ଫେବୃୟାରୀ ୧୩ରୁ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୨୬ା୧: ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନ ହେଲେ ହେଁ ଷ୍ଟେଟ ଆନଭାର୍ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ), ଠିକାସଂସ୍ଥା ଏନ୍‌ବିସିସି ଓ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫ୍‌)ର ଯାଏ ଆସେ କେତେ। ଏଭଳି ମନୋଭାବ ରଖି ଉପରୋକ୍ତ ବିଭାଗୀୟ କର୍ତ୍ତୃପକ୍ଷ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ନିର୍ଦ୍ଦେଶକୁ ଅଣଦେଖା କରି ଜିଲାବାସୀଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି। ଫଳରେ ଏନଜିଟି ମାମଲାରେ ଛନ୍ଦି ହୋଇଥିବା ସରୋବରର ବିକାଶ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହାର ଚୂଡାନ୍ତ ଶୁଣାଣି ଫେବୃୟାରୀ ୧୩ରୁ ଆରମ୍ଭ ହେବ ବୋଲି ଏନ୍‌ଜଟି ମଙ୍ଗଳବାର ନିର୍ଦ୍ଦେଶ ଜାରି କରିଛନ୍ତି। ଅନ୍ୟପକ୍ଷେ ଏମ୍‌ଓଇଏଫ୍‌ ଏକ ସାଧାରଣ ଏବଂ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ୧୫ ପୃଷ୍ଠା ବିଶିଷ୍ଟ ସତ୍ୟପାଠ ଦାଖଲ କରିଛନ୍ତି। ସିଆ ଏବଂ ଠିକାସଂସ୍ଥା ଏନବିସିସି କର୍ତ୍ତୃପକ୍ଷଙ୍କୁ ୨ ସପ୍ତାହ ମଧ୍ୟରେ ଉପଯୁକ୍ତ ଭାବେ ସତ୍ୟପାଠ ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।
ଜଙ୍ଗଲ ଜମିରେ ବ୍ୟାସ ସରୋବର ସୌନ୍ଦର୍ଯ୍ୟକରଣ କାମ ହେଉଥିବା ନେଇ ଏନଜିଟିରେ ସଂଖ୍ୟା ୧୦୩/୨୦୨୨/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଗତ ଜୁଲାଇରୁ ଏନଜଟି ପକ୍ଷରୁ ଏକାଧିକ ଥର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇ ଆସୁଥିଲେ ହେଁ ଉପରୋକ୍ତ କର୍ତ୍ତୃପକ୍ଷ କେବଳ ଦିନ ଧାର୍ଯ୍ୟ କରି ମୁକୁଳି ଯାଉଛନ୍ତି। ଏହିକ୍ରମରେ ଜିଲାପାଳ ତାଙ୍କ ସତ୍ୟପାଠରେ ବର୍ତ୍ତମାନ ସରୋବରରେ ହେଉଥିବା କନଷ୍ଟ୍ରକ୍ସନ କାମ ଅଣ ଜଙ୍ଗଲ ଜମିରେ ହେଉଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି ଦର୍ଶାଇଛନ୍ତି ଯେ, ଅଭିଯୋଗକାରୀ ଏନଜିଟିକୁ ପଥଭ୍ରଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଗଣ୍ଡାନାଳାରେ କୌଣସି ନୂତନ ପଥ ଖୋଲା ଯାଉନାହିଁ। ଜଙ୍ଗଲ ଜମିରେ କୌଣସି ଖନନ କାର୍ଯ୍ୟ କରାଯାଉ ନାହିଁ। ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପ୍ଲଟ ନଂ. ୭୦ ଓ ୭୧ରେ ହେଉଛି ଯାହାକି ଅଣଜଙ୍ଗଲ ଜମିରେ ଅନ୍ତର୍ଭୁକ୍ତ। ଟିକେଟ କାଉଣ୍ଟର ଏବଂ ଶୌଚାଳୟ ନିର୍ମାଣ ପ୍ଲଟ ନମ୍ବର ୬୪ରେ ହେଉ ନ ଥିବାବେଳେ ସେଗୁଡିକ ଅଣ ଜଙ୍ଗଲ ଜମିର ୬୧ ଓ ୯୦ ନମ୍ବର ପ୍ଲଟରେ ହେଉଛି। ୱେବ୍ରିଜ ନିର୍ମାଣ କାର୍ଯ୍ୟ ନୁହେଁ ବରଂ ତାକୁ ଯେକୌଣସି ଯାଗାକୁ ସ୍ଥାନାନ୍ତରଣ କରାଯାଇ ପାରିବ। ଷ୍ଟୋର ଘର ମଧ୍ୟ ଏନଜିଟିର ସ୍ଥଗିତା ଦେଶ ପୂର୍ବରୁ ଅସ୍ଥାୟୀ ଭାବେ ନିର୍ମାଣ ହୋଇଛି। ଦହିସାହିଠାରୁ ଏମସିସି ସେଣ୍ଟର ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ଏହି ପ୍ରକଳ୍ପ ଅନ୍ତର୍ଭୁକ୍ତ ନୁହେଁ। ଜଙ୍ଗଲ ଜମିରେ ନିର୍ମାଣ କାର୍ଯ୍ୟ ଜଙ୍ଗଲ ଅଧିକାରୀ ଆଇନ ଅନୁଯାୟୀ ଅନୁମତି ନେବା ପରେ ଆରମ୍ଭ ହୋଇଥିଲା। ଏଭଳି ୨୮ ଦଫା ସମ୍ବଳିତ ସତ୍ୟପାଠ ଏଥର ଉପଯୁକ୍ତ ସମୟରେ ଜିଲାପାଳ ଦାଖଲ କରିଥିବା ସୂଚନା ମିଳିଛି। ହେଲେ ଏନଜିଟିର ନିର୍ଦ୍ଦେଶ ଉପରେ ଏମଓଇଏଫ୍‌, ସିଆ ଏବଂ ସଂପୃକ୍ତ ଠିକାସଂସ୍ଥା ଏନ୍‌ବିସିସିର ଅଣଦେଖା ଏବଂ ଆନ୍ତରିକତାର ଅଭାବ ଏହି ପ୍ରକଳ୍ପକୁ ବୁଡାଇବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri