ଭୁବନେଶ୍ୱର,୨୫।୨: ରାତି ପାହିଲେ ମହାଶିବରାତ୍ରୀ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ମହାଶିବରାତ୍ରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କିପରି ସୁଚାରୁରୁପେ ସମ୍ପାଦନ ହେବ ସେନେଇ ମଙ୍ଗଳବାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକର ନିଷ୍ପତ୍ତି କ୍ରମେ ବୁଧବାର ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବ ବୋଲି ଭୁବନେଶ୍ୱର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ହେଲେ ଠିକ୍ ସମୟରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ବୋଲି ସେ କହିଛନ୍ତି। ଏପରିକି ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧରିତ ସମୟରେ ହେବ ବୋଲି ମେୟର କହିଛନ୍ତି।
ଅନ୍ୟପକ୍ଷେ ମହାପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ସହ ଠିକ୍ ସମୟରେ ମହାଦୀପ ଉଠିବା ନେଇ ବୈଠକରେ ସମସ୍ତେ ସହମତି ପ୍ରକାଶ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିପରି ସୂଚାରୁ ରୁପେ ସାମ୍ପଦନ ହେବ ସେନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିରେ ସମସ୍ତେ ସହଯୋଗ କରିବେ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।


