ଆଜି ଆବାସ ଯୋଜନାର ଚୂଡ଼ାନ୍ତ ତାଲିକା

ରସୁଲପୁର,୩୦ା୧(ଡି.ଏନ.ଏ.):ଜାନୁୟାରୀ ୩୦(ସୋମବାର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇବ। ଏନେଇ ରସୁଲପୁର ବ୍ଲକରେ ଘଣ୍ଟାଚକଟା ଚାଲିଛି। ତାଲିକାରୁ ଅଯୋଗ୍ୟଙ୍କୁ ବାଦ ଦେବା ବେଳେ ତଦନ୍ତ ଅଧିକାରୀମାନେ ଚାପଗ୍ରସ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଚୟନ ହୋଇଥିବା ହିତାଧିକାରୀ ତାଲିକା ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଜାଣି ନେତାମାନେ ଚୟନରେ ହସ୍ତକ୍ଷେପ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ତଦନ୍ତ କାର୍ଯ୍ୟରେ ନିୟୋଜିତ ୩ ଜଣିଆ କମିଟିଙ୍କ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି। ତେଣେ ବିରୋଧୀ ଚୂଡାନ୍ତ ତାଲିକାକୁ ଅପେକ୍ଷା କରି ରହିଛନ୍ତି। ତ୍ରୁଟି ବିଚ୍ୟୁତି ଘଟିଲେ ତା’କୁ ନେଇ ସେମାନେ ରାଜନୀତି କରିବାକୁ ଅପେକ୍ଷାରତ। ତାଲିକା ଚୟନରେ ବ୍ୟତୀକ୍ରମ ଘଟିଲେ ଅଧିକାରୀଙ୍କ ଉପରେ ବିପଦର ଖଣ୍ଡା ଝୁଲୁଛି। ତଦନ୍ତରେ ଭୁଲ ପ୍ରମାଣିତ ହେଲେ ସରକାରୀ ବାବୁଙ୍କ ଚାକିରି ଯିବ ବୋଲି କୁହାଯାଉଛି। ଏଭଳି ଏକ ତ୍ରିଶଙ୍କୁ ଅବସ୍ଥାରେ ତାଲିକା ଚୂଡାନ୍ତ ହେବାକୁ ଯାଉଛି। ଯାହା ବି ହେଉ ନିର୍ଦ୍ଧାରିତ ତାରିଖରେ ତାଲିକା ପ୍ରକାଶ ପାଇବା ଥୟ ବୋଲି ଜଣାଯାଇଛି। ଏହାକୁ ରାଜନେତାଙ୍କଠାରୁ ସାଧାରଣ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି।
ଏହି ବ୍ଲକର ୨,୪୯୨ ହିତାଧିକାରୀଙ୍କୁ ଆବାସ ମିଳିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୩ ବର୍ଷ ତଳୁ ପଞ୍ଚାୟତସ୍ତରରେ ସ୍ଥିର କରାଯାଇଥିବା ହିତାଧିକାରୀ ତାଲିକାକୁ ଦେଖିଲେ ବ୍ଲକରେ ହିତାଧିକାରୀଙ୍କ ସଂଖ୍ୟା ୩୩୫୨ ରହିଥିଲା। ଏହାରି ଭିତରେ ବ୍ଲକ ଅଧୀନ ୨୮ ପଞ୍ଚାୟତରୁ ୮୬୦ଜଣଙ୍କୁ ବାଦ୍‌ ଦେବାକୁ ପଡିବ। ସେଥିପାଇଁ ବାଦ୍‌ଦେବା ପ୍ରକ୍ରିୟା ଜାରି ରହିଛି। ଶନିବାର ଓ ରବିବାର ଛୁଟି ଥିବାରୁ ବାଦ ପ୍ରକ୍ରିୟା ଶେଷ ହୋଇପାରି ନାହିଁ। ତେଣେ ଆୱାସ ପ୍ଲସ ଓ ଆଧାର ଲିଙ୍କ କାର୍ଯ୍ୟ ଶେଷ ହୋଇ ପାରୁ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅନୁମୋଦନ ଓ ଅର୍ଥ ମଞ୍ଜୁରୀ ମିଳିବା ସମ୍ଭବ ନୁହେଁ ବୋଲି ଜଣାଯାଇଛି। ବ୍ଲକରେ କାର୍ଯ୍ୟରତ ଡିଇଓମାନେ ଛୁଟି ଦିନରେ କାର୍ଯ୍ୟ ଜାରି ରଖିଛନ୍ତି।
ଜାନୁୟାରୀ ୧୬ରେ ପଞ୍ଚାୟତରେ ଆବାସ ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା ଝୁଲା ଯାଇଥିଲା। ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ସ୍ଥାନ ପାଇ ପାରି ନ ଥିଲା। ଯୋଗ୍ୟ ହିତାଧିକାରୀ ପଞ୍ଚାୟତଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଦୌଡି ଅଭିଯୋଗ କରୁଛନ୍ତି। ହେଲେ ତାଲିକାରୁ କେବଳ ବାଦ ଦିଆଯିବା ପାଇଁ ନିୟମ ଲାଗୁ କରାଯାଇଛି। ତେଣୁ ଶତାଧିକ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦେବା ପାଇଁ ଅନଲାଇନ, ପଞ୍ଚାୟତ ଓ ବ୍ଲକରେ ଖୋଲାଯାଇଥିବା ଅଭିଯୋଗ ବାକ୍ସ ଜରିଆରେ ଅଭିଯୋଗମାନ ଆସିଛି। ଏହି ଅଭିଯୋଗକୁ ନେଇ ବିଭିନ୍ନ ସ୍ଥାନରେ ତଦନ୍ତ ଜାରି ରହିଛି। ଉକ୍ତ ତଦନ୍ତ ରିପୋର୍ଟ ପ୍ରଦାନ ପରେ ସେମାନଙ୍କୁ ତାଲିକାରୁ ବାଦ୍‌ ଦିଆଯାଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଅନ୍ୟ ଦିଗକୁ ଲକ୍ଷ୍ୟ କଲେ ସଂଯୋଗ ପାଇଁ କୌଣସି ସୁଯୋଗ ଦିଆଯାଉନାହିଁ। ଯୋଗ୍ୟଙ୍କୁ ଆବାସ ମିଳିବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ। ଅଯୋଗ୍ୟଙ୍କୁ ବାଦ୍‌ ଦେବା ବେଳେ ତଦନ୍ତ ଅଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ଉପୁଜୁଛି ବୋଲି କୁହାଯାଉଛି। ଚୂଡାନ୍ତ ତାଲିକାକୁ ନେଇ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତାଲିକାରେ ଭୁଲତ୍ରୁଟି ରହିଲେ, ଯୋଗ୍ୟ ବାଦ ପଡିଲେ ମାମଲା କୋର୍ଟକୁ ଯିବାର ଆଶଙ୍କା ବଢିବାରେ ଲାଗିଛି। ଏହାର ଏକ ବିକଳ୍ପ ରାସ୍ତା ଭାବରେ ସରକାର ଗ୍ରାମସଭାକୁ ଢାଲ କରିବାକୁ ଚିନ୍ତା କରୁଛନ୍ତି। ଚୂଡାନ୍ତ ତାଲିକାରେ ସ୍ଥାନିତ ହିତାଧିକାରୀଙ୍କ ନାମକୁ ଗ୍ରାମସଭା ଜରିଆରେ ଅନୁମୋଦନ କରାଇ ନିଜ ମୁଣ୍ଡର ଦୋଷ ଖସାଇବା ପାଇଁ ଶେଷ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ପ୍ରଶାସନିକସ୍ତରରେ ମସୁଧା କରାଯାଉଥିବା ଆଭାଷ ମିଳୁଛି। ଆବାସ ବଣ୍ଟନରେ ସ୍ବଚ୍ଛତା ଆଣିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପକ୍ଷରେ ଯୋଗ୍ୟଙ୍କୁ ଆବାସ ପ୍ରଦାନ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ କେତେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାରେ ସକ୍ଷମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri