ମାନବିକତା ଦେଖାଇଲେ ଅର୍ଥମନ୍ତ୍ରୀ

ସୋନପୁର,୨୫।୪(ନି.ପ୍ର.): ବାଇକ୍‌ରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣେ ମହିଳାଙ୍କୁ ଡାକ୍ତରଖାନା ପଠାଇ ମାନବିକତା ଦେଖାଇଛନ୍ତି ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ମନ୍ତ୍ରୀ ପୂଜାରୀ ସୋମବାର ଅପରାହ୍ନ ୨ଟାରେ ସୋନପୁରରୁ ତରଭା ବ୍ଲକର ଶିବତୁଲା ପଞ୍ଚାୟତକୁ ଯାଉଥିଲେ । ସେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମହୁଲେ ବ୍ରିଜ୍‌ ନିକଟରେ ଜଣେ ମହିଳା ଦୁର୍ଘଟଣାରେ ଆହତ ହୋଇ ପ୍ରବଳ ଖରାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ମନ୍ତ୍ରୀ ପୂଜାରୀ ନିଜ କାର ସେଠାରେ ଅଟକାଇ ଘଟଣା ସମ୍ପର୍କରେ ବୁଝିଥିଲେ । ଆଗ ମହିଳାଙ୍କୁ ଡାକ୍ତରଖାନା ନେବା ପାଇଁ ତାଙ୍କୁ ଏସ୍‌କର୍ଟ ଦେଉଥିବା ପୋଲିସ ଟିମ୍‌କୁ ମନ୍ତ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ସୁବର୍ଣ୍ଣପୁର ସିଡିଏମପିଏଚଓଙ୍କୁ ଫୋନ୍‌ ଯୋଗେ ଜଣାଇବା ସହ ମହିଳାଙ୍କୁ ଆବଶ୍ୟକ ଚିକିତ୍ସା କରିବା ପାଇଁ କହିଥିଲେ ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଜାମଗାଁ ପଞ୍ଚାୟତ କାଲିବଣା ଗାଁର ଚିତ୍ତରଞ୍ଜନ ପଟ୍ଟନାୟକ(୪୦) ବାଇକ୍‌ରେ ଝିଅ ପରିଣିତା(୧୦) ଓ ପତ୍ନୀ ଅବନ୍ତୀ(୩୯)ଙ୍କୁ ବସାଇ ସୋନପୁର ଅଭିମୁଖେ ଆସୁଥିଲେ । ଅବନ୍ତୀ ପଛରେ ବସିଥିବା ବେଳେ ରାସ୍ତାରେ ଖସି ପଡିଥିଲେ। ତାଙ୍କ ମୁଣ୍ଡ ଓ ୨ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ରାସ୍ତାରେ ଯାଉଥିବା ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ମାତ୍ର ଫୋନ ଲାଗି ନ ଥିଲା। ଅବନ୍ତୀ ସେମିତି ରାସ୍ତା ପାର୍ଶ୍ୱରେ ପଡି ରହିଥିଲେ । ମନ୍ତ୍ରୀ ପୂଜାରୀ ମହିଳାଙ୍କୁ ଡାକ୍ତରଖାନା ପଠାଇବା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ବିଭାଗ ଓ୍ବାର୍ଡରେ ଚିକିତ୍ସା କରା ଯାଇଥିଲା। ତାଙ୍କ ମୁଣ୍ଡରେ ଏକାଧିକ ଷ୍ଟିଚ୍‌ ପଡିଛି। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ରାତି ସାଢେ ୭ଟାରେ ଅବନ୍ତୀଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା କୌଣସି ଆହତ ବ୍ୟକ୍ତିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ଭିତରେ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚା ଯାଇ ପାରିଲେ ମୂଲ୍ୟବାନ ଜୀବନ ବଞ୍ଚତ୍ ଯାଇଥାଏ । କୌଣସି ସଙ୍କୋଚ ନ କରି ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେବା ପାଇଁ ସରକାର ଗୁଡ ସମରିଟାନ୍‌ ଆଇନ୍‌ କରିଛନ୍ତି । ଯେଉଁଥିରେ ଦୁର୍ଘଟଣାରେ ଆହତଙ୍କୁ ସହାୟତା କରିଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଅଟକ ରହିବା କିମ୍ବା କୌଣସି ଅର୍ଥ ପୈଠ କରିବାର ଆବଶ୍ୟକତା ନାହିଁ । ବ୍ୟକ୍ତିଗତ ପରିଚୟ ଓ ଠିକଣା ପ୍ରକାଶ କରିବାରେ ମଧ୍ୟ ବାଧ୍ୟ ବାଧ୍ୟକତା ନାହିଁ । ଆଇନ ଅନୁଯାୟୀ ପୋଲିସ ପକ୍ଷରୁ ଏ ସମ୍ପର୍କରେ କୌଣସି କେସ ରୁଜୁ କରାଯିବ ନାହିଁ । ମାତ୍ର ଲୋକେ ଏ ବାବଦରେ ସଚେତନ ହେଉନାହାନ୍ତି। ଦୁର୍ଘଟଣାରେ ଆହତଙ୍କୁ ଦେଖି ଲୋକେ ନିଜ କାମରେ ଚାଲି ଯାଉଥିବା କେତେକାଂଶରେ ଦେଖିବାକୁ ମିଳୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri