ସୁଧାର ପଥରେ ଅର୍ଥ ବ୍ୟବସ୍ଥା: ଅର୍ଥ ସଚିବ

ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାରେ ବର୍ତ୍ତମାନ ସୁଧାର ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ପରୋକ୍ଷ ଟିକସ ସଂଗ୍ରହ ବଢିଛି। କୋଭିଡ-୧୯ ଯୋଗୁ ଦେଶ ମଧ୍ୟରେ ଉପୁଜିଥିବା ସମସ୍ୟା ସମାଧାନ ପାଇଁ ସରକାର ଘୋଷଣା କରିଥିବା ଆର୍ଥତ୍କ ପ୍ୟାଜେକର ଲାଭ ଅର୍ଥ ବ୍ୟବସ୍ଥାକୁ ମିଳୁଥିବା ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ରବିବାର କହିଛନ୍ତି। ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାର ପାଣ୍ଡେ କହିଛନ୍ତି ଯେ, ଇ-ଓ୍ବେ ବିଲ୍‌ ଜେନେରେସନ କୋଭିଡ୍‌ ପୂର୍ବ ସ୍ତରକୁ ଫେରିଛି। ଏହାବାଦ ଅନଲାଇନ ପେମେଣ୍ଟ ମଧ୍ୟ ଦ୍ରୁତ ହୋଇଛି। ଲଗାତର ୨ ମାସ ହେବ ଜିଏସ୍‌ଟି ଆଦାୟ ବଢିଚାଲିଛି। ଗତ ୮ ମାସ ହେବ ଜିଏସ୍‌ଟି ଆଦାୟ ନିମ୍ନରେ ରହି ଆସୁଥିଲା। ହେଲେ ସେପ୍ଟେମ୍ବରରେ ପୁଣି ଥରେ ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ସେପ୍ଟେମ୍ବରରେ ଆଦାୟ ୪% ବଢିଥିବା ବେଳେ ଅକ୍ଟୋବରରେ ଏହା ୧୦% ବଢିଛି।
ସେହିଭଳି ଇ-ଓ୍ବେ ବିଲ୍‌ ଜେନେରେଶନ ୨୧% ବଢିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ୪.୯୫ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ ହୋଇଛି। ଏହା ଗତ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୨୨% କମ୍‌। ଅପରପକ୍ଷରେ କର୍ପୋରେଟ ଟିକସ ୨୬% କମି ୨.୬୫ ଲକ୍ଷ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ଆୟକର ଆଦାୟରେ ୧୬% ହ୍ରାସ ହୋଇଥିବା ବେଳେ ଏହା ୨.୩୪ ଲକ୍ଷ କୋଟି ଟଙ୍କା ରହିଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଅକ୍ଟୋବର ସମୟ ମଧ୍ୟରେ ୫.୫୯ ଲକ୍ଷ କୋଟି ଜିଏସ୍‌ଟି ଆଦାୟ ହୋଇଛି। ଏହା ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୨୦% କମ୍‌। ବର୍ତ୍ତମାନ ସୁଦ୍ଧା ସରକାର ୧.୨୭ ଲକ୍ଷ କୋଟି ଟଙ୍କାର ଆୟକର ରିଫଣ୍ଡ ଏବଂ ୭୦ ହଜାର କୋଟି ଟଙ୍କାର ଜିଏସ୍‌ଟି ରିଫଣ୍ଡ ଜାରି କରିଛନ୍ତି। ଗତ ୭ ମାସ ମଧ୍ୟରେ ୨ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ଟିକସ ଆଦାୟ କମିଥିବା ବେଳେ ରିଫଣ୍ଡ ଦେବାରେ ସରକାର କୌଣସି ହେଳା କରିନାହାନ୍ତି ବୋଲି ପାଣ୍ଡେ ମତ ରଖିଛନ୍ତି।
ସେ ପୁଣି କହିଛନ୍ତି ଯେ, ସରକାର ଫେସଲେସ ଆସେସମେଣ୍ଟ ବ୍ୟବସ୍ଥା ଉପରେ ଫୋକସ କରିଛନ୍ତି। ଏହା ଦ୍ୱାରା ଟିକସ ଚୋରୀକୁ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି କରାଯାଉଛି। ବିଭିନ୍ନ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ସ୍ଥିତି ଉପରେ ନିରନ୍ତର ଧ୍ୟାନ ରଖାଯିବା ସହ ସେହି ଅନୁସାରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଲୋକଙ୍କୁ ଆର୍ଥତ୍କ ସହାୟତା ଖାଦ୍ୟ ଯୋଗାଣ, ଏମ୍‌ଏସ୍‌ଏମ୍‌ଇକୁ ନଗଦ ସୁବିଧା, ଟିକସ ରିଫଣ୍ଡ, ଟିକସ ପ୍ରଦାନରେ ସମୟ ଦେବା ଭଳି ପଦକ୍ଷେପ ନିଆଯାଇଛି। ଦେଶ ମଧ୍ୟରେ ଇଲେକଟ୍ରୋନିକ୍ସ, ମୋବାଇଲ ଏବଂ ମେଡିକାଲ ଡିଭାଇସ ନିର୍ମାଣ ଲାଗି ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ ଥରକରେ ଶେଷ ହୋଇନାହିଁ। ବିଭିନ୍ନ ଦିଗକୁ ବିଚାର କରି ଅନ୍ୟ ପଦକ୍ଷେପ ନିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ ଅକ୍ଟୋବରରେ ଶିଳ୍ପ କ୍ଷେତ୍ର କାର୍ଯ୍ୟକଳାପ ଉନ୍ନତି ହେବା ଯୋଗୁ ଶକ୍ତି ଚାହିଦା ୧୩.୩୮% ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri