକାରକୁ ଅନ୍ତର୍ଜାତୀୟ ସମୁଦାୟର ସ୍ବୀକୃତି ମିଳିବା ଆଶା କ୍ଷୀଣ।
ତାଲିବାନ୍‌ ଅଧୀନ କାବୁଲ ସ୍ଥିତି
ତାଲିବାନ ଦଖଲ କରିବା ପରେ ସ୍କୁଲରୁ ନେଇ ବଜାର ସବୁଠି ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇସ୍‌ଲାମିକ୍‌ ଆଇନ ଅନୁସାରେ ଏକ କାଉନ୍‌ସିଲ ଦେଶକୁ ଶାସନ କରିବ ବୋଲି ପୂର୍ବରୁ ତାଲିବାନ କହିଥିଲା।
ଆଫଗାନିସ୍ତାନରେ ଗଣତନ୍ତ୍ରର ଭିତ୍ତିଭୂମି ନ ଥିବାରୁ ଲୋକଙ୍କ ଶାସନ ଏଠାରେ ରହିବ ନାହିଁ। କିନ୍ତୁ ଶରିଆ ଆଇନ ଅନୁସାରେ ଲୋକେ ସ୍ବାଧୀନତା ଉପଭୋଗ କରିବେ।
ଶାସିତ ଇସ୍‌ଲାମିକ୍‌ ଏମିରେଟ୍ସ ଅଫ୍‌ ଆଫଗାନିସ୍ତାନ ଅନ୍ୟ ସମସ୍ତ ରାଷ୍ଟ୍ର ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି। ବିଶେଷକରି ଆମେରିକା ସହ ସମ୍ପର୍କ ପାଇଁ ଆଗ୍ରହୀ ବୋଲି ବରାଦର କହିଛନ୍ତି।
ସୈନ୍ୟ ଓ ପାଇଲଟମାନଙ୍କୁ ତାଲବାନ ଆର୍ମିରେ ସାମିଲ କରାଯିବ।
ଅନୁସାରେ ଆମେରିକୀୟ ସୈନ୍ୟ ଅପସାରଣ ଶେଷ ନ ହେବା ପର୍ଯ୍ୟନ୍ତ ତାଲିବାନ ତରବରିଆ ଭାବେ କିଛି ନିଷ୍ପତ୍ତି ନେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri