ମହାରାଣୀଙ୍କୁ ଅନ୍ତିମ ବିଦାୟ

ଲଣ୍ଡନ,୨୦।୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ରାଜ ପରିବାର ରୀତିନୀତି ଅନୁସାରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଓ୍ବିଣ୍ଡସର କାସ୍‌ଲେର ଐତିହାସିକ କିଙ୍ଗ୍‌ ଜର୍ଜ ୬ଷ୍ଠ ମେମୋରିଆଲ ଚାପେଲରେ ତାଙ୍କ କଫିନ୍‌କୁ ଦିବଂଗତ ସ୍ବାମୀ ପ୍ରିନ୍ସ ଚାଲର୍‌ସଙ୍କ ନିକଟରେ ସମାଧି ଦିଆଯାଇଛି। ପ୍ରାୟ ୨ ହଜାର ବିଶ୍ୱ ନେତା ମହାରଣୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ଲଣ୍ଡନରେ ପହଞ୍ଚିଥିଲେ। ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ବହିର୍ବ୍ୟାପାର ସଚିବ ବିନୟ କ୍ୱାତ୍ରା ଶେଷକୃତ୍ୟରେ ସାମିଲ ହୋଇଥିଲେ। କିଙ୍ଗ୍‌ ଚାଲର୍‌ସ ୩ୟ, ପ୍ରିନ୍ସ ଓ୍ବିଲିୟମ ଓ ତାଙ୍କ ପୁଅ ପ୍ରିନ୍ସ ଜର୍ଜ, ଝିଅ ପ୍ରିନ୍ସେସ୍‌ ଚାର୍ଲୋଟେ, ପ୍ରିନ୍ସ ହ୍ୟାରି, ପ୍ରିନ୍ସେସ୍‌ ଆନେ, ପ୍ରିନ୍ସ ଏଡ୍‌ଓ୍ବାର୍ଡଙ୍କ ସମେତ ରାଜ ପରିବାର ସଦସ୍ୟ ଏଲିଜାବେଥ୍‌ଙ୍କୁ ବିଦାୟ ଜଣାଇଥିଲେ।
ଥିବାବେଳେ ୯୬ ବର୍ଷୀୟା ଏଲିଜାବେଥ ୨ୟଙ୍କ ସେପ୍ଟେମ୍ବର ୮ ତାରିଖରେ ପରଲୋକ ହୋଇଥିଲା। ପରେ ୧୧ ଦିନ ଧରି ବ୍ରିଟେନରେ ଜାତୀୟ ଶୋକ ପାଳନ କରାଯାଇଥିଲା। ପ୍ରଥମ କରି ବ୍ରିଟେନ ରାଜତନ୍ତ୍ରରେ ଏଲିଜାବେଥ ୨ୟ ୭ ଦଶନ୍ଧି ଧରି ଶାସନ ରହିଥିଲେ। ସୋମବାର ରାଜକୀୟ ଢଙ୍ଗରେ ମହାରାଣୀଙ୍କ ଶେଷକୃତ୍ୟ ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା। ଓ୍ବେଷ୍ଟମିନଷ୍ଟର ଆବେରୁ ୪୦ କିମି ରାସ୍ତାରେ ଯାତ୍ରା କରି ମହାରାଣୀଙ୍କ କଫିନ୍‌ ଓ୍ବିଣ୍ଡସରରେ ପହଞ୍ଚିଥିଲା। ୬ ହଜାର ସଶସ୍ତ୍ର ସୈନ୍ୟ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ପୂର୍ବରୁ ଅଭ୍ୟାସ କରିଥିଲେ। ଅନ୍ତିମ ଦର୍ଶନ ପାଇଁ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ୧୨୫ ସିନେମା ହଲ୍‌ରେ ଅନ୍ତିମ ସଂସ୍କାର ବେଳର ଦୃଶ୍ୟ ଲାଇଭ ପ୍ରସାରଣ କରାଯାଇଥିଲା। ଅନ୍ତର୍ଜାତୀୟ ଟେଲିଭିଜନରେ ମଧ୍ୟ ଏହାର ଟେଲିକାଷ୍ଟ ହୋଇଥିଲା। ପୂରା ବ୍ରିଟେନ୍‌ ୨ ମିନିଟ୍‌ ସମ୍ପୂର୍ଣ୍ଣ ନୀରବ ରହି ମହାରାଣୀଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲା। ମହାରାଣୀଙ୍କ ଶେଷଯାତ୍ରାବେଳେ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ର ଜାତୀୟ ସଙ୍ଗୀତ ‘ଗଡ୍‌ ସେଭ୍‌ ଦ କିଙ୍ଗ୍‌’ ଗାନ କରାଯାଇଥିଲା। ବିଶ୍ୱ ନେତା ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯାଇଥିଲା। ଓ୍ବେଷ୍ଟମିନଷ୍ଟର ଡିନ୍‌ ଡେଭିଡ୍‌ ହାୟନ୍‌ ଅନ୍ତିମ ସତ୍କାରର ନେତୃତ୍ୱ ନେଇଥିଲେ। କାଣ୍ଟେବୁରୀର ଆର୍କ ବିଶପ୍‌ ଜଷ୍ଟିନ୍‌ ଓ୍ବେଲ୍‌ବି ଧର୍ମ ଉପଦେଶ ଦେଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଓ୍ବିନ୍‌ସନ୍‌ ଚର୍ଚ୍ଚିଲଙ୍କ ମୃତ୍ୟୁ ପରେ ୧୯୬୫ଠାରୁ ପ୍ରଥମ କରି ବ୍ରିଟେନ୍‌ରେ ଐତିହାସିକ ଢଙ୍ଗରେ ଷ୍ଟେଟ୍‌ ଫ୍ୟୁନେରାଲ ଆୟୋଜିତ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ ବାଇବେଲ୍‌ର ସନ୍ଦର୍ଭ ପାଠ କରିଥିଲେ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ସ୍ତ୍ରୀ ଜିଲ୍‌ ବାଇଡେନ୍‌, ଜାପାନ ରାଜା ନାରୁହିତୋ, ରାଣୀ ମାସାକୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ, ସ୍ତ୍ରୀ ବ୍ରିଡ୍‌ଗେଟେ ମାକ୍‌ରଁ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବାନିଜ୍‌, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମେତ ଶତାଧିକ ରାଷ୍ଟ୍ରମୁଖ୍ୟ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri