ଗଞ୍ଜାମ,୩୧।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଶୁଭାରମ୍ଭ ହୋଇଯାଇଛି l ଅତିଥି ଭାବେ ଭାଜପା ଯୁବ ସାଙ୍ଗଠନିକ ନେତା ବନଜ ନାୟକ, ଜିଲା ସମ୍ପାଦକ ଦୁର୍ଯ୍ୟୋଧନ ରେଡି, ସମିତି ସଭ୍ୟ ଏନ ଜୟକୃଷ୍ଣ ରେଡି,ସମିତି ସଭ୍ୟା ପ୍ରତିନିଧି ଲିଙ୍ଗରାଜ ମହାପାତ୍ର,ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ,ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ରାକେଶ ରଞ୍ଜନ ଦାସ, ରାଜେଶ ପୃଷ୍ଟି, ଭଦ୍ର ବ୍ୟକ୍ତି ଭୋବିନି ରେଡି,ଉପଦେଷ୍ଟା ଉମାକାନ୍ତ ବେହେରା, ମନୋଜ ପ୍ରଧାନ, ଅସ୍ମିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବେ ଟୁର୍ନାମେଣ୍ଟ ଶୁଭାରମ୍ଭ କରିଥିଲେ । ପ୍ରଥମ ଦିବସରେ ଗ୍ରାସୀମ ଟିମ ସହ ସିଂହାରିନି ଦଳ ସହ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଆଠ ଓଭର ମ୍ୟାଚରେ ଗ୍ରାସୀମ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଆଠ ଓଭରରେ ମାତ୍ର ୪୬ ରନ କରିଥିବା ବେଳେ ସିଂହାରିନି ଦଳ ଗୋଟିଏ ଉଇକେଟ୍ ହରାଇ ଆବଶ୍ୟକ ରନ ହାସଲ କରିଥିଲା l ଫଳରେ ନଅ ଉଇକେଟ୍ରେ ବିଜୟୀ ଘୋଷିତ ହୋଇଛି । ମଙ୍ଗଳବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। କେ ଏଲେୟା ରେଡି, ଏସ ନୀଳକଣ୍ଠ ରେଡି, ଏନ ଜୟକୃଷ୍ଣ ଏବଂ ଏସ ରାଜୁ ରେଡି ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି।

