ମାନବିକତା ଦେଖାଇଲେ ଅର୍ଥମନ୍ତ୍ରୀ

ସୋନପୁର,୨୫।୪(ନି.ପ୍ର.): ବାଇକ୍‌ରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନା ପଠାଇ ମାନବିକତା ଦେଖାଇଛନ୍ତି ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ମନ୍ତ୍ରୀ ପୂଜାରୀ ସୋମବାର ଅପରାହ୍ନ ୨ଟାରେ ସୋନପୁରରୁ ତରଭା ବ୍ଲକର ଶିବତୁଲା ପଞ୍ଚାୟତକୁ ଯାଉଥିଲେ । ସେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମହୁଲେ ବ୍ରିଜ୍‌ ନିକଟରେ ଜଣେ ମହିଳା ଦୁର୍ଘଟଣାରେ ଆହତ ହୋଇ ପ୍ରବଳ ଖରାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ମନ୍ତ୍ରୀ ପୂଜାରୀ ନିଜ କାର ସେଠାରେ ଅଟକାଇ ଘଟଣା ସମ୍ପର୍କରେ ବୁଝିଥିଲେ । ଆଗ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ତାଙ୍କୁ ଏସ୍‌କର୍ଟ ଦେଉଥିବା ପୋଲିସ ଟିମ୍‌କୁ ମନ୍ତ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ସୁବର୍ଣ୍ଣପୁର ସିଡିଏମପିଏଚଓଙ୍କୁ ଫୋନ୍‌ ଯୋଗେ ଜଣାଇବା ସହ ମହିଳାଙ୍କୁ ଆବଶ୍ୟକ ଚିକିତ୍ସା କରିବା ପାଇଁ କହିଥିଲେ ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଜାମଗାଁ ପଞ୍ଚାୟତ କାଲିବଣା ଗାଁର ଚିତ୍ତରଞ୍ଜନ ପଟ୍ଟନାୟକ(୪୦) ବାଇକ୍‌ରେ ଝିଅ ପରିଣିତା(୧୦) ଓ ପତ୍ନୀ ଅବନ୍ତୀ(୩୯)ଙ୍କୁ ବସାଇ ସୋନପୁର ଅଭିମୁଖେ ଆସୁଥିଲେ । ଅବନ୍ତୀ ପଛରେ ବସିଥିବା ବେଳେ ରାସ୍ତାରେ ଖସି ପଡିଥିଲେ। ତାଙ୍କ ମୁଣ୍ଡ ଓ ୨ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ରାସ୍ତାରେ ଯାଉଥିବା ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ଫୋନ ଲାଗି ନ ଥିଲା। ଅବନ୍ତୀ ସେମିତି ରାସ୍ତା ପାର୍ଶ୍ୱରେ ପଡି ରହିଥିଲେ । ମନ୍ତ୍ରୀ ପୂଜାରୀ ମହିଳାଙ୍କୁ ଡାକ୍ତରଖାନା ପଠାଇବା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ବିଭାଗ ଓ୍ବାର୍ଡରେ ଚିକିତ୍ସା କରା ଯାଇଥିଲା। ତାଙ୍କ ମୁଣ୍ଡରେ ଏକାଧିକ ଷ୍ଟିଚ୍‌ ପଡିଛି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ରାତି ସାଢେ ୭ଟାରେ ଅବନ୍ତୀଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା କୌଣସି ଆହତ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ଭିତରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚା ଯାଇ ପାରିଲେ ମୂଲ୍ୟବାନ ଜୀବନ ବଞ୍ଚତ୍ ଯାଇଥାଏ । କୌଣସି ସଙ୍କୋଚ ନ କରି ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେବା ପାଇଁ ସରକାର ଗୁଡ ସମରିଟାନ୍‌ ଆଇନ୍‌ କରିଛନ୍ତି । ଯେଉଁଥିରେ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଅଟକ ରହିବା କିମ୍ବା କୌଣସି ଅର୍ଥ ପୈଠ କରିବାର ଆବଶ୍ୟକତା ନାହିଁ । ବ୍ୟକ୍ତିଗତ ପରିଚୟ ଓ ଠିକଣା ପ୍ରକାଶ କରିବାରେ ମଧ୍ୟ ବାଧ୍ୟ ବାଧ୍ୟକତା ନାହିଁ । ଆଇନ ଅନୁଯାୟୀ ପୋଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି କେସ ରୁଜୁ କରାଯିବ ନାହିଁ । ମାତ୍ର ଲୋକେ ଏ ବାବଦରେ ସଚେତନ ହେଉନାହାନ୍ତି। ଦୁର୍ଘଟଣାରେ ଆହତଙ୍କୁ ଦେଖି ଲୋକେ ନିଜ କାମରେ ଚାଲି ଯାଉଥିବା କେତେକାଂଶରେ ଦେଖିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri