ସୁଧାର ପଥରେ ଅର୍ଥ ବ୍ୟବସ୍ଥା: ଅର୍ଥ ସଚିବ

ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ପରୋକ୍ଷ ଟିକସ ସଂଗ୍ରହ ବଢିଛି। କୋଭିଡ-୧୯ ଯୋଗୁ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାଜେକର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳୁଥିବା ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ରବିବାର କହିଛନ୍ତି। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାର ପାଣ୍ଡେ କହିଛନ୍ତି ଯେ, ଇ-ଓ୍ବେ ବିଲ୍‌ ଜେନେରେସନ କୋଭିଡ୍‌ ପୂର୍ବ ସ୍ତରକୁ ଫେରିଛି। ଏହାବାଦ ଅନଲାଇନ ପେମେଣ୍ଟ ମଧ୍ୟ ଦ୍ରୁତ ହୋଇଛି। ଲଗାତର ୨ ମାସ ହେବ ଜିଏସ୍‌ଟି ଆଦାୟ ବଢିଚାଲିଛି। ଗତ ୮ ମାସ ହେବ ଜିଏସ୍‌ଟି ଆଦାୟ ନିମ୍ନରେ ରହି ଆସୁଥିଲା। ହେଲେ ସେପ୍ଟେମ୍ବରରେ ପୁଣି ଥରେ ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ସେପ୍ଟେମ୍ବରରେ ଆଦାୟ ୪% ବଢିଥିବା ବେଳେ ଅକ୍ଟୋବରରେ ଏହା ୧୦% ବଢିଛି।
ସେହିଭଳି ଇ-ଓ୍ବେ ବିଲ୍‌ ଜେନେରେଶନ ୨୧% ବଢିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ୪.୯୫ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୨୨% କମ୍‌। ଅପରପକ୍ଷରେ କର୍ପୋରେଟ ଟିକସ ୨୬% କମି ୨.୬୫ ଲକ୍ଷ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ଆୟକର ଆଦାୟରେ ୧୬% ହ୍ରାସ ହୋଇଥିବା ବେଳେ ଏହା ୨.୩୪ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଅକ୍ଟୋବର ସମୟ ମଧ୍ୟରେ ୫.୫୯ ଲକ୍ଷ କୋଟି ଜିଏସ୍‌ଟି ଆଦାୟ ହୋଇଛି। ଏହା ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୨୦% କମ୍‌। ବର୍ତ୍ତମାନ ସୁଦ୍ଧା ସରକାର ୧.୨୭ ଲକ୍ଷ କୋଟି ଟଙ୍କାର ଆୟକର ରିଫଣ୍ଡ ଏବଂ ୭୦ ହଜାର କୋଟି ଟଙ୍କାର ଜିଏସ୍‌ଟି ରିଫଣ୍ଡ ଜାରି କରିଛନ୍ତି। ଗତ ୭ ମାସ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ଟିକସ ଆଦାୟ କମିଥିବା ବେଳେ ରିଫଣ୍ଡ ଦେବାରେ ସରକାର କୌଣସି ହେଳା କରିନାହାନ୍ତି ବୋଲି ପାଣ୍ଡେ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଫେସଲେସ ଆସେସମେଣ୍ଟ ବ୍ୟବସ୍ଥା ଉପରେ ଫୋକସ କରିଛନ୍ତି। ଏହା ଦ୍ୱାରା ଟିକସ ଚୋରୀକୁ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି କରାଯାଉଛି। ବିଭିନ୍ନ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ସ୍ଥିତି ଉପରେ ନିରନ୍ତର ଧ୍ୟାନ ରଖାଯିବା ସହ ସେହି ଅନୁସାରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଲୋକଙ୍କୁ ଆର୍ଥତ୍କ ସହାୟତା ଖାଦ୍ୟ ଯୋଗାଣ, ଏମ୍‌ଏସ୍‌ଏମ୍‌ଇକୁ ନଗଦ ସୁବିଧା, ଟିକସ ରିଫଣ୍ଡ, ଟିକସ ପ୍ରଦାନରେ ସମୟ ଦେବା ଭଳି ପଦକ୍ଷେପ ନିଆଯାଇଛି। ଦେଶ ମଧ୍ୟରେ ଇଲେକଟ୍ରୋନିକ୍ସ, ମୋବାଇଲ ଏବଂ ମେଡିକାଲ ଡିଭାଇସ ନିର୍ମାଣ ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ ଥରକରେ ଶେଷ ହୋଇନାହିଁ। ବିଭିନ୍ନ ଦିଗକୁ ବିଚାର କରି ଅନ୍ୟ ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ ଅକ୍ଟୋବରରେ ଶିଳ୍ପ କ୍ଷେତ୍ର କାର୍ଯ୍ୟକଳାପ ଉନ୍ନତି ହେବା ଯୋଗୁ ଶକ୍ତି ଚାହିଦା ୧୩.୩୮% ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri